Posted inଖେଳ

ଉପରକୁ ଉଠିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୮।୧୦:ଆଇସିସି ବିଶ୍ୱକପରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହାର ପ୍ରଭାବ ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ମଧ୍ୟ ଦୃଶ୍ୟମାନ ହେଉଛି। ଭାରତ ପାଇଁ ରୋହିତ ଶର୍ମା ବହୁତ ଭଲ ଫର୍ମରେ ନଜର ଆସିଛନ୍ତି। ତେଣୁ ସେ ଆଇସିସିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାନ୍ୟତାରେ ଉପରକୁ ଉଠିଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷରେ ୧୩୧ ରନ ଏବଂ ପାକିସ୍ତାନ ବିପକ୍ଷରେ ୮୬ ରନ ଖେଳି ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୫ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଆଫଗାନିସ୍ତାନ ଉଇକେଟ କିପର ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରୁବାଜ ୧୯ ରୁ ୧୮ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏଥି ସହିତ ପାକିସ୍ତାନ ଅଧିନାୟକ ବାବର ଆଜମ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ଅଛନ୍ତି। ସେ ୮୩୬ ପଏଣ୍ଟ ସହ ନମ୍ବର ୧ରେ ଅଛନ୍ତି ଏବଂ ଶୁବମାନ ଗିଲ ୮୧୮ ପଏଣ୍ଟ ସହ ନମ୍ବର ୨ରେ ଅଛନ୍ତି। ବିରାଟ କୋହଲି ୭୧୧ ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି।
ଆଇସିସି ଦ୍ୱାରା ପ୍ରକାଶିତ ବୋଲିଂ ର଼୍ୟାଙ୍କିଙ୍ଗରେ ଜୋସ ହାଜଲେଉଡ ୬୬୦ ପଏଣ୍ଟ ସହ ନମ୍ବର ୧ରେ ଅଛନ୍ତି। ଟ୍ରେଣ୍ଟ ବୋଲ୍ଟ ଚମତ୍କାର ପ୍ରଦର୍ଶନ କରି ୬୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏଥି ସହିତ ମହମ୍ମଦ ସିରାଜ ୬୫୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ଟପ ୧୦ରେ ଦ୍ୱିତୀୟ ଭାରତୀୟ ବୋଲର ହେଉଛନ୍ତି କୁଲଦୀପ ଯାଦବ ୬୪୧ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri