ଅସୁରକ୍ଷିତ ଶିଳ୍ପ କାରଖାନା

ଯାଜପୁର, ୧୫।୬(ହର୍ଷବର୍ଦ୍ଧନ ବେହେରା) ଶିଳ୍ପ କଳକାରଖାନାଗୁଡ଼ିକରେ ବିପଦପୂର୍ଣ୍ଣ କାମ କରି ଶ୍ରମିକମାନଙ୍କ ଜୀବନ ବିପନ୍ନ ହେଉଛି ା ବିଭାଗୀୟ ପ୍ରଶାସନିକ ଅଧିକାରୀ ୟୁନିଟଗୁଡ଼ିକର ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦେବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବେଆଇନ କାର୍ଯ୍ୟ ପ୍ରତି ଖାଲି ଆଖି ବନ୍ଦ କରୁନାହାନ୍ତି ବରଂ ସେଥିରେ ସହଯୋଗୀ ହେଉଛନ୍ତି । ମୃତ ଶ୍ରମିକଙ୍କ ପରିବାରବର୍ଗଙ୍କୁ କମ୍ପାନୀ ପକ୍ଷରୁ ୫ ରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ଦେଇ ଚୁପ ରହି ବସି ଯାଉଛନ୍ତି ା ମୃତ ଶ୍ରମିକଙ୍କ ପରିବାରବର୍ଗ ଅନନ୍ୟୋପାୟ ହୋଇ ଏଥିରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଉଛନ୍ତି ା ବିଡମ୍ବନା ଯେ, ଏଭଳି ଦୁର୍ଘଟଣାଗୁଡିକ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବଦଳରେ ତାକୁ ଚାପି ଦିଆଯାଉଛି। ଗତ ୫ ବର୍ଷ ମଧ୍ୟରେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର କାରଖାନାଗୁଡିକରେ ପ୍ରାୟ ୧୦୦ ଜଣ ଶ୍ରମିକ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲେ ପ୍ରଭାବଶାଳୀ କମ୍ପାନୀ ବିରୋଧରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମାମଲାର ଶୁଣାଣି ହୋଇପାରିନାହିଁ ା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ନିଉଜୋନ ଟ୍ୟୁବ୍‌ କାରଖାନାରେ ସୋମବାର ଦୁର୍ଘଟଣା ଘଟି କେନ୍ଦୁଝର ଜିଲା ହରିଚନ୍ଦନପୁର ଅଞ୍ଚଳର ମହିଳା ଶ୍ରମିକ ଲକ୍ଷ୍ମୀ ମୁର୍ମୁ(୩୫)ଙ୍କ ମୃତ୍ୟୁ ହୋଇଛି। ତେବେ ଏହି ମୃତ୍ୟୁ ଘଟଣାରେ କମ୍ପାନୀ କର୍ତ୍ତୃପକ୍ଷ ପରିବାରବର୍ଗଙ୍କୁ ୧୨ ଲକ୍ଷ ଟଙ୍କା ସମେତ ତାଙ୍କ ଝିଅଙ୍କୁ ପାଠ ପଢିବା ପାଇଁ ସହାୟତା ଘୋଷଣା କରିବା ପରେ ମାମଲାଟି ଆପୋସ ବୁଝାମଣାରେ ସୀମିତ ରହିଛି। ଅନ୍ୟ କେତେକ ବୃହତ୍‌ ଶିଳ୍ପ କାରଖାନାରେ ୪ରୁ ୫ ଲକ୍ଷ ଟଙ୍କା ସହାୟତା ଦେଇ ମୃତ୍ୟୁ ମାମଲାଗୁଡିକୁ ରଫାଦଫା କରାଯାଉଥିବା ନଜିର ରହିଛି।
ଶିଳ୍ପ କାରଖାନାଗୁଡିକରେ ଦୁର୍ଘଟଣା ହୋଇ ମୃତ୍ୟୁ ମାମଲାଗୁଡିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ରହିଥିବାରୁ ନ୍ୟାୟ ପ୍ରଦାନରେ ବିଳମ୍ବିତ ହେଉଛି ବୋଲି ଅଭିଯୋଗ ହେଉଛି ା ଫଳରେ ଅବହେଳା ଯୋଗୁ ଦୁର୍ଘଟଣା ଘଟାଇଥିବା ଶିଳ୍ପ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ ା ଫଳରେ ମୃତକଙ୍କ ପରିବାରବର୍ଗ ନ୍ୟାୟ ନ ପାଇ ହତାଶ ହୋଇ ରହିଛନ୍ତି ା ବିଳମ୍ବିତ ନ୍ୟାୟ ଯୋଗୁ କାରଖାନା କର୍ତ୍ତୃପକ୍ଷଙ୍କ ସାହସ କମୁନାହିଁ ା ଜିଲା ଶ୍ରମ ବିଭାଗ ପକ୍ଷରୁ ମୃତ ପରିବାରବର୍ଗଙ୍କୁ ଏବଂ ଗୁରୁତର ଆହତଙ୍କୁ ମଧ୍ୟ ସହଯୋଗ ରାଶି ପ୍ରଦାନ କରାଯାଉଛି। ଏଥିରେ ମଧ୍ୟ ପାତରଅନ୍ତର ନୀତି ଅବଲମ୍ବନ ହେଉଥିବା ମତପ୍ରକାଶ ପାଇଛି। ୨୦୨୨ ମାର୍ଚ୍ଚରେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ୍‌ କାରଖାନା ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ତେବେ ଚାଳକ ସଂଘ ପକ୍ଷରୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ହେବାରୁ ମୃତ ଡ୍ରାଇଭରଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଥିଲା। ଗତ ଏପ୍ରିଲ ୧୫ ତାରିଖରେ ନିୟୁଭିଷ୍ଟା ସିମେଣ୍ଟ କାରଖାନା ପରିସରରେ ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ୨୦୨୨ ଅକ୍ଟୋବରରେ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ କାରଖାନାରେ ଜଣେ ଶ୍ରମିକ ଶିଡ଼ିରୁ ପଡି ଗୁରୁତର ଆହତ ହୋଇଥିଲେ। ୨୦୨୨ ଅଗଷ୍ଟରେ ଭିସା ଷ୍ଟିଲ କାରଖାନାରେ ଏକ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ୧୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଘୋଷଣା ହୋଇଥିଲା। ସେହିପରି ଗତ ଜୁଲାଇରେ ମିଶ୍ରିଲାଲ ଫେରୋ ଆଲଏଜ କାରଖାନାରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲାବେଳେ ତାକୁ ହୃଦ୍‌ଘାତର ରୂପ ଦିଆଯାଇଥିଲା। ୨୦୨୨ ଏପ୍ରିଲରେ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ କାରଖାନାରେ ମେଶିନ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଭାବେ କାରଖାନାଗୁଡିକର ପ୍ରତିଷ୍ଠା ସମୟରୁ ବହୁ ସଂଖ୍ୟାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କେତେକ ଶ୍ରମିକଙ୍କ ମୃତ୍ୟୁ କ୍ଷେତ୍ରରେ ଘଟଣାକୁ ଚପାଇ ଦେବାକୁ ଯାଇ ପ୍ରଥମେ ଟାଟା ମେଡିକା ହସ୍‌ପିଟାଲରେ ଭର୍ତ୍ତି କରି ପରେ କଟକକୁ ସ୍ଥାନାନ୍ତର କରାଯାଉଛି। ଘଟଣାର ପ୍ରାୟ ୩ରୁ ୪ ଦିନ ପରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ଘୋଷଣା କରାଯାଉଛି। ଫଳରେ ଅଞ୍ଚଳବାସୀ, ଶ୍ରମିକ ଏବଂ ପରିବାରବର୍ଗଙ୍କ ମଧ୍ୟରେ କ୍ଷତିପୂରଣ ଦାବି ଠିକ୍‌ ଢଙ୍ଗରେ ହୋଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଦୁର୍ଘଟଣାଜନିତ ଶ୍ରମିକଙ୍କ ମୃତ୍ୟୁର ଯେଉଁ ଘଟଣାଗୁଡିକୁ କାରଖାନା କର୍ତ୍ତୃପକ୍ଷ ଚପାଇ ପାରିନାହାନ୍ତି, ତାହା ସରକାରୀ ରେକର୍ଡକୁ ଆସିଛି । କାରଖାନାରେ ଶ୍ରମିକ ନିଯୁକ୍ତିରେ ସରକାରଙ୍କ ନିର୍ଦ୍ଧାରିତ ଆଇନଗୁଡିକର ଉଲ୍ଲଂଘନ କରାଯାଉଥିବାବେଳେ ଦୁର୍ଘଟଣାରେ ମୃତ ଶ୍ରମିକମାନଙ୍କୁ ଠିକା ଶ୍ରମିକ କହି କମ୍ପାନୀ କ୍ଷତିପୂରଣ ପ୍ରଦାନ କରୁନାହିଁ। ଏହାସହ ବିଭିନ୍ନ ସମୟରେ କାରଖାନାରେ ଘଟୁଥିବା ଦୁର୍ଘଟଣାରେ ଆହତ ଶ୍ରମିକମାନଙ୍କ ଚିକିତ୍ସା ଆଦି ଖର୍ଚ୍ଚ ମଧ୍ୟ କମ୍ପାନୀ ବହନ କରୁନାହିଁ । ଅର୍ଥବଳରେ ସବୁସ୍ତରରେ ନିଜର ଆଧିପତ୍ୟ ଜାହିର କରି କମ୍ପାନୀ କର୍ତ୍ତୃପକ୍ଷ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଖାତିର କରୁନାହାନ୍ତି । ଏଠାରେ ପ୍ରକାଶଥାଉ କି, କମ୍ପାନୀଗୁଡିକର ବିଭିନ୍ନ ଯାନ୍ତ୍ରିକ ୟୁନିଟର ଦେଖାରଖା କରିବାକୁ ଯାଜପୁରରୋଡରେ କାରଖାନା ଓ ବାଷ୍ପିତ୍ର ବିଭାଗ ରହିଛି ା ନିୟମିତ ବ୍ୟବଧାନରେ ସେହି କମ୍ପାନୀମାନଙ୍କୁ ପରିଦର୍ଶନ କରି ୟୁନିଟଗୁଡିକୁ ତଦାରଖ କରିବା କଥା ା ୟୁନିଟଗୁଡିକରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ କରିବା ଏହି ବିଭାଗର ଦାୟିତ୍ୱ ା କିନ୍ତୁ ଏହି ବିଭାଗର ପଦାଧିକାରୀମାନେ କମ୍ପାନୀ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ଚୁପ ହୋଇ ବସି ଯାଉଥିବା ଅଭିଯୋଗ ହେଉଛି ା ଏପରିଭାବେ ଯାଜପୁର ଜିଲାର ବିଭିନ୍ନ କାରଖାନାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୬୦ ହଜାର ଶ୍ରମିକଙ୍କ ଜୀବନ ବିପଦରେ ରହିଛି ା ଏ ସଂକ୍ରାନ୍ତରେ ଜିଲା ଶ୍ରମ ଅଧିକାରୀ ଏସ.କେ. ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି କୌଣସି ମୃତ ଶ୍ରମିକ ଇଏସ୍‌ଆଇ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ତାକୁ କର୍ମଚାରୀ କ୍ଷତିପୂରଣ ଆଇନରେ ସାମିଲ କରାଯିବ। ଏହାପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏହାସହ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଫ୍ୟାକ୍ଟରୀ ଏବଂ ବଏଲର ବିଭାଗକୁ ସୂଚିତ କରିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri