ପୁନରୁଦ୍ଧାର ହେଲାନି ଜଳଉତ୍ସ

ସୋନପୁର,୧୭ା୬(ମୃତ୍ୟୁଞ୍ଜୟ ଶତପଥୀ) ଜନସଂଖ୍ୟା ବୃଦ୍ଧି, ଭୂତଳ ଜଳସ୍ତର ହ୍ରାସ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ଏପ୍ରିଲ ମାସରେ ଅମୃତ ସରୋବର ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରତି ଜିଲାରେ ୭୫ଟି ଅମୃତ ସରୋବର ଖନନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପୁରୁଣା ପୋଖରୀର ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ସୁବର୍ଣ୍ଣପୁର ସହରର ୪ଟି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ୩୩ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଏହି ଅନୁଦାନରେ ସହରର ନୂଆବନ୍ଧ, ଗୋବିନ୍ଦ ବନ୍ଧ, ନଳିନୀ ଛକ ବନ୍ଧ ଓ ଆମ୍ବେଡକର ଛକ ବନ୍ଧର ପୁନରୁଦ୍ଧାର ପାଇଁ ଯୋଜନା ଥିଲା। ଏପରିକି ଗୋବିନ୍ଦ ବନ୍ଧ ଓ ନୂଆବନ୍ଧ ଉନ୍ନତୀକରଣ ପାଇଁ ଏପ୍ରିଲ ୧୬ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିଳାନ୍ୟାସ କରିଥିଲେ। ଏହି ଉତ୍ସବରେ ମନ୍ତ୍ରୀଙ୍କ ସହିତ ତତ୍କାଳୀନ ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲା ନଗର ଉନ୍ନୟନ ସଂସ୍ଥାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କହଁର, ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ଉପାଧ୍ୟକ୍ଷା ମଲ୍ଳିକା ଦାନୀ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌ ଉପସ୍ଥିତ ଥିଲେ। କିନ୍ତୁ ପୌରପାଳିକାର ଉଦାସୀନ ମନୋଭାବ ଯୋଗୁ ବର୍ଷା ଋତୁ ପୂର୍ବରୁ ପୌର ପରିଷଦ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇପାରିନି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ୨ ମାସ ପୂର୍ବରୁ ଶିଳାନ୍ୟାସ କରିଥିବା ପଟାଭାଡି ଅଞ୍ଚଳର ଗୋବିନ୍ଦ ବନ୍ଧ ଓ ଟିକିରିପଡାର ନୂଆବନ୍ଧ ପାଇଁ ପୌରପାଳିକା ପକ୍ଷରୁ ଏ ପର୍ଯ୍ୟନ୍ତ ଟେଣ୍ଡର ଆହ୍ବାନ ହୋଇନାହିଁ। କିନ୍ତୁ ବାହାବା ନେବା ପାଇଁ ପୌର ପ୍ରଶାସନ ପକ୍ଷରୁ ଉତ୍ସବର ଆୟୋଜନ ହୋଇଥିଲା। ଶିଳାନ୍ୟାସ ପରେ କାମ ନ ହେବାରୁ ଏବେ ମନ୍ତ୍ରୀଙ୍କୁ ଲୋକହସା ହେବାକୁ ପଡିଛି। ଏ ସମ୍ପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌ଙ୍କୁ ପଚାରିବାରୁ ଗୋବିନ୍ଦ ବନ୍ଧ ଓ ନୂଆବନ୍ଧ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ଡିପିଆର ଅନୁମୋଦନ ପାଇଁ ଭବାନୀପାଟଣାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ ପାଖକୁ ପଠାଯିବ। ଅନୁମୋଦନ ମିଳିଲେ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରାଯିବ ବୋଲି କହିଥିଲେ। ତେବେ ଆମ୍ବେଡକର ଛକ ଓ ନଳିନୀ ଛକରେ ଥିବା ପୋଖରି ମତ୍ସ୍ୟ ବିଭାଗର। ଏହି ପୋଖରୀ ୨ଟିକୁ ପୁନରୁଦ୍ଧାର କରିବା ପାଇଁ ମତ୍ସ୍ୟ ବିଭାଗର ଅନୁମତି ଲୋଡାଯାଇଛି। ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେଶକଙ୍କ ଅନୁମତି ମଗାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଅନୁମତି ମିଳିନି। ତେଣୁ ଏହି କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଜଣାପଡୁଛି।
ସୁବର୍ଣ୍ଣପୁର ପୌରାଞ୍ଚଳରେ ହ୍ରାସ ପାଇଥିବା ସରକାରୀ ପୋଖରୀ ସଂଖ୍ୟା ଏବେ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇଛି। ତଥ୍ୟ ଅନୁଯାୟୀ ରାଜାରାଜୁଡା ସମୟରେ ସୁବର୍ଣ୍ଣପୁର ସହରରେ ପ୍ରାୟ ୮୫ଏକର ପରିମିତ ଜମିରେ ଛୋଟ ବଡ ୯୫ଟି ପାରମ୍ପରିକ ଜଳଉତ୍ସ ଥିଲା। ପରେ ଏହି ସଂଖ୍ୟା ୪୨କୁ ଖସି ଆସିଥିଲା। ଜଳଉତ୍ସ ଗୁଡିକ ପୌରପାଳିକା ଅଧୀନରେ ଥିଲା। ଏହାର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନ କରିବାକୁ ନିଲାମ ଦିଆଯାଉଥିଲା। ଲିଜ୍‌ଧାରୀ ଏଥିରେ ମାଛ ଚାଷ କରିବା ସହ ଜନ ସାଧାରଣ ଏହାକୁ ଦୈନନ୍ଦିନ ବ୍ୟବହାର କରୁଥିଲେ। ସହରର ତାପମାତ୍ରା ଓ ଭୂତଳ ଜଳସ୍ତର ଠିକ୍‌ ରହୁଥିଲା। ଏବେ ଅଧିକାଂଶ ପୋଖରୀ ପୋତି ହୋଇଗଲାଣି। ଆଉ କିଛି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ୧୯୯୩ରେ ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବା ପରେ ଏଭଳି ଏକ ସମ୍ବେଦନଶୀଳ ସମସ୍ୟା ପ୍ରତି ଧ୍ୟାନ ଦିଆଗଲାନି। ଫଳରେ ଜଳଉତ୍ସଗୁଡିକ ନିଶ୍ଚିହ୍ନ ହୋଇଗଲା। ଏବେ ମାତ୍ର ୧୬ଟି ଜଳଉତ୍ସ ପୌର ପରିଷଦ ଅଧୀନରେ ଥିବା ଦୃଷ୍ଟିଗୋଚର ହେଉଛି। ସେଥିମଧ୍ୟରୁ ୧୦ଟିରେ ଆଉ ପାଣି ରହୁନି। ପାଣି ରହୁଥିବା ମାତ୍ର ୬ଟି ପୋଖରୀକୁ ପୌର ପରିଷଦ ନିଲାମ ଦେଇ ରାଜସ୍ବ ଆଦାୟ କରୁଛି। ନଦୀକୂଳିଆ ଏହି ସହରରେ ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି। ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଛି। ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଦେଖାଯାଉଛି। ୨୦୨୨ରେ ସୋନପୁର ସହର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ତେଣୁ ପୌରାଞ୍ଚଳରେ ଥିବା ଛୋଟ ବଡ ଜଳ ଉତ୍ସଗୁଡିକୁ ପୁନରୁଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri