ପୁନରୁଦ୍ଧାର ହେଲାନି ଜଳଉତ୍ସ

ସୋନପୁର,୧୭ା୬(ମୃତ୍ୟୁଞ୍ଜୟ ଶତପଥୀ) ଜନସଂଖ୍ୟା ବୃଦ୍ଧି, ଭୂତଳ ଜଳସ୍ତର ହ୍ରାସ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ଏପ୍ରିଲ ମାସରେ ଅମୃତ ସରୋବର ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରତି ଜିଲାରେ ୭୫ଟି ଅମୃତ ସରୋବର ଖନନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପୁରୁଣା ପୋଖରୀର ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ସୁବର୍ଣ୍ଣପୁର ସହରର ୪ଟି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ୩୩ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଏହି ଅନୁଦାନରେ ସହରର ନୂଆବନ୍ଧ, ଗୋବିନ୍ଦ ବନ୍ଧ, ନଳିନୀ ଛକ ବନ୍ଧ ଓ ଆମ୍ବେଡକର ଛକ ବନ୍ଧର ପୁନରୁଦ୍ଧାର ପାଇଁ ଯୋଜନା ଥିଲା। ଏପରିକି ଗୋବିନ୍ଦ ବନ୍ଧ ଓ ନୂଆବନ୍ଧ ଉନ୍ନତୀକରଣ ପାଇଁ ଏପ୍ରିଲ ୧୬ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିଳାନ୍ୟାସ କରିଥିଲେ। ଏହି ଉତ୍ସବରେ ମନ୍ତ୍ରୀଙ୍କ ସହିତ ତତ୍କାଳୀନ ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲା ନଗର ଉନ୍ନୟନ ସଂସ୍ଥାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କହଁର, ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ଉପାଧ୍ୟକ୍ଷା ମଲ୍ଳିକା ଦାନୀ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌ ଉପସ୍ଥିତ ଥିଲେ। କିନ୍ତୁ ପୌରପାଳିକାର ଉଦାସୀନ ମନୋଭାବ ଯୋଗୁ ବର୍ଷା ଋତୁ ପୂର୍ବରୁ ପୌର ପରିଷଦ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇପାରିନି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ୨ ମାସ ପୂର୍ବରୁ ଶିଳାନ୍ୟାସ କରିଥିବା ପଟାଭାଡି ଅଞ୍ଚଳର ଗୋବିନ୍ଦ ବନ୍ଧ ଓ ଟିକିରିପଡାର ନୂଆବନ୍ଧ ପାଇଁ ପୌରପାଳିକା ପକ୍ଷରୁ ଏ ପର୍ଯ୍ୟନ୍ତ ଟେଣ୍ଡର ଆହ୍ବାନ ହୋଇନାହିଁ। କିନ୍ତୁ ବାହାବା ନେବା ପାଇଁ ପୌର ପ୍ରଶାସନ ପକ୍ଷରୁ ଉତ୍ସବର ଆୟୋଜନ ହୋଇଥିଲା। ଶିଳାନ୍ୟାସ ପରେ କାମ ନ ହେବାରୁ ଏବେ ମନ୍ତ୍ରୀଙ୍କୁ ଲୋକହସା ହେବାକୁ ପଡିଛି। ଏ ସମ୍ପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌ଙ୍କୁ ପଚାରିବାରୁ ଗୋବିନ୍ଦ ବନ୍ଧ ଓ ନୂଆବନ୍ଧ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ଡିପିଆର ଅନୁମୋଦନ ପାଇଁ ଭବାନୀପାଟଣାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ ପାଖକୁ ପଠାଯିବ। ଅନୁମୋଦନ ମିଳିଲେ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରାଯିବ ବୋଲି କହିଥିଲେ। ତେବେ ଆମ୍ବେଡକର ଛକ ଓ ନଳିନୀ ଛକରେ ଥିବା ପୋଖରି ମତ୍ସ୍ୟ ବିଭାଗର। ଏହି ପୋଖରୀ ୨ଟିକୁ ପୁନରୁଦ୍ଧାର କରିବା ପାଇଁ ମତ୍ସ୍ୟ ବିଭାଗର ଅନୁମତି ଲୋଡାଯାଇଛି। ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେଶକଙ୍କ ଅନୁମତି ମଗାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଅନୁମତି ମିଳିନି। ତେଣୁ ଏହି କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଜଣାପଡୁଛି।
ସୁବର୍ଣ୍ଣପୁର ପୌରାଞ୍ଚଳରେ ହ୍ରାସ ପାଇଥିବା ସରକାରୀ ପୋଖରୀ ସଂଖ୍ୟା ଏବେ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇଛି। ତଥ୍ୟ ଅନୁଯାୟୀ ରାଜାରାଜୁଡା ସମୟରେ ସୁବର୍ଣ୍ଣପୁର ସହରରେ ପ୍ରାୟ ୮୫ଏକର ପରିମିତ ଜମିରେ ଛୋଟ ବଡ ୯୫ଟି ପାରମ୍ପରିକ ଜଳଉତ୍ସ ଥିଲା। ପରେ ଏହି ସଂଖ୍ୟା ୪୨କୁ ଖସି ଆସିଥିଲା। ଜଳଉତ୍ସ ଗୁଡିକ ପୌରପାଳିକା ଅଧୀନରେ ଥିଲା। ଏହାର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନ କରିବାକୁ ନିଲାମ ଦିଆଯାଉଥିଲା। ଲିଜ୍‌ଧାରୀ ଏଥିରେ ମାଛ ଚାଷ କରିବା ସହ ଜନ ସାଧାରଣ ଏହାକୁ ଦୈନନ୍ଦିନ ବ୍ୟବହାର କରୁଥିଲେ। ସହରର ତାପମାତ୍ରା ଓ ଭୂତଳ ଜଳସ୍ତର ଠିକ୍‌ ରହୁଥିଲା। ଏବେ ଅଧିକାଂଶ ପୋଖରୀ ପୋତି ହୋଇଗଲାଣି। ଆଉ କିଛି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ୧୯୯୩ରେ ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବା ପରେ ଏଭଳି ଏକ ସମ୍ବେଦନଶୀଳ ସମସ୍ୟା ପ୍ରତି ଧ୍ୟାନ ଦିଆଗଲାନି। ଫଳରେ ଜଳଉତ୍ସଗୁଡିକ ନିଶ୍ଚିହ୍ନ ହୋଇଗଲା। ଏବେ ମାତ୍ର ୧୬ଟି ଜଳଉତ୍ସ ପୌର ପରିଷଦ ଅଧୀନରେ ଥିବା ଦୃଷ୍ଟିଗୋଚର ହେଉଛି। ସେଥିମଧ୍ୟରୁ ୧୦ଟିରେ ଆଉ ପାଣି ରହୁନି। ପାଣି ରହୁଥିବା ମାତ୍ର ୬ଟି ପୋଖରୀକୁ ପୌର ପରିଷଦ ନିଲାମ ଦେଇ ରାଜସ୍ବ ଆଦାୟ କରୁଛି। ନଦୀକୂଳିଆ ଏହି ସହରରେ ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି। ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଛି। ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଦେଖାଯାଉଛି। ୨୦୨୨ରେ ସୋନପୁର ସହର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ତେଣୁ ପୌରାଞ୍ଚଳରେ ଥିବା ଛୋଟ ବଡ ଜଳ ଉତ୍ସଗୁଡିକୁ ପୁନରୁଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri