ଅହେତୁକ ଦର ବୃଦ୍ଧି ପ୍ରତିବାଦ: କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାଟଣା,୭।୭(ସ୍ବ.ପ୍ର.): ଦେଶରେ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦର ବୃଦ୍ଧି ହେଉଛି। ଏହାର ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣା କଂଗ୍ରେସ କମିଟି ତରଫରୁ ବୁଧବାର ବ୍ଲକ ଜାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶରେ ସହ ଖଞ୍ଜଣି ମାଡ଼ କରାଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଶତ୍ରୁଘ୍ନ ସିଂଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ, ଲକ୍ଷ୍ମଣ ଦାଶ, ବରିଷ୍ଠ ନେତା କୈଳାଶ ଚନ୍ଦ୍ର ବାରିକ ପ୍ରମୁଖ ବିକ୍ଷୋଭ ସମାବେଶରେ ଯୋଗ ଦେଇଥିଲେ।