ଡିଭାଇଡର ନିର୍ମାଣ, ଭଙ୍ଗାରେ ଅଯଥା ଖର୍ଚ୍ଚ

ଯାଜପୁର,୪୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ଦଳାଛକ ନିକଟରୁ ୨୦ ନମ୍ବର ଏନ୍‌ଏଚ୍‌(ଜାତୀୟ ରାଜପଥ)ରେ ମିଶୁଥିବା ବେଣାପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ଅଯଥା ଖର୍ଚ୍ଚ ହୋଇଛି। ପ୍ରଥମେ ଡିଭାଇଡର ନିର୍ମାଣ କରି ପରେ ଭାଙ୍ଗିବା ପ୍ରକ୍ରିୟାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାଣିକୋଇଲି ଆର୍‌ ଆଣ୍ଡ ବି(ପୂର୍ତ୍ତ) ଡିଭିଜନ ପକ୍ଷରୁ ମଞ୍ଜୁର ହୋଇଥିବା ଉକ୍ତ ଅର୍ଥର କିଏ ଭରଣା କରିବ ଏବେ ସେ ନେଇ ସାଧାରଣରେ ଆଲୋଚନା ହୋଇଛି। ବିଭାଗୀୟ ଯନ୍ତ୍ରୀମାନଙ୍କ ଅଦୂରଦର୍ଶିତା ଏବଂ ଖାମଖିଆଲି ନିର୍ମାଣ କାର୍ଯ୍ୟ ଯୋଗୁ ବିପୁଳ ସରକାରୀ ଅର୍ଥ ଅଯଥାରେ ଖର୍ଚ୍ଚ ହେଉଥିବା ମତପ୍ରକାଶ ପାଇଛି।
ପ୍ରାୟ ୨ ବର୍ଷ ତଳେ ବ୍ୟାସନଗର ପୌର ପରିଷଦର ଦଳା ଛକଠାରୁ ବେଣାପୁର ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହୋଇଥିଲା। କିନ୍ତୁ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ନୀତି ଯୋଗୁ ରାସ୍ତାର ଓସାର ପରିମାଣ ସବୁଠି ସମାନ ହୋଇ ନ ଥିଲା। କିଛି ଜାଗାରେ ରାସ୍ତା ସଙ୍କୁଚିତ ଭାବେ ନିର୍ମାଣ କରାଗଲା। ଏପରିକି ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ୨ ଥାକିଆ ରାସ୍ତା ପାଇଁ ମଝିରେ ଡିଭାଇଡର ନିର୍ମାଣ ହେଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଯନ୍ତ୍ରୀ ଏବଂ ଏଷ୍ଟିମେଟ ମଞ୍ଜୁର କରିଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ଏହା ସଫଳ ହୋଇପାରି ନ ଥିଲା। ଅଣଓସାରିଆ ରାସ୍ତାରେ ଡିଭାଇଡରରେ ପିଟିହୋଇ ଏକାଧିକ ଦୁର୍ଘଟଣା ଘଟିଲା। ତେଣୁ ଡିଭାଇଡର ହଟାଇବାକୁ ସହରବାସୀଙ୍କ ପକ୍ଷରୁ ଦାବି ଜୋର ଧରିଲା। ଶେଷରେ ପୂର୍ତ୍ତ ବିଭାଗ ପକ୍ଷରୁ ନିକଟରେ ଉକ୍ତ ଡିଭାଇଡରକୁ ଭାଙ୍ଗି ସେଥିରେ କଂକ୍ରିଟକରଣ କରାଯାଇଛି। ଏହି ପ୍ରକ୍ରିୟା ପାଇଁ ମଧ୍ୟ ଅଯଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବଢ଼ିଲା। ତେଣୁ ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀଙ୍କ ଏପରି କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ସଂଶୟ ସୃଷ୍ଟି କରିଛି। ସରକାରଙ୍କ ଉପରୋକ୍ତ ଲକ୍ଷାଧିକ ଟଙ୍କା ଅଯଥାରେ ଖର୍ଚ୍ଚ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଏବେ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ପାଣିକୋଇଲି ଏସ୍‌ଡିଓ ଦିଲୀପ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଦୁର୍ଘଟଣା ଘଟିବାରୁ ଡିଭାଇଡର ଭଙ୍ଗାଗଲା। ଯେତେବେଳେ ରାସ୍ତା ନିର୍ମାଣ ହୋଇଥିଲା ସେତେବେଳେ ସେ ଏଠାରେ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri