ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ କ୍ୟାରିୟର, ସ୍ବାସ୍ଥ୍ୟ ଓ ଆର୍ଥିକ ମାମଲାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଜ୍ୟୋତିଷ ଗଣନା ଅନୁଯାୟୀ, ୨ ସେପ୍ଟେମ୍ବର ଦିନ ଦ୍ୱିପ୍ରହର ୧ଟା ୫୧ ମିନିଟରେ ଶୁକ୍ର ଗ୍ରହ କନ୍ୟା ରାଶିରୁ ତୁଳା ରାଶିକୁ ଗୋଚର କରିବେ। ଶୁକ୍ର ତୁଳାରେ ପ୍ରବେଶ କରିବା ପରେ ଶନିଙ୍କ ସହ ମିଶି ଷଡ଼ାଷ୍ଟକ ଯୋଗ ଗଠନ କରିବେ। ଶୁକ୍ର ଶନିଙ୍କଠାରୁ ଷଷ୍ଠ ଏବଂ ଶନି ଶୁକ୍ରଙ୍କଠାରୁ ଅଷ୍ଟମ ଭାବରେ ରହିବା ଯୋଗୁଁ ଏହି ଯୋଗ ଗଠିତ ହେବ।

ଜ୍ୟୋତିଷ ମତ ଅନୁସାରେ, ଏହି ଷଡ଼ାଷ୍ଟକ ଯୋଗର ପ୍ରଭାବ ମେଷ, ସିଂହ ଓ ବିଛା ରାଶି ଉପରେ ଦେଖିବାକୁ ମିଳିପାରେ। ଏହି ରାଶିର ଲୋକଙ୍କୁ କ୍ୟାରିୟର ସହିତ ଅନ୍ୟାନ୍ୟ ମାମଲାରେ ସତର୍କ ରହିବାକୁ ପଡ଼ିପାରେ।

ମେଷ ରାଶିର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବିଶେଷ ସାବଧାନ ରହିବାକୁ ପଡ଼ିପାରେ। ଭୁଲ ଓ ଅସାବଧାନତା କାରଣରୁ କାମ ବିଗିଡ଼ିବାର ଆଶଙ୍କା ରହିଛି। ସୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଚାପ ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ଚିନ୍ତାର କାରଣ ହୋଇପାରେ। ଘର-ପରିବାରରେ ବିବାଦ ହେଲେ ଏହାର ପ୍ରଭାବ ସମ୍ପର୍କ ଉପରେ ପଡ଼ିପାରେ।

ସିଂହ ରାଶି ପାଇଁ ଏହି ଯୋଗ କିଛିଟା ଚ୍ୟାଲେଞ୍ଜିଂ ରହିପାରେ। କାର୍ଯ୍ୟକୁ ନେଇ ଚିନ୍ତା ବଢ଼ିପାରେ ଏବଂ କାମର ଚାପ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ଅଫିସରେ କୌଣସି ସହକର୍ମୀଙ୍କ ସହ ବିବାଦ ହୋଇପାରେ, ତେଣୁ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ସୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।

ବିଛା ରାଶିର ଲୋକଙ୍କ ପାଇଁ ଆର୍ଥିକ ମାମଲାରେ ଚ୍ୟାଲେଞ୍ଜ ଆସିପାରେ। ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବିଶେଷ କରି ନିବେଶ କରିବା ସମୟରେ ଅଧିକ ସାବଧାନ ରହନ୍ତୁ, କାରଣ ଭୁଲ ନିଷ୍ପତ୍ତି ଆର୍ଥିକ କ୍ଷତି କରାଇପାରେ। କୌଣସି ନିବେଶ ପୂର୍ବରୁ ଭଲ ଭାବେ ଯାଞ୍ଚ କରି ନିଷ୍ପତ୍ତି ନିଅନ୍ତୁ। ସ୍ବାସ୍ଥ୍ୟକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ।

 

Odisha’s No.1 Odia Daily

Share
Tags: rashiphala