Categories: ବାଣିଜ୍ୟ

ଖିମ୍‌ଜୀରେ ଅନ୍‌ଲକ୍‌ ସେଲ୍‌

ଭୁବନେଶ୍ୱର: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ଖିମ୍‌ଜୀ ପକ୍ଷରୁ ‘ଅନ୍‌ଲକ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କ ଲାଗି ଶୋ’ରୁମ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ସେଲ୍‌ରେ ସୁନାରେ ନିବେଶ ନେଇ ନୂଆ ସୁଯୋଗ ପ୍ରଦାନ କରାଯାଇଛି। ଏହି ସେଲ୍‌ ଖିମ୍‌ଜୀର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ରାଉରକେଲା ଶୋ’ରୁମରେ ଉପଲବ୍ଧ ହେଉଛି। ୨୫ ସେପ୍ଟେମ୍ବରଠାରୁ ଆରମ୍ଭ ହୋଇ ଏହା ଚଳିତ ବର୍ଷ ଅକ୍ଟୋବର ମଧ୍ୟଭାଗ ଯାଏ ଚାଲିବ। ଏହି ଅଫର ସବୁ ବୟସ ବର୍ଗଙ୍କ ଲାଗି ଲାଗୁ ହେବ। ଏହି ସମୟରେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ। ସେହିଭଳି ଲକ୍‌ଜ୍ୟୁରି ଘଣ୍ଟା ଉପରେ ୫୦% ପର୍ଯ୍ୟନ୍ତ ରିହାତି, ରୁପା ଗହଣା ଗଢା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ରିହାତି ମିଳିବ ବୋଲି ଶୋ’ରୁମ୍‌ ପକ୍ଷରୁ ସୂଚନା ରହିଛି। ଏହି ଅଫରକୁ ଶୁଭାରମ୍ଭ କରି ଖିମ୍‌ଜୀର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଶୋ’ରୁମ୍‌ରେ ସମସ୍ତ ନିୟମ ପାଳନ କରାଯାଉଛି। ସକାଳ ୧୧ରୁ ରାତି ୮ଟା ଯାଏ ଗ୍ରାହକ କ୍ରୟ କରିବାକୁ ସୁବିଧା ପାଇପାରିବେ।

Share