ବଢ଼ୁନି ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଅବସର ବୟସ

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ରାଜ୍ୟରେ ଏବେ ବିଭିନ୍ନ ବଶ୍ୱବିଦ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ୫୦% ପଦବୀ ଖାଲି ପଡ଼ିଛି। ଗୋଟିଏ ପଟେ ପଦବୀ ଶୀଘ୍ର ପୂରଣ ହୋଇପାରୁ ନ ଥିବାବେଳେ ଅନ୍ୟପଟେ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ୬୦ବର୍ଷରେ ଅବସର ହୋଇଯାଉଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ବିଶେଷକରି ଗବେଷଣା କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ପଡ଼ୁଛି। ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଅବସର ସମୟ ୬୦ରୁ ୬୫ବର୍ଷ କରିବା ପାଇଁ ୨୦୦୭ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟଜିସି) ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ଏହି ନିର୍ଦ୍ଦେଶ ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ସମସ୍ତ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ ପ୍ରାଧ୍ୟାପକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ୟୁଜିସି ଗାଇଡ୍‌ଲାଇନ ଅନୁସାରେ ଦେଶରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଅବସର ବୟସ ୬୫କୁ ବୃଦ୍ଧି କରିବା କଥା। ସବୁ ସେଣ୍ଟ୍ରାଲ ୟୁନିଭରସିଟି ଓ ଦେଶର ଅଧିକାଂଶ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ କରାଯାଇଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟରେ ଏହାକୁ ଲାଗୁ କରାଗଲାଣି। କିଛି ରାଜ୍ୟରେ ୬୦ରୁ ୬୨ବର୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଓଡ଼ିଶାର ଷ୍ଟେଟ୍‌ ୟୁନିଭରସିଟିଗୁଡ଼ିକରେ ଏହାକୁ ଲାଗୁ କରାଯାଇ ନାହିଁ। ଫଳରେ ସବୁ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ୟୁୟୁଟିଏ) ପକ୍ଷରୁ ବହୁବାର ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଗଲାଣି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରାଯାଇଛି। ସଂଘର କହିବାନୁଯାୟୀ, ରାଜ୍ୟ ସରକାର ସରକାରୀ କଲେଜର ଶିକ୍ଷକଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଅବସର ବୟସ ୫୮ରୁ ୬୦କୁ ବୃଦ୍ଧି କରିଛନ୍ତି। ସେହିପରି ଡାକ୍ତରଙ୍କୁ ସମ୍ମାନ ଜଣାଇ ସେମାନଙ୍କର ବି ଅବସର ବୟସ ୬୦ରୁ ୬୫କୁ ବୃଦ୍ଧି କରାଯାଇଛି। ତେଣୁ ୟୁଜିସିର ନିୟମାନୁସାରେ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଅବସର ବୟସ ୬୫କୁ ବୃଦ୍ଧି କରାଯାଉ ବୋଲି ଦାବି ହେଉଛି।
ସଂଘର ସମ୍ପାଦକ ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା କହିଛନ୍ତି, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ର଼୍ୟାଙ୍କ୍‌ର ଶିକ୍ଷକ ଅବସର ନେଇ ସାରିଲେଣି। ଆଗକୁ କିଛି ମାସ ମଧ୍ୟରେ ବି ଅନେକ ଅବସର ନେବେ। ଫଳରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକାଡେମିକ୍‌ କାର୍ଯ୍ୟକଳାପ ଉପରେ ପ୍ରଭାବ ପଡ଼ିବ। ଆସନ୍ତା ୫ବର୍ଷ ପାଇଁ ୟୁଜିସି ଅନୁଦାନ ପାଇଁ ଆଗକୁ ନାକ୍‌ ଟିମ୍‌ ସବୁ ବିଶ୍ୱବିଦ୍ୟାଳୟକୁ ଆସିବ। କିନ୍ତୁ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକଙ୍କ ଅନୁପସ୍ଥିତି ଯୋଗୁ ନାକ୍‌ ଟିମ୍‌ ନକାରାତ୍ମକ ମନ୍ତବ୍ୟ ଦେଇପାରେ। ଫଳରେ ଅନ୍ୟ ସବୁ ବିଶ୍ୱବିଦ୍ୟାଳୟ ଉପରେ ଏହାର ପ୍ରଭାବ ପଡ଼ିପାରେ। ସେହିପରି ବିଶ୍ୱବିଦ୍ୟାଳୟ ହେଉଛି ଗବେଷଣା କେନ୍ଦ୍ର। ଏଠାରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଧୀନରେ ୪ଜଣ ସ୍କଲାର, ଆସୋସିଏଟ୍‌ ପ୍ରଫେସର ଅଧୀନରେ ୬ଜଣ ଏବଂ ଜଣେ ପ୍ରଫେସରଙ୍କ ଅଧୀନରେ ୮ଜଣ ସ୍କଲାର ଗବେଷଣା କରିବା ପାଇଁ ନିୟମ ରହିଛି। କିନ୍ତୁ ପ୍ରଫେସରଙ୍କ ଅବସର ଯୋଗୁ ଗବେଷଣା କାର୍ଯ୍ୟକଳାପ ଧୀରେ ଧୀରେ କମିବାରେ ଲାଗୁଛି, ଯାହାକି ଏବେ ୫୫% ଗବେଷଣା କାର୍ଯ୍ୟକଳାପ ହେଉଥିବା ଜଣାପଡ଼ିଛି। ସେହିଭଳି ଅବସର ବୟସ କାରଣ ଯୋଗୁ ଆମ ରାଜ୍ୟର ବହୁ ଭଲ ଶିକ୍ଷକ ସେମାନଙ୍କ ବିଶ୍ୱବିଦ୍ୟାଳୟ ଛାଡ଼ି ବାହାରକୁ ଯାଉଛନ୍ତି। ସେହିଭଳି ଅନ୍ୟ ରାଜ୍ୟର କେହି ଓଡ଼ିଶାକୁ ତାଙ୍କର ଆକାଡେମିକ୍‌ ଡେଷ୍ଟିନେଶନ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ପ୍ରଫେସର ପଣ୍ଡା କହିଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ ପ୍ରଫେସର ଶ୍ରୁତି ଦାସ କହିଛନ୍ତି, ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ଏବେ ଯୁବ ଗବେଷକମାନେ ଉପଯୁକ୍ତ ମାର୍ଗଦର୍ଶନ ପାଉନାହାନ୍ତି, କାରଣ ସେମାନଙ୍କୁ ଗାଇଡ୍‌ କରିବା ପାଇଁ ପ୍ରକୃତ ଲୋକ ନାହାନ୍ତି। ଫଳରେ ବିଶ୍ୱବିଦ୍ୟାଳଗୁଡ଼ିକରେ ଗବେଷଣା ଉପରେ ଅଧିକ ପ୍ରଭାବ ପଡ଼ୁଛି। ତେଣୁ ଯଥାଶୀଘ୍ର ସରକାର ଅବସର ବୟସକୁ ୬୦ରୁ ୬୫କୁ ବୃଦ୍ଧି କରିଲେ କେବଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ନୁହେଁ, ସ୍କଲାରମାନେ ମଧ୍ୟ ବେଶ୍‌ ଉପକୃତ ହେବେ। ଏଥି ସହିତ ରାଜ୍ୟ ବି ଆଗକୁ ଯିବ। ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, ମୁଁ ବି ୬୦ ବର୍ଷରେ ଅବସର ନେଇଛି। ଏ ଦିଗରେ କୌଣସି ପଦକ୍ଷେପ ନେବା ପାଇଁ ମୋ ପାଖରେ କ୍ଷମତା ନାହିଁ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ପଦକ୍ଷେପ ନେଇପାରିବେ। ତେବେ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କୁ ମୁଁ ଲିିଖିତ ନୁହେଁ, ମୌଖିକ ଭାବେ ସହଯୋଗ କରିପାରିବି ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri