ଆକାଶରୁ ଆକ୍ରମଣ ନିଷ୍ଫଳ କଲା ଆମେରିକା

କାବୁଲ, ୩୧ା୮: ଆଫଗାନିସ୍ତାନରୁ ଆମେରିକୀୟ ଓ ଏହାର ଆଫଗାନ୍‌ ସହଯୋଗୀଙ୍କୁ ଉଦ୍ଧାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବାବେଳେ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ବାଧା ଉପୁଜାଇବାକୁ ଚେଷ୍ଟା ଚଳାଇଛନ୍ତି। ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗତ ୨୬ ତାରିଖ ଆତ୍ମଘାତୀ ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଆମେରିକା ଟାର୍ଗେଟରେ ରହିଛି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌-ଖୋରାସାନ୍‌। ପ୍ରତିଶୋଧ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚେତାବନୀ ସତ୍ତ୍ୱେ ଆମେରିକା କାର୍ଯ୍ୟକୁ ସହଜ ନ କରିବା ଉଦ୍ୟମରେ କାବୁଲ ଏୟାରପୋର୍ଟକୁ ପୁଣି ଟାର୍ଗେଟ କରିଛି ଆଇଏସ୍‌ଆଇଏସ୍‌। ରବିବାର ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ ହେବା ପରେ ସୋମବାର ମଧ୍ୟ ବିମାନବନ୍ଦରକୁ ରକ୍ତରଞ୍ଜିତ କରିବାକୁ ଯୋଜନା ହୋଇଥିଲା। ତେବେ ଆମେରିକାର ଆଣ୍ଟି ମିଶାଇଲ ଡିଫେନ୍ସ ସିଷ୍ଟମ ଏହାକୁ ନିଷ୍ଫଳ କରିଛି।
କାବୁଲ ବିମାନବନ୍ଦରକୁ ଟାର୍ଗେଟ କରି ସୋମବାର ସେଠାକୁ ୫ଟି ରକେଟ୍‌ ଛଡ଼ାଯାଇଥିଲା। ହେଲେ ଏୟାରପୋର୍ଟରେ ଲାଗିଥିବା ଆମେରିକାର ଆଣ୍ଟି-ମିଶାଇଲ ଡିଫେନ୍ସ ସିଷ୍ଟମ୍‌ ସେଗୁଡ଼ିକୁ ମାରି ଖସାଇଛି। ସହରର ଉତ୍ତର ଭାଗରୁ ଏହି ରକେଟଗୁଡିକ ଛଡ଼ାଯାଇଥିବା ଆଫଗାନିସ୍ତାନର ପୂର୍ବତନ ସରକାରରେ କାର୍ଯ୍ୟ କରୁଥିବା ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ରକେଟ ଛଡ଼ାଯିବାକୁ ନେଇ ଆଇଏସ୍‌ଆଇଏସ୍‌ ଗୋଷ୍ଠୀ ନିଜକୁ ଦାୟୀ କରିଛି। କତ୍ୟୁଶ ରକେଟ୍‌ ଦ୍ୱାରା ବିମାନବନ୍ଦରକୁ ଟାର୍ଗେଟ କରାଯାଇଥିବା ଏହି ଆତଙ୍କବାଦୀ ଗୋଷ୍ଠୀର ନାଶେର ନ୍ୟୁଜ୍‌ ଟେଲିଗ୍ରାମ ଚ୍ୟାନେଲରେ କହିଛି। ଆକ୍ରମଣ କରାଯାଇଥିବା ବାବଦରେ ହ୍ବାଇଟ୍‌ହାଉସ୍‌ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ସେଠାରେ ଉଦ୍ଧାର କାମ ଜାରି ରହିଥିବା ଆମେରିକା କହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ସାମ୍‌ନାକୁ ଆସିଥିବା ଫଟୋ ଓ ଭିଡିଓରେ ଏୟାରପୋର୍ଟର ବିଭିନ୍ନ ସ୍ଥାନରେ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। କାବୁଲସ୍ଥିତ ଖୁଓ୍ବଜା ବୁଘ୍ରାର ଗୁଲାଇ ଅଞ୍ଚଳରେ ଏକାଧିକ ଆତ୍ମଘାତୀ ଆତଙ୍କବାଦୀ ଯାଉଥିବା ଥିବା ଗାଡ଼ିକୁ ଟାର୍ଗେଟ କରି ଆମେରିକା ରବିବାର ଡ୍ରୋନ୍‌ ଯୋଗେ ଆକ୍ରମଣ କରିଥିଲା। ଫଳରେ ଏକ ବଡ଼ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଥିଲା। ଏହି ଆକ୍ରମଣରେ ଏକାଧିକ ଶିଶୁଙ୍କ ସମେତ ପ୍ରାୟ ୧୦ ଆଫଗାନ୍‌ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri