୧୩୦ ବିମାନ ସହିତ ଆମେରିକା କଲା ଏଲିଫ୍ୟାଣ୍ଟ ଓ୍ବାକ୍‌…

ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍‌ କରିଛି। ପ୍ରଶାନ୍ତ ମହାସାଗରରେ ଆମେରିକା ଏହି ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି। ଆମେରିକାର ବାୟୁସେନା ବ୍ୟତୀତ ଜାପାନ ଏବଂ ଅଷ୍ଟ୍ରେଲୀୟ ବାୟୁସେନା ମଧ୍ୟ ଏହି କୋପ ନର୍ଥ-୨୨ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି।

ଗୁଆମର ଆଣ୍ଡରସେନ ବାୟୁସେନା ବେସ୍‌ରେ ଆୟୋଜିତ ଏହି ଯୁଦ୍ଧାଭ୍ୟାସରେ ଏଲିଫ୍ୟାଣ୍ଟ ଓ୍ବାକ୍‌ କରି ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଯୁଦ୍ଧାଭ୍ୟାସରେ ୧୩୦ ବିମାନ ଏକକାଳୀନ ରନୱେରେ ଧାଡି ହୋଇ ରହିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିମାନଗୁଡ଼ିକ ଏକାସାଙ୍ଗରେ ଆକାଶ ମାର୍ଗରେ ବହୁ ଯୁଦ୍ଧାଭ୍ୟାସ ମଧ୍ୟ କରିଥିଲେ।

ଚାଇନା ଠାରୁ ୨୯୦୦ କିଲୋମିଟର ଦୂରରେ ଆଣ୍ଡରସେନ ବାୟୁସେନା ବେସ୍‌ ରହିଛି। ଆମେରିକାର ଶକ୍ତି ପ୍ରଦର୍ଶନକୁ ବେଜିଂ ଏବଂ ମସ୍କୋ ପାଇଁ ସିଧାସଳଖ ଚେତାବନୀ ଭାବରେ ଦେଖାଯାଉଛି । ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍ତମ ନୌସେନା ଏବଂ ବାୟୁ ବେସସ୍‌ ହେଉଛି ଗୁଆମ ।

ଆମେରିକା ଏହି ବେସ୍‌ ମାଧ୍ୟମରେ ଉତ୍ତର କୋରିଆ ଉପରେ ମଧ୍ୟ ନଜର ରଖିଛି। ଏହା ବ୍ୟତୀତ ଆମେରିକାର ନୌସେନାର ସପ୍ତମ ଫ୍ଲାଇଟ ମଧ୍ୟ ଜାପାନରେ ରହିଛି। ଏଭଳି ପରିସ୍ଥିତିରେ, ହଜାର ହଜାର କିଲୋମିଟର ଦୂରରେ ରହିବା ସତ୍ତ୍ୱେ ଆମେରିକା ଏସିଆର ଏକ ବଡ଼ ରଣନୀତି ଏବଂ ସାମରିକ ଉପସ୍ଥିତି ଜାହିର କରିପାରିଛି।

ଏହି ମିଳିତ ଯୁଦ୍ଧାଭ୍ୟାସ ଫେବୃଆରୀ ୧୮ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ୨୫୦୦ ରୁ ଅଧିକ ଆମେରିକୀୟ ବିମାନ କର୍ମଚାରୀ, ସାମୁଦ୍ରିକ ତଥା ନାବିକ ଅଂଶଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ଜାପାନ ଏବଂ ଅଷ୍ଟ୍ରେଲିଆର ୧୦୦୦ ନାବିକ ମଧ୍ୟ ଏଥିରେ ସାମିଲ ରହିଛନ୍ତି।

୧୯୭୮ଠାରୁ ଆମେରିକା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ୧୯୯୯ ପର୍ଯ୍ୟନ୍ତ ଜାପାନର ମିସାୱା ଏୟାର ବେସ୍‌ରେ ଏହି ଯୁଦ୍ଧାଭ୍ୟାସ କରା ଯାଉଥିଲା। ପରେ ଏହାକୁ ଗୁଆମର ଆଣ୍ଡର୍ସେନ ଏୟାର ଫୋର୍ସ ବେସକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri