ୟୁନିଟ୍‌-୯ ବାଳିକା ହାଇସ୍କୁଲ ସ୍ମୃତି ହଜାଇବାକୁ ଚକ୍ରାନ୍ତ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜଧାନୀର ବିଭିନ୍ନ ସ୍ଥାନରେ ଅଟ୍ଟାଳିକା ନିର୍ମାଣ କରି ପୁରାତନ ସ୍ମୃତିକୁ ଧ୍ୱଂସ କରାଯାଉଛି। ସ୍କୁଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ସାରା ରାଜ୍ୟରେ ରୂପାନ୍ତରଣ କରାଯାଇ ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରତୀକ ବହନ କରିଥିବା ଭୁବନେଶ୍ୱର ୟୁନିଟ୍‌-୯ରେ ଥିବା ବାଳିକା ହାଇସ୍କୁଲକୁ ନିଶ୍ଚିହ୍ନ କରିବାକୁ ଚକ୍ରାନ୍ତ ଚାଲିଛି। ଏହାକୁ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ୧୯୬୭ ମସିହାରେ ଗଢ଼ି ଉଠିଥିବା ଏହି ହାଇସ୍କୁଲରେ ସବୁଦିନ ଲାଗି ତାଲା ପକାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ପ୍ରବଳ ବିରୋଧ କରିଛନ୍ତି। ରାଜ୍ୟ ସରକାର ନାରୀମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ଏହି ପୁରାତନ ନାରୀଶିକ୍ଷା କେନ୍ଦ୍ରକୁ ଧ୍ୱଂସ କରି ଅନ୍ୟତ୍ର ମିଶ୍ରଣ ନିଷ୍ପତ୍ତିକୁ ପୁରାତନ ଛାତ୍ରୀ, ଶିକ୍ଷୟିତ୍ରୀ ତଥା ବିଭିନ୍ନ ମହଲରୁ କଡ଼ା ବିରୋଧ କରାଯାଇଛି। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ଜୋରଦାର କରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଜମି ଦେବାକୁ ଯାଇ ଏହି ଶିକ୍ଷାନୁଷ୍ଠାନର ସତ୍ତା ହଜାଇ ଦେବାକୁ ଚକ୍ରାନ୍ତ ହେଉଛି । ନାରୀଶିକ୍ଷା ସହ ସାମାଜିକ, ଗୋଷ୍ଠୀଗତ କାର୍ଯ୍ୟ କ୍ଷେତ୍ରରେ ଏହି ବିଦ୍ୟାଳୟ ସବୁବେଳେ ଉତ୍କର୍ଷ ପ୍ରମାଣ କରିଆସିଛି। ପ୍ରତିବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୦%ରୁ ଅଧିକ ସଫଳତା ହାସଲ କରି ଏହି ବିଦ୍ୟାଳୟ ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛି। ସବୁଜିମା ଭରା ପରିବେଶରେ ଥିବା ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ସହ ଏନ୍‌ସିସିି, ରେଡ୍‌କ୍ରସ୍‌, ଇକୋ କ୍ଲବ୍‌, ଲିଟେରାସି କ୍ଲବ୍‌, ବ୍ୟାଣ୍ଡ ଦଳ ରହିଛି। ଏଠାକାର ଛାତ୍ରୀମାନେ ବ୍ଲକ, ଜିଲା, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳତା ହାସଲ କରୁଛନ୍ତି। ବିଶେଷକରି ସହରର ବସ୍ତି ଅଞ୍ଚଳ ତଥା ଆର୍ଥିକ ଅନଗ୍ରସର ଅଭିଭାବକମାନେ ନିଜ ଝିଅମାନଙ୍କୁ ଏଠାରେ ନାମ ଲେଖାଉଛନ୍ତି। ୬୦ ବର୍ଷର ଏହି ପୁରାତନ ହାଇସ୍କୁଲ ସରକାରଙ୍କ ଅନୁକମ୍ପା ଲାଭ କରିବା ପରିବର୍ତ୍ତେ ସବୁଦିନ ପାଇଁ ବନ୍ଦ ହେବାକୁ ବସିଛି। ଏହାର ସତ୍ତା ଅନ୍ୟ ବିଦ୍ୟାଳୟରେ ମିଶିଯିବାକୁ ଯାଉଛି। ଫଳରେ ବିଦ୍ୟାଳୟର ଇତିହାସ, ସ୍ମୃତି, କୀର୍ତ୍ତିଗାଥା ସବୁକିଛି ଅତୀତ ହୋଇଯିବ। ହାଇସ୍କୁଲର ଗୌରବ ଓ ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ଏହା ପ୍ରଥମ ପର୍ଯ୍ୟାୟ ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ଆପଣାଇବା ସହ ସ୍ବଚ୍ଛ ପରିମଳସମ୍ପନ୍ନ ସ୍ମାର୍ଟ ସ୍କୁଲରେ ପରିଣତ ହୋଇସାରିଛି। ମାତ୍ର ଏବେ କେତେଜଣ କୁଚକ୍ରୀଙ୍କ ଲାଗି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରିବର୍ଦ୍ଧନ ପାଇଁ ଏହି ବାଳିକା ବିଦ୍ୟାଳୟର ସତ୍ତାକୁ ବିଲୀନ କରିବାକୁ ଉଦ୍ୟମ କରାଯାଉଛି। ନିଷ୍ପତ୍ତିର ପୁନର୍ବିଚାର କରିବା ସହ ବିଦ୍ୟାଳୟକୁ ବଞ୍ଚାଇ ରଖିବାକୁ ଅଭିଭାବକମାନେ ଦାବି କରିଛନ୍ତି। ନଚେତ୍‌ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୁରାତନ ଛାତ୍ରୀ, ଶିକ୍ଷୟିତ୍ରୀମାନେ ବିରୋଧ କରିଛନ୍ତି।
ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଊର୍ମିଳା ପଟ୍ଟନାୟକ କହିଛନ୍ତି, ୧୯୯୩-୯୭ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲି। ଆଚାର୍ଯ୍ୟ ବିହାର, ବୋର୍ଡ କଲୋନୀ ଆଦି ଆଖପାଖ ଅଞ୍ଚଳର ଛାତ୍ରୀମାନେ ଏଠାରେ ପାଠ ପଢ଼ନ୍ତି। ବହୁତ ପିଲା ଏଠାରୁ ପାଠ ପଢ଼ି ଏବେ ଭଲ ଭଲ ସ୍ଥାନରେ ରହିଛନ୍ତି। ଏହା ଏକ ଭଲ ଷ୍ଟାଣ୍ଡାର୍ଡର ସ୍କୁଲ। ତେଣୁ ଏହାକୁ ବନ୍ଦ ନ କରି ସେହିଠାରେ ଚାଲୁ ରହିବା ଉଚିତ।
ପୂର୍ବତନ ଛାତ୍ରୀ ତଥା ଅଧ୍ୟାପିକା ଅମିୟବାଳା ପରିଡ଼ା କହିଛନ୍ତି, ୧୯୮୪ ବେଳକୁ ମୁଁ ସେଠି ପଢୁଥିଲି। ସରକାର ସ୍ବତନ୍ତ୍ର ଭାବେ ବାଳିକାଙ୍କ ପାଇଁ ସ୍କୁଲ ତିଆରି କରୁଥିବାବେଳେ ୟୁନିଟ୍‌-୯ ବାଳିକା ବିଦ୍ୟାଳୟକୁ ବନ୍ଦ କରିଦେବା ଉଚିତ ନୁହେଁ। ଝିଅମାନଙ୍କ ସୁରକ୍ଷା ଏବଂ ବିଭିନ୍ନ କାରଣ ପାଇଁ ସ୍ବତନ୍ତ୍ର ବାଳିକା ବିଦ୍ୟାଳୟ ତିଆରି ହୋଇଥିଲା। ଏବେ ତାକୁ ବାଳକ ବିଦ୍ୟାଳୟରେ ମିଶାଇବା ଠିକ୍‌ ନୁହେଁ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କ ପାଇଁ ଏକ ସମ୍ବେଦନଶୀଳ ସମୟ। ତେଣୁ ଅନେକ କ୍ଷେତ୍ରରେ ଅଭିଭାବକମାନେ ଝିଅମାନଙ୍କୁ ସ୍ବତନ୍ତ୍ର ସ୍କୁଲରେ ପଢାଇବାକୁ ଉଚିତ ମଣନ୍ତି। ମାତ୍ର ଏବେ ସ୍କୁଲ ବନ୍ଦ କରିଦେବା ଦ୍ୱାରା ଛାତ୍ରୀମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଅନ୍ୟ ଜାଗା ଦେଇହେବ। ଏଥିପାଇଁ ଏତେ ବର୍ଷର ସୁନାମ ଥିବା ସ୍କୁଲକୁ ବନ୍ଦ କରିବା ଉଚିତ ନୁହେଁ। ଏନେଇ ପୁରୁଣା ଛାତ୍ରୀ ଏବଂ ଅଭିଭାବକମାନଙ୍କ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।
ସେହିପରି ପୂର୍ବତନ ଛାତ୍ରୀ ତଥା ସାମାଜିକର୍ମୀ ଶୁଭଶ୍ରୀ ଦାଶ କହିଛନ୍ତି, ସପ୍ତମରୁ ଦଶମ ପର୍ଯ୍ୟନ୍ତ ସେଠାରେ ପାଠ ପଢିଥିଲି। ମୁଁ ଗୋଲ୍‌ଡେନ ଜୁବିଲି ପ୍ରେସିଡେଣ୍ଟ। କିଛିଦିନ ତଳେ ଗୋଲ୍‌ଡେନ ଜୁବିଲି ପାଳନ କରିଥିଲୁ। ବହୁତ ପିଲାଙ୍କର ସ୍ମୃତି ଏ ସ୍କୁଲ ସହିତ ଜଡିତ ରହିଛି। ତେଣୁ ହଠାତ୍‌ ଏଭଳି ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ଅପରପକ୍ଷେ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟ ସହିତ ହଠାତ୍‌ ମିଶାଇବା ଦ୍ୱାରା ଛାତ୍ରୀମାନେ ସେଠାରେ ନିଜକୁ ସହଜ ମନେକରିପାରିବେ ନାହିଁ। ତେଣୁ ଏ ସବୁକୁ ନେଇ ମନ ଭିତରେ କ୍ଷୋଭ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri