ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଦେଖାଯିବା ସହ ଅନେକ ଲୋକଙ୍କ ଅକାରଣରେ ଜୀବନ ଚାଲିଯାଉଛି। ଦ୍ରୁତଗତିରେ ଗାଡ଼ିଚାଳନା, ହେଲମେଟ୍‌ ଓ ସିଟ୍‌ ବେଲ୍ଟ ବ୍ୟବହାର ନ କରିବାରୁ ମଧ୍ୟ ଦୁର୍ଘଟଣାରେ ଜୀବନ ଚାଲିଯାଉଛି। ଏହାକୁ ଜିଲା ପୋଲିସ ଗୁରୁତ୍ୱ ଦେଇଛି।

କନ୍ଧମାଳ ଏସ୍‌ପି ହରିଶ ବି. ସିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୋଲିସର ସହଯୋଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଆଇସି ପକ୍ଷରୁ ୫୯ ନଂ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ହେଲମେଟ୍‌ ଓ ସିଟବେଲ୍ଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବା ସହ ଯେଉଁମାନେ ଏହା ପିନ୍ଧି ନାହାନ୍ତି ସେମାନଙ୍କୁ ହେଲ୍‌ମେଟ୍‌ ବ୍ୟବହାର କରିବା ଓ ସିଟ୍‌ ବେଲ୍ଟ ବ୍ୟବହାର କରିବା ଦ୍ୱାରା କ’ଣ ସବୁ ଫାଇଦା ମିଳିବ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହା ପିନ୍ଧିବା ପାଇଁ ଗୋଲାପ ଫୁଲ ଦେଇ ନିବେଦନ କରାଯାଇଥିଲା। ହେଲମେଟ୍‌ ପିନ୍ଧି ମୂଲ୍ୟବାନ ଜୀବନ ପ୍ରତି ସଚେତନ କରିବାକୁ ନିବେଦନ କରାଯିବା ସହ ୨ ଚକିଆ ଗାଡ଼ିରେ ୨ ଜଣରୁ ଅଧିକ ବସିବାକୁ ବାରଣ କରାଯିବା ସହ ଦ୍ରୁତ ଗତି ଚାଳନାକୁ ବାରଣ କରାଯାଇଛି।


ସେହିପରି ଚାରିଚକିଆ ଗାଡ଼ି ଚଲାଇବା ବେଳେ ସିଟ୍‌ବେଲ୍ଟ ବ୍ୟବହାର କରିବା ସହ ଗାଡ଼ି କାଗଜପତ୍ର ନିଜ ନିକଟରେ ରଖିବା, ମଦ୍ୟପାନ କରି, ମୋବାଇଲ ଧରି ଗାଡ଼ି ନ ଚଳାଇବାକୁ ନିବେଦନ କରାଯାଇଛି। ଆଗ ଗାଡିଠାରୁ ପ୍ରାୟ ୨୫ ଫୁଟ ଦୂରତାରେ ରହିବା, ଗାଡ଼ିର ଗତି ୪୦ରୁ ଅଧିକ ନ ଯିବା, ବୁଲାଣି ଓ ଓଭରଟେକ୍‌ କରିବା ସମୟରେ ହର୍ଣ୍ଣ ବଜାଇବା, ଗୋରୁ, ଛୋଟ ପିଲା ଓ ମାନସିକ ଅନଗ୍ରସର ବ୍ୟକ୍ତିମାନେ ବୁଲୁଥିବା ସମୟରେ ଧ୍ୟାନ ଦେଇ ଗାଡ଼ି ଚଲାଇବା, ୨ ଚକିଆ ଗାଡ଼ିରେ ୨ ଜଣ ଯାତ୍ରା ସମୟରେ ୨ ଜଣଯାକ ହେଲମେଟ୍‌ ବ୍ୟବହାର କରିବା ପାଇଁ ନିବେଦନ କରାଯାଇଛି। ଚକ୍ରଧର ମହାରଣା, ରାକେଶ ସାହୁ, ମୃତ୍ୟୁଞ୍ଜୟ ମୁଦୁଲି,କବି ଭଟ,ଗଦାଧର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସଚେତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri