ପଶୁପକ୍ଷୀଙ୍କ ସହ ନିଆରା ସମ୍ପର୍କ: ନିଜର ପେନ୍‌ସନ୍‌ ଟଙ୍କାରେ ଶହଶହ ପାରା, ବୁଲାକୁକୁରଙ୍କୁ ଖାଦ୍ୟ ଦେଉଛନ୍ତି ଏହି ବ୍ୟକ୍ତି…

ପଦ୍ମପୁର,୧୩ା୯(ପ୍ରଦୀପ୍ତ ଦାଶ): ଦିନକୁ ଦିନ ପଶୁପକ୍ଷୀ ପ୍ରତି ମଣିଷ ନିଷ୍ଠୁର ହେଉଥିବା ବେଳେ ବରଗଡ଼ ଜିଲା ପଦ୍ମପୁରରେ ଜୀବେ ଦୟାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ପାରା, ବୁଲାକୁକୁର ଓ ମଣିଷ ମଧ୍ୟରେ ସୃଷ୍ଟି ହୋଇଛି ନିଆରା ବନ୍ଧୁତ୍ୱ। ପ୍ରତିଦିନ ଶହଶହ ସଂଖ୍ୟାରେ ପାରା ଓ ବୁଲାକୁକୁର ଖାଉଛନ୍ତି ଚାଉଳ, ଗହମ। ଖାଇବା ଦେବା ବିଲମ୍ବ ହେଲେ ଘର ବାରଣ୍ଡାକୁ ପଶିଆସନ୍ତି। ପକ୍ଷୀ ହେଉ କି ବୁଲା କୁକୁର ହେଉ ଏମାନଙ୍କ ପ୍ରେମରେ ପଡ଼ିଥିବା ବ୍ୟକ୍ତି ହେଲେ ସାମାଜିକ କର୍ମୀ ନିରୋଜ ଦୋରା।

ପଦ୍ମପୁର -ପାଇକମାଳ ରାସ୍ତାରେ ରହିଛି ତାଙ୍କ ଘର। ସକାଳ ହେବା କ୍ଷଣି ତାଙ୍କ ଘର ପିଣ୍ଡାରେ ଚକ୍କର କାଟନ୍ତି ପାରା ଏବଂ ବୁଲା କୁକୁର। ଖାଦ୍ୟ ଦେବାରେ ବିଳମ୍ବ ହେଲେ ପାରାମାନେ ସିଧା ତାଙ୍କର ବାରଣ୍ଡାକୁ ପ୍ରବେଶ କରୁଥିବା କହନ୍ତି ନିରୋଜ। ପରେ ସେ ଘର ପିଣ୍ଡାକୁ ଆସି ଖୁବ୍‌ଆଗ୍ରହର ସହିତ ପାରାମାନଙ୍କୁ ନିଜ ହାତରେ ଖାଦ୍ୟ ଦେଇଥାନ୍ତି, ପର୍ଯ୍ୟାୟ କ୍ରମେ ଖାଦ୍ୟ ଗ୍ରହଣ କରି ବିଭିନ୍ନ କୋଣ ଅନୁକୋଣକୁ ଉଡ଼ିଯାଇଥାନ୍ତି। ଏମାନଙ୍କୁ ପ୍ରତିଦିନ ଖାଦ୍ୟ ଦେବାକୁ ନିଜର ପେନ୍‌ସନ୍‌ ଟଙ୍କା ବ୍ୟୟ କରିଥାନ୍ତି। ସେହିପରି ସକାଳୁ ଓ ସନ୍ଧ୍ୟାରେ ବୁଲାକୁକୁର ମଧ୍ୟ ରୁଟି କିମ୍ବା ବିସ୍କୁଟ ପାଇଁ ଜଗି ରହିଥାଆନ୍ତି। ତେବେ ଦୋରା ନିଜ ଚାକିରିରୁ ଅବସରଗ୍ରହଣ ପରେ ପଶୁପକ୍ଷୀଙ୍କ ସହିତ ଏହି ନିବିଡ ସମ୍ପର୍କ ଗଢି ଉଠିଛି । ଦୋରା କୁହନ୍ତି, ମଣିଷ ପରି ପଶୁପକ୍ଷୀଙ୍କ ମଧ୍ୟ ଜୀବନ ରହିଛି। ସମସ୍ତଙ୍କୁ ବଞ୍ଚିବା ପାଇଁ ଭଗବାନ ସୃଷ୍ଟି କରିଛନ୍ତି। ଯିଏ ଯେତେ ପାରିଲା ଜୀବନ ଥିବା ଯାଏ ସାହାଯ୍ୟ କରିବା କଥା ବୋଲି ଏହି ବଦାନ୍ୟ ବ୍ୟକ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri