କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ

ଜେନାପୁର,୧୦ା୯(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଶନିବାର ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ କରି ବଉଳମାଳ ପଞ୍ଚାୟତର ଇଚ୍ଛାପୁରଠାରେ ଅନୁସୂଚିତ ଜନଜାତି ସମାବେଶକୁ ସମ୍ବୋଧନ କରିଛନ୍ତି। ଧର୍ମଶାଳା ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ସଠିକ ହିତାଧିକାରୀଙ୍କୁ ଦେଉ ନ ଥିବା କହିବା ସହ କରୋନା ସମୟରେ ପ୍ରଧାମନ୍ତ୍ରୀଙ୍କର ଟିକା ଯୋଜନା ଲୋକଙ୍କୁ ନୂଆ ଜୀବନ ଦେଇଛି ବୋଲି କହିଥିଲେ। ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲାର ଲାଭାଂଶ କୁଆଡ଼େ ଯାଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ତେର୍‌ଚ୍ଛା ବାଣ ମାରିଥିଲେ। ଏହି ଅବସରରେ ସ୍ଥାନୀୟ ଆଦିବାସୀ ସାହି ଖଜୁରିବାଟି ଗାଁର ଆଦିବାସୀ ମନୋଜ ଘଡ଼େଇଙ୍କ ଘରେ ଭୋଜନ କରିଥଲେ।

ଏହି ପରିପ୍ରେକ୍ଷୀରେ ଧର୍ମଶାଳା ବ୍ଳକ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତ ଅଧୀନ ଇଛାପୁର ପଡ଼ିଆଠାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭାଜପା ଜିଲା ସଭାପତି ଗୌତମ ରାୟ, ଧର୍ମଶାଳା ଭାଜପା ନେତ୍ରୀ ସ୍ମୃତିରେଖା ପହି, ଜିଲା ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବିନାରାୟଣ ବେହେରା ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri