ତାରାତାରିଣୀ ଦର୍ଶନ କଲେ କେନ୍ଦ୍ର ହସ୍ତତନ୍ତ ମନ୍ତ୍ରୀ , ଭାରତବାସୀଙ୍କ ଲାଗି କଲେ ମଙ୍ଗଳ କାମନା

ପୁରୁଷୋତ୍ତମ ପୁର, ୭/୭(ଡିଏନ୍ଏ): କେନ୍ଦ୍ର ହସ୍ତତନ୍ତ  ମନ୍ତ୍ରୀ ଦର୍ଶନା ଜୋରଦଶ  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେଆସି ମା ତାରା ତାରିଣୀ ପିଠକୁ ଯାଇ ପୂଜାର୍ଚ୍ଚନା କରି ଭାରତ ବାସୀ ଙ୍କ ମଙ୍ଗଳ କାମନା କରିବା ସହ ଦେଶର ବିକାଶ ଲାଗି ମା ଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି।

ଏହା ସହ ଏହି ଅବସରରେ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀମୂର୍ମୁଙ୍କ ବିଜୟୀ ଲାଗି କାମନା କରିଛନ୍ତି। ସ୍ଥାନିତ ତହସିଲ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଉପସ୍ଥିତରହି ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହି ଗ୍ରସବେଳେ ରାଜ୍ୟ ଭାଜପା କାର୍ଯ୍ୟକାରୀଣି ସଦସ୍ୟ ଅରୁଣ କୁମାର ପଣ୍ଡା, ଅନିତା ଶୁଭଦର୍ଶନୀ, ରଞ୍ଜନ ପଲେଇ, ଜଞ୍ଗ ନାରାୟଣ ଦାଶ, ଅନିଲ କୁମାର ପଣ୍ଡା, ଲିଟୁନ ଦାଶ ଙ୍କ ସମେତ ବହୁ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ।