ତାରାତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର ଅଫିସ,୧୦।୭: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀ ଦର୍ଶନ କରିଛନ୍ତି। ପରେ ସେ ବ୍ରହ୍ମପୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେଶନ ଏଣ୍ଡ ରିସର୍ଚ୍ଚ(ଆଇଜର) ସ୍ଥାୟୀ କ୍ୟାମ୍ପସରେ ହଷ୍ଟେଲ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ପରେ ଗୋଳନ୍ଥରା ଇଶାଣେଶ୍ୱର ପ୍ରାଙ୍ଗଣରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ ।