Posted inଜାତୀୟ

ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି । ଏହି ସହଯୋଗ ବୁଝାମଣାପତ୍ର (ଏମ୍‌ଓସି ୨୦୨୩ ଜୁଲାଇରେ ସ୍ୱାକ୍ଷର କରାଯାଇଥିଲା । ଏଥିରେ ଭାରତ ପକ୍ଷରୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନ ପକ୍ଷରୁ ଅର୍ଥନୀତି, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରତିନିଧି ସ୍ୱାକ୍ଷର କରିଥିôଲେ । ଏହା ଭାରତ-ଜାପାନ ସେମି କଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ନାମରେ ପରିଚିତ ।

ଏହି ଏମ୍‌ଓସି ଦୁଇ ଦେଶ ମଧ୍ୟରେ ସେମି କଣ୍ଡକ୍ଟର କାରବାର ଓ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହେବ । ଡିଜିଟାଲ ଟେକ୍‌ନୋଲୋଜି ଓ ଉଦ୍ୟୋଗର ବିକାଶରେ ସେମିକଣ୍ଡକ୍ଟରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭାରତ ଓ ଜାପାନ ଉଭୟ ଏହି ବୁଝାବଣା ସହଯୋଗ ଦ୍ୱାରା ଉପକୃତ ହେବେ । ଏହି ଏମ୍‌ଓସି ସ୍ୱାକ୍ଷରିତ ହେବା ଦିନ ଠାରୁ କାର୍ଯ୍ୟକାରୀ ହେବା ସହିତ ପାଞ୍ଚ ବର୍ଷ ଯାଏ ବଳବତ୍ତର ରହିବ । ଏହା ଦ୍ୱାରା ଉଭୟ ଦେଶ ଜି୨ଜି ଓ ବି୨ଜି ଦ୍ୱିପାକ୍ଷିକ ସହଯୋଗ ଭିତ୍ତିରେ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବାକୁ କାମ କରିବେ ।

ଭାରତରେ ଏକ ସୁଦୃଢ ଓ ଉତ୍ତମ ଇଲେକ୍‌ଟ୍ରୋନିକ୍ସ ତଥା ସେମିକଣ୍ଡକ୍ଟର ଉତ୍ପାଦନ ଭିତ୍ତିଭୂମି ନିର୍ମାଣ କରିବାକୁ ଇଲେକ୍‌ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗୁରୁତ୍ୱର ସହିତ କାମ କରୁଛି । ଭାରତରେ ସେମି କଣ୍ଡକ୍ଟର ଫ୍ୟାବ୍ସ, ଡିସ୍‌ପ୍ଲେ ଫ୍ୟାବ୍ସ, କମ୍ପାଉଣ୍ଡ ସେମିକଣ୍ଡକ୍ଟର /ସିଲିକନ୍ ଫଟୋନିକ୍ସ/ସେନ୍‌ସର୍‌/ଡିସକ୍ରିଟ୍ ସେମିକଣ୍ଡକ୍ଟର, ସେମି କଣ୍ଡକ୍ଟର ପ୍ରସ୍ତୁତି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ଏଟିଏମ୍‌ପି) ଆଉଟସୋର୍ସଡ୍ ସେମି କଣ୍ଡକ୍ଟର ଆସେମ୍ଲି ଓ ଟେଷ୍ଟ (ଓଏସ୍‌ଏଟି) ବ୍ୟବସ୍ଥା ନିର୍ମାଣ ଉପରେ ଗୁରୁ୍‌ତ୍ୱ ଦିଆଯାଉଛି ଏବଂ ଏ କ୍ଷେତ୍ରରେ ଜାପାନର ସାହାଯ୍ୟ ସହଯୋଗ ଓ ଅଂଶଦାରୀ ଲୋଡାଯାଇଛି ।

ସେମିକଣ୍ଡକ୍ଟର ନିର୍ମାଣ ଓ ଯୋଗାଣ କ୍ଷେତ୍ରରେ ଯେ କୌଣସି ରାଷ୍ଟ୍ର ତଥା ଆର୍ନ୍ତଜାତିକ ସହଯୋଗ ପାଇବାକୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି । ଦେଶର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଉଦ୍ୟୋଗ କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଉଦ୍ୟମ କରୁଛି । ସେମିକଣ୍ଡକ୍ଟର ଅଭାବ ଯୋଗୁଁ ଆମ ଆଇଟି, ଡିଜିଟାଲ ଓ ପ୍ରଯୁକ୍ତି କ୍ଷେତ୍ର ଯେପରି ପଛରେ ପଡି ନ ଯାଏ ସେଥି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଓ କୌଶଳ କାର୍ଯ୍ୟକାରୀ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri