Posted inଜାତୀୟ

ପ୍ରଥମଥର ପାଇଁ ରବିବାର ହେବ କେନ୍ଦ୍ର ବଜେଟ୍‌: ବାଚସ୍ପତି ଦେଲେ ସୂଚନା

ନୂଆଦିଲ୍ଲୀ,୧୩ା୧(ପି.ଟି.):ଆଗାମୀ ଫେବୃଆରୀ ୧ ତାରିଖ ରବିବାରରେ ପାର୍ଲାମେଣ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାଧାରଣ ବଜେଟ ଉପସ୍ଥାପନ କରିବେ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସୋମବାର ଘୋଷଣା କରିଛନ୍ତି। ରବିବାର ବଜେଟ ଉପସ୍ଥାପନ କରାଯିବା ଏହା ପ୍ରଥମ ଘଟଣା। ଏହା ସୀତାରାମନଙ୍କ ନବମ ବଜେଟ ଉପସ୍ଥାପନ ହେବ। ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ କରିବା ରେକର୍ଡ ତତ୍କାଳୀନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି।
ପାର୍ଲାମେଣ୍ଟର ବଜେଟ ଅଧିବେଶନ ଜାନୁଆରୀ ୨୮ରେ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ସଦସ୍ୟମାନଙ୍କୁ ଲୋକ ସଭା ଚାମ୍ବରରେ ଉଦ୍‌ବୋଧନ ଦେବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପାର୍ଲାମେଣ୍ଟର ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିପାରନ୍ତି। ବଜେଟ ଅଧିବେଶନର ଜାନୁଆରୀ ୨୮ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ପୂର୍ବରୁ କହିଥିଲେ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ରେ ଶେଷ ହେବାକୁ ଥିବାବେଳେ ମାର୍ଚ୍ଚ ୩ରେ ଦ୍ୱିତୀୟ ଭାଗ ଆରମ୍ଭ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ଲୋକଙ୍କ ସ୍ବପ୍ନକୁ ଚୂରମାର କରିଦେଲେ ଟ୍ରମ୍ପ: ଦେଲେ ବଡ଼ ଝଟକା, ଭାରତୀୟଙ୍କ ଉପରେ କି ପ୍ରଭାବ ପଡିବ, ଜାଣନ୍ତୁ…

ଓ୍ବାଶିଂଟନ୍‌,୧୩।୧: ଆମେରିକାରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮,୦୦୦ ଛାତ୍ର ଭିଜା ସମେତ ୧୦୦,୦୦୦ରୁ ଅଧିକ...

ସକାଳୁ ସକାଳୁ ରେଲୱେ ଷ୍ଟେଶନରେ ଲାଗିଲା ନିଆଁ: ଚାରିଆଡେ ବ୍ୟାପିଲା… 

ଝାରସୁଗୁଡା,୧୩।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ମୁଖ୍ୟ ରେଲୱେ ଷ୍ଟେଶନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଏହି  ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନାନୁସାରେ,...

ଠିକାଦାରଙ୍କ ଗୋଦାମରେ ଲଗାଇଦେଲେ ନିଆଁ: ୪୮ ଘଣ୍ଟାରେ ଜୀବନରୁ ମାରିଦେବାକୁ ଧମକ, ଏସ୍‌ପି କଲେ ପର୍ଦ୍ଦାଫାଶ

ଭବାନୀପାଟଣା,୧୩।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ଛତାମହୁଲରେ ଥିବା ଏକ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏହି ଗୋଦାମଟି...

ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଶିକ୍ଷୟିତ୍ରୀ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ବାଗପତ ଜିଲାରୁ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଶିକ୍ଷୟିତ୍ରୀ ରକ୍ତରେ ଲିଖିତ ଏକ ଚିଠି ଜିଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ...

ବିକ୍ରି ବେଳେ ମାଡିବସିଲେ ଅବକାରୀ ବିଭାଗ, ୧୫ଲକ୍ଷର ଗଞ୍ଜେଇ ଜବତ

ବଣାଇଁ, ୧୩ା୧(ପ୍ରଦୀପ ତ୍ରିପାଠୀ): ଜଙ୍ଗଲରେ ଗଞ୍ଜେଇ ଚାଷ କରି ବିକ୍ରି ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ମାଡିବସିଲେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ...

କେମିତି ବୃଦ୍ଧି କରିବେ ସ୍ମରଣ ଶକ୍ତି: ଆପଣାନ୍ତୁ ଏହି ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଗୀତ...

ଏଥର ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ମିଳିବ ବଡ଼ ଆଶ୍ୱସ୍ତି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୩।୧: ୨୦୨୭ ଆର୍ଥିକ ବର୍ଷର ବଜେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବର୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲଗାତାର ନବମ ଥର ପାଇଁ...

ଭାରସାମ୍ଯ ହରାଇ ଓଲଟିଲା ଅଟୋ; ୫ ମହିଳା ଶ୍ରମିକ ଗୁରୁତର, ମୂଲ ଲାଗିବା…

ପୁରୁଷୋତ୍ତମପୁର,୧୩।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାର ନୂଆଁପଲ୍ଲାୀ ଛକ ନିକଟରେ ଅଟୋ ଦୁର୍ଘଟଣା । ମଙ୍ଗଳବାର ଏକ ଅଟୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri