ଇତିହାସର ପ୍ରତିଶୋଧ ବୋକାମି

ନୂଆଦିଲ୍ଲୀଠାରେ ଜାନୁଆରୀ ୧୦ରେ ‘ବିକଶିତ ଭାରତ ୟଙ୍ଗ୍‌ ଲିଡର୍ସ ଡାଏଲଗ୍‌’ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତକୁ କେବଳ ସୀମାରେ ନୁହେଁ, ସମସ୍ତ କ୍ଷେତ୍ରରେ ସଶକ୍ତ ହେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ଆମ ଇତିହାସର ପ୍ରତିଶୋଧ ନେବାକୁ ହେବ। ଆମର ଏକ ବିକଶିତ ସଭ୍ୟତା ଥିଲା। ଆମେ କାହାର ମନ୍ଦିର ଭାଙ୍ଗି ନ ଥିଲୁ। ଆମେ କେବେ ବିଦେଶୀଙ୍କ ଉପରେ ଆକ୍ରମଣ କରିନାହୁଁ, ଯେତେବେଳେ ଅବଶିଷ୍ଟ ବିଶ୍ୱ ଦୁର୍ବଳ ଥିଲା। ପୂର୍ବତନ ଗୋଇନ୍ଦା ବ୍ୟୁରୋ ମୁଖ୍ୟ ୮୦ ବର୍ଷୀୟ ଡୋଭାଲ ପୁଣି କହିଛନ୍ତି, ଆମ ପୂର୍ବପୁରୁଷମାନେ ବଡ଼ ବଡ଼ ତ୍ୟାଗ କରିଥିଲେ। ସେମାନେ ବଡ଼ ଅପମାନ ସହିଥିଲେ ଓ ଗଭୀର ଅସହାୟତାର ସମୟ ଅତିବାହିତ କରିଥିଲେ। ଆମ ମନ୍ଦିରଗୁଡ଼ିକ ଲୁଟ୍‌ ହୋଇଥିଲା, ଆଉ ଆମେ ନୀରବ ଦର୍ଶକ ଭାବେ ସବୁକିଛି ଦେଖୁଥିଲୁ। ଏହି ଇତିହାସ ଆଜିର ଯୁବବର୍ଗଙ୍କ ମଧ୍ୟରେ ଅଗ୍ନି ପ୍ରଜ୍ୱଳନ କରିବା ଉଚିତ ବୋଲି ସେ କହିଛନ୍ତି। ‘ପ୍ରତିଶୋଧ’ ଶବ୍ଦଟି ଉପଯୁକ୍ତ ନ ହୋଇପାରେ ବୋଲି ସ୍ବୀକାର କରି ସେ କହିଛନ୍ତି ଯେ, ଏହା ସୁରକ୍ଷାରୁ ଆର୍ଥିକ ଓ ସାମାଜିକ ବିକାଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତକୁ ପୁନଃନିର୍ମାଣ କରିବା ପାଇଁ ଏକ ଶକ୍ତିଶାଳୀ ପ୍ରେରଣାଦାୟୀ ଶକ୍ତି ହୋଇପାରେ।
ଜଣେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭାଷାକୁ କୂଟନୀତି ଓ ରଣନୀତିକୁ ମିଶାଇ କରି ବିଚାର କରାଯାଇପାରେ। କିନ୍ତୁ ସେ ଯେଭଳି ଭାବେ ‘ପ୍ରତିଶୋଧ’ ଭଳି ଶବ୍ଦ ବ୍ୟବହାର କରିଛନ୍ତି, ତାହାକୁ ଭାରତୀୟ ମାନସିକତା କିଭଳି ଗ୍ରହଣ କରିବ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦେଶର ବର୍ତ୍ତମାନର ଆଭ୍ୟନ୍ତରୀଣ ସାମ୍ପ୍ରଦାୟିକ ଘୃଣାଭାବ ଓ ଅନ୍ତର୍ଜାତୀୟ ସ୍ତରରେ ଅପମାନଜନକ ଅସହାୟତାର ପରିବେଶରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଐତିହାସିକ ଅନ୍ୟାୟକୁ ଉଠାଇବା ଦେଶର ସୂକ୍ଷ୍ମ ସାମାଜିକ ସମ୍ବନ୍ଧକୁ ଆହୁରି ଦୁର୍ବଳ କରିବା ସହ ବିଶ୍ୱସ୍ତରରେ ଭାରତର ପ୍ରତିଛବିକୁ କ୍ଷତି ପହଞ୍ଚାଇପାରେ। ଜାତୀୟ ଉଦ୍ଦେଶ୍ୟକୁ ଐତିହାସିକ ପ୍ରତିଶୋଧ ଭାବରେ ଚିତ୍ରଣ କରିବା ଦେଶକୁ ସର୍ବଦା ନିଜେ ଶିକାର ମାନସିକତାରେ ବୁଡ଼ାଇବାର ଚେଷ୍ଟା ବୋଲି କୁହାଯାଇପାରେ। ଦେଶରେ ବେକାରି, ଅସମାନତା ଓ ଲୋକଙ୍କ ଦୈନନ୍ଦିନ ଚଳଣି ଖର୍ଚ୍ଚ ବୃଦ୍ଧି ଆଦି ସମସ୍ୟାରୁ ସମ୍ଭବତଃ ଦୃଷ୍ଟି ହଟେଇବା ପାଇଁ ଏଭଳି ଆହ୍ବାନ ଦିଆଯାଇଛି।
ଅତୀତର ପ୍ରତିଶୋଧ ନେବା ଭଳି ଭାଷା ପ୍ରୟୋଗ ଦେଶର ଶୀର୍ଷ ନିରାପତ୍ତା ଅଧିକାରୀଙ୍କଠାରୁ ଆସିବା ପଡ଼ୋଶୀ କିମ୍ବା ମିତ୍ରରାଷ୍ଟ୍ରଗୁଡ଼ିକୁ ଅସ୍ଥିର କରିପାରେ। କାରଣ ସବୁ ପଡ଼ୋଶୀଙ୍କ ସହ ଭାରତର ଏବେ ଅପଡ଼ ସମ୍ପର୍କ ବିଷୟ ଜଣାଶୁଣା। ଭୂରାଜନୈତିକ ସ୍ଥିତିରେ ଭାରତକୁ ନିଜର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜଣାଇବା ପାଇଁ ବ୍ୟାଖ୍ୟାନର ସାହାରା ନେବାକୁ ପଡ଼ୁଛି। କହିବାକୁ ଗଲେ ଡୋଭାଲ ଯେଉଁ ସ୍ବରରେ ତାଙ୍କ ବକ୍ତବ୍ୟ ରଖିଛନ୍ତି, ତାହା ରାଜନୈତିକ ନେତାଙ୍କ କ୍ଷେତ୍ରରେ ହୁଏତ ଶୋଭା ପାଇଥାଆନ୍ତା। କିନ୍ତୁ ଦେଶର ଶୀର୍ଷ ସୁରକ୍ଷା ଅଧିକାରୀଙ୍କଠାରୁ ଏହା ଉଚ୍ଚାରିତ ହେବା ସମସ୍ୟା ଡାକିପାରେ। ବୈଦେଶିକ ବା କୂଟନୈତିକ ଭାଷା ମାପିଚୁପି କୁହାଯାଇଥାଏ। ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଇତିହାସକୁ ପ୍ରତିଶୋଧ ନିଆଯାଇପାରିବ ନାହିଁ। କେବଳ ତା’ଠାରୁ ଶିକ୍ଷା ନେଇ ଭବିଷ୍ୟତରେ କିଭଳି ସେହି ଭୁଲ୍‌ର ପୁନରାବୃତ୍ତି ନ ହେବ ସେହି ଦିଗରେ ଏବର ମଣିଷ ସଜାଗ ହେବା କଥା। ଅତୀତରେ ଯଦି କିଛି ଅନ୍ୟାୟ ଘଟିଥାଏ, କଦାପି ଏବେ ସୁଧୁରାଯାଇପାରିବ ନାହିଁ, ମୃତକଙ୍କୁ ପୁନର୍ଜୀବିତ କରାଯାଇପାରିବ ନାହିଁ ଏବଂ ଯନ୍ତ୍ରଣାକୁ ପୋଛି ଦିଆଯାଇପାରିବ ନାହିଁ। କୁହାଯାଇଥାଏ ପୁରୁଣା କଥାକୁ ରୋମନ୍ଥନ କରିବା କେବଳ ସମୟର ଅପଚୟ। ମାନବ ଜାତିର ଇତିହାସରେ ପ୍ରତ୍ୟେକ ସମାଜ କୌଣସି ନା କୌଣସି ରୂପରେ ଅତ୍ୟାଚାରର ଶିକାର ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅତୀତର ଭୁଲ୍‌ରୁ ଶିକ୍ଷା ନେବା ଓ ସମସ୍ତଙ୍କ କଲ୍ୟାଣ ସୁନିଶ୍ଚିତ କରୁଥିବା ଏକ ସମାଜ ହୁଏତ ପୁନଃନିର୍ମାଣ କରାଯିବାର ଚେଷ୍ଟା ବର୍ତ୍ତମାନର ପିଢ଼ି କରିବା ଦରକାର।
ଏଠାରେ କେତୋଟି ଉଦାହରଣ ଦେଖାଯାଉ। ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇଟି ପରମାଣୁ ବୋମାରେ ନଷ୍ଟ ହେବା ସହ ଅପମାନଜନକ ପରାଜୟ ଭୋଗିଥିଲା। କିନ୍ତୁ ସେ ବିନାଶ ଓ ପରାଜୟକୁ ଆର୍ଥିକ ପୁନରୁତ୍ଥାନରେ ପରିଣତ କଲା। ପ୍ରତିଶୋଧ ଖୋଜିବା ବଦଳରେ ସେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଶକ୍ତି ହୋଇ ଇତିହାସର ଜବାବ ଦେଲା। ସେହିପରି ଜର୍ମାନୀ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଧ୍ୱଂସ ହୋଇଥିଲା। କିନ୍ତୁ ବିଳାପ ଓ ଘୃଣା କରିବା ବଦଳରେ ସେ ୟୁରୋପର ସବୁଠାରୁ ଶକ୍ତିଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇପାରିଛି। ଇହୁଦୀମାନେ ଦୀର୍ଘ ସମୟ ଧରି ଗଣହତ୍ୟା ଓ ଅପମାନର ଶିକାର ହୋଇଆସିଛନ୍ତି। କିନ୍ତୁ ଆଜି ଇସ୍ରାଏଲ ମଧ୍ୟପ୍ରାଚ୍ୟରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ଗଢ଼ିତୋଳି ସେଠାକାର ସମଗ୍ର ଭୂଖଣ୍ଡ ଉପରେ ପ୍ରଭାବ ବିସ୍ତାର କରିପାରିଛି।
ଏବକାର ଭାରତୀୟ ଯୁବପିଢ଼ି ବୁଝିବା ଦରକାର ‘ଭାରତ’ ବୋଲି କୌଣସି ଗୋଟିଏ ଦେଶ କେବେ ନ ଥିଲା। ଏହି ସମଗ୍ର ଭୂଖଣ୍ଡରେ ଅନେକ ରାଜା ମହାରାଜାଙ୍କ ଶାସନ ଦୀର୍ଘ ଶତାବ୍ଦୀ ଧରି ଚାଲିଆସିଥିଲା। ଯେଉଁ ଅଞ୍ଚଳକୁ ଭାରତବର୍ଷ ବୋଲି କୁହାଯାଉଥିଲା ଏହି ଉପମହାଦେଶର ଉତ୍ତର ଭାଗରେ ଏକ ସୀମିତ ଅଞ୍ଚଳ ମାତ୍ର, ଯେଉଁଥିରେ ଓଡ଼ିଶା ଓ ତାମିଲନାଡ଼ୁ ଭଳି ରାଜ୍ୟ ମଧ୍ୟ ସାମିଲ ନ ଥିଲେ। ୧୯୪୭ ମସିହାରେ ବ୍ରିଟିଶ ଶାସନରୁ ସ୍ବାଧୀନତା ପାଇବା ପରେ ତତ୍‌କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ମୁଖ୍ୟ ମୁଣ୍ଡବ୍ୟଥା ଥିଲା କେଉଁଭଳି ଉପାୟରେ ସେତେବେଳର ୫୬୨ ରାଜା ମହାରାଜାଙ୍କୁ ଧନଲୋ ବାପଲୋ କହି କିମ୍ବା ଧମକାଇ ଏକତ୍ରିତ କରି ଗୋଟିଏ ଦେଶ ସୃଷ୍ଟି କରିବେ। ଯଦି କେହି ଭାବୁଥାଏ ଯେ, ହିନ୍ଦୁଧର୍ମ ଏହି ଉପମହାଦେଶର ସମସ୍ତଙ୍କୁ ଯୋଡ଼ୁଥିଲା, ତେବେ ତାହା ମଧ୍ୟ ଏକ ତ୍ରୁଟିପୂର୍ଣ୍ଣ ଧାରଣା। ସେହି ହିନ୍ଦୁ ଧର୍ମରେ ବିଭିନ୍ନ ଅଞ୍ଚଳର ବିଭିନ୍ନ ଠାକୁରାଣୀ ଠାକୁରଙ୍କୁ ପୂଜା କରାଯାଉଥିଲା। ଓଡ଼ିଶାର କୌଣସି ଗ୍ରାମାଞ୍ଚଳରେ ପୁରାତନ ରାମ ମନ୍ଦିର ଦେଖିବାକୁ ମିଳେନାହିଁ। ସେହିଭଳି ଉତ୍ତରପ୍ରଦେଶ କିମ୍ବା ରାଜସ୍ଥାନରେ ପୁରୁଣା ଜଗନ୍ନାଥ ମନ୍ଦିର ମଧ୍ୟ ଖୋଜିଲେ ମିଳିବ ନାହିଁ। ଯଦି ଧର୍ମକୁ ନେଇ ଦେଶ ସୃଷ୍ଟି ହେଉଥାଆନ୍ତା, ତେବେ ୟୁରୋପ ଗୋଟିଏ ଦେଶ ହୋଇଥାଆନ୍ତା ଏବଂ ସେହିଭଳି ଦକ୍ଷିଣ ଆମେରିକା ମଧ୍ୟ ଗୋଟିଏ ଭାଷା ଓ ଗୋଟିଏ ଧର୍ମ ଯୋଗୁ (ବ୍ରାଜିଲ ବ୍ୟତୀତ) ଗୋଟିଏ ଦେଶ ହୋଇଥାଆନ୍ତା। ଭାରତରେ ଭାଷା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଧର୍ମର ବିବିଧ ରୂପ ରହିଛି। ତେଣୁ ବିଦେଶୀ ଆକ୍ରମଣକାରୀମାନେ ଡୋଭାଲଙ୍କ ପୂର୍ବପୁରୁଷଙ୍କ ଉପରେ କେଉଁଭଳି ଅତ୍ୟାଚାର କରିଥିଲେ, ତାହା ସମ୍ଭବତଃ କେହି ଓଡ଼ିଆ ଜାଣି ନ ଥିବେ। କିନ୍ତୁ ଓଡ଼ିଶାର ଇତିହାସ ସମ୍ପର୍କରେ କ୍ଷୁଦ୍ର ଜ୍ଞାନ ଥିବା ବ୍ୟକ୍ତି ଜାଣିଥିବେ ଯେ, ଓଡ଼ିଶା ମାଟି ଉପରେ ବର୍ଗୀ ବା ମରାଠା ହିନ୍ଦୁମାନେ ଆମର ପୂର୍ବପୁରୁଷଙ୍କୁ ବହୁମାତ୍ରାରେ ନିର୍ଯାତନା ଦେଇଥିଲେ।
ଏବର ସମୟରେ ଭାରତୀୟମାନେ ଦେଶର ନେତୃତ୍ୱଙ୍କଠାରୁ ଅତ୍ୟଧିକ ବକ୍ତବ୍ୟ ଓ ଅନାବଶ୍ୟକ ବୋଲି ଶୁଣୁଛନ୍ତି। ପ୍ରକୃତରେ ଦେଖିଲା ବେଳକୁ ଦେଶବାସୀଙ୍କ ଜୀବନ ଅତ୍ୟନ୍ତ ଆର୍ଥିକ କଷ୍ଟ ଦେଇ ଗତି କରୁଛି। ବୈଦେଶିକ ନୀତିର ବିଫଳତା ଭାରତକୁ ପ୍ରାୟ ଏକଘରିଆ କରିଦେଲାଣି। ଏଭଳି କଠିନ ସମୟରେ ଆମ ନେତା ଓ ନୀତି ନିର୍ଦ୍ଧାରକମାନେ ଭବିଷ୍ୟତକୁ ଅନିଶା କରିବା ଦରକାର। ବିଶ୍ୱସ୍ତରରେ ଦେଖାଦେଉଥିବା ପରିବର୍ତ୍ତନ ସହ ତାଳ ମିଳାଇ ଅଗକୁ ବଢ଼ିବାକୁ ପଡ଼ିବ। ଆମେରିକା, ଚାଇନା ଓ ରୁଷିଆ ଭବିଷ୍ୟତ ପାଇଁ ନିଜ ନିଜ ପ୍ରଭାବ କ୍ଷେତ୍ର ଗଢ଼ିଛନ୍ତି। ଭାରତ ଏବେ ମଧ୍ୟ ନିଷ୍ପତ୍ତି ନେଇପାରୁ ନାହିଁ କେଉଁ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରି ଏକ ଅନନ୍ୟ ରାଷ୍ଟ୍ର ଭାବେ ପ୍ରାସଙ୍ଗିକତା ବହନ କରିବ। କ୍ଷୁଦ୍ର ଆଭ୍ୟନ୍ତରୀଣ ରାଜନୈତିକ ଫାଇଦା ପାଇଁ ଇତିହାସକୁ ରୋମନ୍ଥନ କରି ସମୟ ନଷ୍ଟ କରାଯିବାର ସମୟ ଅତିକ୍ରାନ୍ତ ହେଲାଣି ବୋଲି ନୀତି ନିର୍ଦ୍ଧାରଣ କରୁଥିବା ବର୍ଗ ହେଜିବା ଦରକାର।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri