Categories: ବାଣିଜ୍ୟ

ୟୁନିୟନ ବ୍ୟାଙ୍କର ନୂଆ ଲୋନ୍‌ ପ୍ରୋସେସିଂ ସେଣ୍ଟର

ଭୁବନେଶ୍ୱର,୧୭।୭: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ୪ ନୂଆ ଲୋନ୍‌ ପ୍ରୋସେସିଂ ୟୁନିଟ ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ, ଉପମହାପ୍ରବନ୍ଧକ ସୁଦର୍ଶନ ସେଠୀ, କଟକ କ୍ଷେତ୍ରର କ୍ଷେତ୍ରୀୟ ମହାପ୍ରବନ୍ଧକ ଭୁବନେଶ୍ୱର ନାୟକ ୟୁନିଟଗୁଡିକୁ ଶୁଭାରମ୍ଭ କରିଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ଇଶାନ କୁମାର ପାତ୍ର ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଋଣ ବଣ୍ଟନ କ୍ଷେତ୍ରରେ ଏହା ଓ୍ବାନ୍‌ଷ୍ଟପ୍‌ ସଲ୍ୟୁଶନ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ରିଲନ ପ୍ୟାକ୍ଟର ସ୍ବତ୍ୱାଧିକାରୀ ପ୍ରତୀଶ ସାହୁ, ମୁଖ୍ୟ ମହାପ୍ରବନ୍ଧକ ଏସ୍‌.ଶାମ୍ବା ଶିବା ରାଓ, ଚିନ୍ମୟ କୁମାର ମହାନ୍ତି, ଅଶୋକ କୁମାର ମିଶ୍ର, ସରଳର ସହାୟକ ମହାପ୍ରବନ୍ଧକ ଅଶୋକ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Share