Posted inଜାତୀୟ

ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ ବିବାଦ ମଧ୍ୟରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) କାର୍ଯ୍ୟକାରୀ ହେବ।

ସମାନ ନାଗରିକ ସଂହିତା ସବୁବେଳେ ଭାଜପାର ଏଜେଣ୍ଡାରେ ସାମିଲ ହୋଇଛି। ଏହା ଦଳର ନିର୍ବାଚନ ପ୍ରତିଶ୍ରୁତିର ଏକ ଅଂଶ ହୋଇଛି। ହିଜାବ ବିବାଦ ମାଧ୍ୟମରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଭାଜପା ଯୋଜନା କରୁଥିବା ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଧାମିଙ୍କ ମନ୍ତବ୍ୟ ପରେ ଏନେଇ ଆଲୋଚନା ଅଧିକ ହେଉଛି।

୧୯୯୮ ଲୋକସଭା ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାଜପା ୩ ଟି ପ୍ରମୁଖ ପ୍ରତିଶ୍ରୁତି ଉପରେ ଭୋଟ ମାଗିଥିଲା ସେଗୁଡ଼ିକ ହେଉଛି ଧାରା ୩୭୦ ରଦ୍ଦ, ଅଯୋଧ୍ୟାରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଏବଂ ସମାନ ନାଗରିକ ସଂହିତାର କାର୍ଯ୍ୟକାରିତା ବାଜପେୟୀଙ୍କ ନେତୃତ୍ୱରେ ଭାଜପା ୧୩ ଦଳର ଏକ ମିଳିତ ମଞ୍ଚ ଗଠନ କରି ସରକାର ଗଠନ କଲା। ମାତ୍ର ଭାଜପା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନ ଥିଲା।

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହା ପରେ ମଧ୍ୟ ଦଳ ପ୍ରଥମ କାର୍ଯ୍ୟକାଳରେ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରି ହୋଇ ନ ଥିଲା।

୨୦୧୯ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାଜପା ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବା ପରେ ଦ୍ୱିତୀୟ କାର୍ଯ୍ୟକାଳର ଆରମ୍ଭରେ, ଅଗଷ୍ଟ ୨୦୧୯ରେ, ଧାରା ୩୭୦ ଅନୁଯାୟୀ ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରା ଯାଇଛି। ଅଯୋଧ୍ୟା ବିବାଦରେ ମନ୍ଦିର ସପକ୍ଷରେ କୋର୍ଟଙ୍କ ନିଷ୍ପତ୍ତି ଭାଜପାର ଆଉ ଏକ ବଡ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇଛି।

ବର୍ତ୍ତମାନ ଭାଜପାର ମୁଖ୍ୟ ଏଜେଣ୍ଡା ହେଉଛି ସମାନ ନାଗରିକ ସଂହିତା, ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ୟୁନିଫର୍ମ ସିଭିଲ କୋଡକୁ ନେଇ ବିବାଦ ୭୦ ବର୍ଷରୁ ଅଧିକ ପୁରୁଣା। ପାର୍ଲାମେଣ୍ଟରେ ଏହା ଉପରେ ଦୀର୍ଘ ବିତର୍କ ମଧ୍ୟ ହୋଇଥିଲା।

ସମ୍ବିଧାନ ଡ୍ରାଫ୍ଟର ଧାରା ୩୫, ଯାହା ସମ୍ବିଧାନ ଗ୍ରହଣ ହେବା ପରେ ଧାରା ୪୪ ରେ ପରିଣତ ହୋଇଛି। ଏଥିରେ ସମଗ୍ର ଭାରତରେ ନାଗରିକଙ୍କ ପାଇଁ ଏକ ୟୁନିଫର୍ମ ସିଭିଲ କୋଡ ସୁରକ୍ଷିତ କରିବାକୁ ରାଜ୍ୟ ଚେଷ୍ଟା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏବେ ଭାଜପା ହିଜାବ ବିବାଦ ମାଧ୍ୟମରେ ସମାନ ନାଗରିକ ସଂହିତା ଲାଗୁ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri