ପୋଲ ନ ଭାଙ୍ଗୁ

ଅବ୍ୟବସ୍ଥିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଜୀବନ ପାଇଁ ବିପଦ ପାଲଟିଲାଣି। ଏହାଯୋଗୁ ବିଭିନ୍ନ ପ୍ରକାର ଅଣ-ସଂକ୍ରାମକ ରୋଗ ଯଥା ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଦ୍ରୁତ ଗତିରେ ବଢ଼ିଚାଲିଛି। ଯେତେ ରୋଗ ଭାରତୀୟମାନଙ୍କୁ ପ୍ରଭାବିତ କରୁଛି ତନ୍ମଧ୍ୟରୁ ୫୬% ଏହିଭଳି ଅସ୍ବାସ୍ଥ୍ୟକର ଜୀବନଶୈଳୀ ସହ ସମ୍ପୃକ୍ତ ରୋଗ ବୋଲି ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ୨୦୨୪ ରିପୋର୍ଟରୁ ଜଣାପଡ଼ିଛି । ଏହାକୁ ଲକ୍ଷ୍ୟ କରି ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ପ୍ରସ୍ତୁତ ଖାଦ୍ୟ ଯଥା ସିଙ୍ଗ୍‌ଡା, କଚୋଡି, ପିଜା, ବର୍ଗର, ଜିଲାପି ଏବଂ ଗୋଲାପଜାମୁ ଆଦିରେ କେତେ ସୁଗାର ଓ ଫ୍ୟାଟ ରହୁଛି ସେ ସମ୍ପର୍କିତ ବୋର୍ଡ କିମ୍ବା ଡିଜିଟାଲ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପଦକ୍ଷେପର ଲକ୍ଷ୍ୟ ହେଉଛି ଲୋକେ କିଭଳି ସୁସ୍ଥ ଜୀବନଶୈଳୀ ଆପଣାଇବେ ଏବଂ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ ହେବେ। ଏହା ପୂର୍ବରୁ ମଧ୍ୟ ୨୧ ଜୁନ୍‌ରେ କାର୍ଯ୍ୟାଳୟଗୁଡ଼ିକରେ ବ୍ୟବହାର କରାଯାଉଥିବା ଲେଟରହେଡ୍‌, ଏନ୍‌ଭଲ୍‌ପ ଏବଂ ନୋଟ୍‌ପ୍ୟାଡ୍‌ ଆଦିରେ ମେଦବହୁଳତା ରୋକିବା ସମ୍ପର୍କିତ ବାର୍ତ୍ତା ଉଲ୍ଲେଖ କରିବାକୁ ସ୍ବସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା। ଏବେ ଆଇସିଏମ୍‌ଆର୍‌ ଓ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁଟ୍ରିଶନ (ଏନ୍‌ଆଇଏନ୍‌) ତରଫରୁ ପ୍ରସ୍ତୁତ କରାଯାଇଥିବା ମଡେଲ ବୋର୍ଡରେ ଦର୍ଶାଯାଇଛି ଯେ, ଦିନକୁ ଅତିବେଶିରେ ଜଣେ ବ୍ୟକ୍ତି ୨୫ ଗ୍ରାମ୍‌ ସୁଗାର ଓ ୩୦ଗ୍ରାମ୍‌ ଫ୍ୟାଟ୍‌ ଖାଇପାରିବେ। ଏହି ବୋର୍ଡ ସାର୍ବଜନୀନ ସ୍ଥାନରେ ଲଗାଗଲେ ଖାଇବା ପୂର୍ବରୁ ଲୋକେ ଚିନ୍ତା କରିବେ ବୋଲି କୁହାଯାଇଛି। ଆଇସିଏମ୍‌ଆର୍‌ ବୈଜ୍ଞାନିକଙ୍କ ମତରେ ବୋର୍ଡ ଦେଖିଲେ ତିନୋଟି ସିଙ୍ଗଡ଼ା ଖାଉଥିବା ଜଣେ ଲୋକ ଗୋଟିଏରେ ଅଟକି ଯିବ। କନ୍ତୁ ଏହି ତାଲିକାରେ ଚିପ୍ସ, କୁର୍‌କୁରେ ଭଳି ପ୍ୟାକେଟରେ ମିଳୁଥିବା ଖାଦ୍ୟକୁ ବାରଣ କରିବା ପାଇଁ ଉପଦେଶ ଦିଆଯାଇ ନାହିଁ। ଅର୍ଥାତ ବଡ଼ କମ୍ପାନୀ ସୁରକ୍ଷିତ ରହି ବିଷାକ୍ତ ଖାଦ୍ୟ ବିକି ପାରିବେ। ଅନ୍ୟ ପଟେ ରାସ୍ତକଡ଼ର ସିଙ୍ଗଡ଼ା ଏବଂ ଜିଲାପି ବିକୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ସରକାର କଳର ଚଢ଼ାଉ ଆରମ୍ଭ ହେବ।
ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ ଯେ, ସିଙ୍ଗଡ଼ା ଖାଉଥିବା ଲୋକଙ୍କୁ ସଂଖ୍ୟା ପରିବର୍ତ୍ତେ ଆକାର ବେଶି ପ୍ରଭାବିତ କରିଥାଏ। ଭୋକ ହେଉଥିବାବେଳେ ୫ରୁ ୭ ସିଙ୍ଗଡ଼ା ଖାଇଦେବା କୌଣସି ଗୋଟେ ବଡ଼ କଥା ନୁହେଁ। ଯଦି ସିଙ୍ଗଡ଼ାରେ ଅଧିକ ଲଙ୍କା ପଡ଼ିଥିବ, ତେବେ ସେହି ରାଗ ସମ୍ଭାଳିବା ପାଇଁ ୪/୫ଟି ଜିଲାପି ଖାଇହୁଏ। ଏଠାରେ ମନେପଡ଼େ ବିହାରରୁ ଆସିଥିବା ଏକ ରାଜନୈତିକ ଧ୍ୱନି, ଯାହା ହେଲା ”ଯବ୍‌ତକ୍‌ ରହେଗା ସମ୍‌ସେମେ (ସିଙ୍ଗଡ଼ା) ଆଲୁ, ତବ୍‌ ତକ୍‌ ବିହାର ମେ ରହେଗା ଲାଲୁ“। ଏଭଳି ପରିସ୍ଥିତିରେ ସମସ୍ତେ ଜାଣନ୍ତି ଯେ, ଆଳୁରେ ମଧ୍ୟ ସୁଗାର ବା ଚିନି ଅଂଶ ଥାଏ, ଯେଉଁଥିପାଇଁ ମଧୁମେହ ବା ଡାଇବେଟିସ ରୋଗୀଙ୍କୁ ଆଳୁ ଓ ଭାତ ଖାଇବାକୁ ମନା କରାଯାଏ। କେବଳ ସିଙ୍ଗଡ଼ା କିମ୍ବା ଜିଲାପି ଉପରେ ନୋଟିସ ଲଗାଇ ବିକ୍ରି କରିଦେଲେ ଦେଶ ସୁସ୍ଥ ହେବ ନାହିଁ। ଭାରତୀୟ ଯୁବତୀଯୁବକଙ୍କୁ ଦେଖିଲେ ସେମାନଙ୍କ ଶାରୀରିକ ପରିସ୍ଥିତି ଉପରେ ଦୟା ଆସେ। ଅଧିକାଂଶ ପ୍ରକାରର ଖାଦ୍ୟ ହଜମ କରିବାର ଶକ୍ତି ମଣିଷ ଦେହରେ ଅଛି। କିନ୍ତୁ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହେଉଛି କଠିନ ବ୍ୟାୟାମ। ଖାଦ୍ୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଧାରଣ କରୁଛି ଶାରୀରିକ ବ୍ୟାୟାମ। ଏଠାରେ ବ୍ୟାୟାମ କହିବାର ଅର୍ଥ ନୁହେଁ ଜଣେ ଜିମ୍‌କୁ ଯାଇ ଓଜନ ଉଠାଇବ। ନିଜର ସବୁ କାର୍ଯ୍ୟ କରିବା ସହିତ ଯଦି ଘର କାମ ଏବଂ ବାହାର କାମ କରିବା ପାଇଁ ସାଧାରଣରେ ଯୁବଶକ୍ତି ସକ୍ରିୟ ହୋଇପାରିବ, ତେବେ ପେଟ ବାହାରିବ ନାହିଁ କିମ୍ବା ଗେଣ୍ଡା ଭଳିଆ କେହି ଦେଖାଯିବେ ନାହିଁ। ସବୁ ପ୍ରକାର ଖାଦ୍ୟ ଉପରେ କଟକଣା ଲଗାଇ ସେଥିରେ ମିଶୁଥିବା ଅଖାଦ୍ୟ ସମ୍ପର୍କରେ ଲିଖିତ ଭାବେ ଦିଆଗଲେ ମଧ୍ୟ ଅଧିକାଂଶ ନାଗରିକ ସେଗୁଡ଼ିକ ବୁଝିପାରିବେ ନାହିଁ। ସୁପ୍ରିମକୋର୍ଟ ହେଉ କିମ୍ବା ପାର୍ଲାମେଣ୍ଟ ସିଗାରେଟ ଭଳି ଖାଦ୍ୟ ଉପରେ ଅରୁଚିକର ଚିତ୍ର ମାରିଲେ କେହି ଖାଦ୍ୟ ତ୍ୟାଗ କରିପାରିବେ ନାହିଁ। ଜୀବନଶୈଳୀ ଏବଂ ଖାଦ୍ୟ ପସନ୍ଦ କରିବା ହେଉଛି ବ୍ୟକ୍ତିଗତ ବିଷୟ। ଆଜିକାଲି ପିଲାମାନେ ମଧ୍ୟ ଅତ୍ୟଧିକ ମୋଟା ହେବା ପଛରେ ସ୍ବିଗି ଏବଂ ଜୋମାଟୋ ଭଳି ଘରେ ଆଣି ତେଲିଆ ଖାଦ୍ୟ ଯୋଗାଉଥିବା ବ୍ୟବସ୍ଥା ଦାୟୀ। ସେଥିପାଇଁ ଲିଫ୍ଟ ପରିବର୍ତ୍ତେ ଶିଡ଼ି ଚଢ଼ିବା, ଶୋଷ ହେଲେ ନିଜେ ଉଠିକରି ପାଣି ଗ୍ଲାସ ପିଇବା ଭଳି ସହଜ ଏବଂ ସାଧାରଣ କାର୍ଯ୍ୟ କରିବା ସହିତ ନିଜର ସୁସ୍ଥତା ପାଇଁ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ। ସେଥିରେ ସରକାର କିମ୍ବା ଦେଶର ବ୍ୟବସ୍ଥା ମୁଣ୍ଡ ପୂରାଇବା ପରିବର୍ତ୍ତେ ଜନସାଧାରଣ ନିଜ ତରଫରୁ ସଜାଗ ହୋଇ ପରିଶ୍ରମ କରିବା ଦରକାର। ଏହାଛଡ଼ା ସରକାର ନିଜ କାମକୁ ଯଥା ବ୍ରିଜ ନିର୍ମାଣ, ରାସ୍ତା ତିଆରି ଭଳି କାର୍ଯ୍ୟକୁ ଗୁରୁତ୍ୱ ଦେବା ସହିତ ଦେଶ ଏବଂ ମହିଳାଙ୍କ ସୁରକ୍ଷାକୁ ଅଧିକ ଧ୍ୟାନ ଦେଇ ପାରିଲେ ତାହା ନାଗରିକଙ୍କ ପାଇଁ ମଙ୍ଗଳମୟ ହେବ। ନାଗରିକଙ୍କ ଦୈନନ୍ଦିନ ଜୀବନରୁ ସରକାର ଦୂରେଇ ଯିବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri