ହେଉନାହିଁ  ଜବରଦଖଲ ଉଚ୍ଛେଦ: ବଢୁଛି ଟ୍ରାଫିକ ସମସ୍ୟା, ରାଶନ ଦୋକାନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ…

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ଅଧୀନରେ ରହିଥିବା ବ୍ଲକ ଅଫିସ ରୋଡ଼ରେ ଜବର ଦଖଲ ଉଚ୍ଛେଦ ହୋଇନାହିଁ। ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ସାଙ୍ଗକୁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି। ବ୍ଲକ କାର୍ଯ୍ୟାଳୟକୁ ଜନସାଧାରଣ ଯାତାୟତରେ ଦୈନିକ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ରାସ୍ତାରେ ବାଇକଠାରୁ ଆରମ୍ଭ କରି ଅଟୋ, ଭାରି ଯାନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ହେଉଥିବା କୁହାଯାଉଛି। ଉକ୍ତ ରାସ୍ତାରେ ଏକାଧିକ ହୋଲସେଲ ରାଶନ ଦୋକାନଗୁଡିକ ରହିଥିବାରୁ ଦୋକାନଗୁଡିକ ଖୋଲିବା କ୍ଷଣି ଭିଡ଼ ବଢୁଛି। ତେବେ ଜଣେ ବ୍ୟବସାୟୀ ଗାଡି ପାର୍କିଂକୁ ଅଧିକା ପ୍ରୋତ୍ସାହନ କରୁଥିବା ଅଭିଯୋଗ ହେଉଛି। ଗାଡି ତାଙ୍କ ଦୋକାନ ସମ୍ମୁଖରେ ପାର୍କିଂ କରି ତାଙ୍କଠାରୁ ଜିନିଷ କିଣାବିକା ପାଇଁ ପରାମର୍ଶ ଦେଉଥିବା ଓ ପୋଲିସ ପ୍ରଶାସନ କିମ୍ବା ଆଇନକୁ ତାଙ୍କର ଖାତିର ନ ଥିବା  ମଧ୍ୟ ଅଭିଯୋଗ ହୋଇଛି।
୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡି ଚାରିଛକ ଠାରୁ କୋଟଗଡ଼ ବ୍ଲକ ପକାରି ପର୍ଯ୍ୟନ୍ତ ୨୮ କିମି ରାସ୍ତା ସମ୍ପ୍ରସାରଣ କରାଯାଇଛି। ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୨୨ କୋଟି ଟଙ୍କା ଅନୁଦାନ ରହିଥିଲା। ପୂର୍ତ୍ତ ବିଭାଗ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଉଥିବା ବେଳେ ବ୍ଲକ ରାସ୍ତାର ପ୍ରାୟ ୧ କିମି ୫.୫ ମିଟର ଚଉଡାରେ ରାସ୍ତା ସମ୍ପ୍ରସାରଣ କରାଯାଇ ପିଚୁ ପକାଯାଯାଇଛି। ବଳକା ରାସ୍ତାକୁ ୩. ୭୫ ମିଟର ଚଉଡାରେ ପିଚୁ ପକାଯାଇ ସମ୍ପ୍ରସାରଣ କରାଯାଇଛି। ମାତ୍ର ଏହି ବ୍ଲକ ରାସ୍ତାକୁ ଟିକିଏ ଅଧିକା ଓସାରିଆ କରାଯାଇଥିଲେ ସୁଦ୍ଧା ପୁରୁଣା ଡ୍ରେନେଜ୍‌ ବ୍ୟବସ୍ଥାରେ ଅଟକି ଯାଇଛି। ଏବେ ରାସ୍ତା ସମ୍ପ୍ରସାରଣ କରାଯାଇଥିଲେ ମଧ୍ୟ ଡ୍ରେନର ପୁନଃନିର୍ମାଣ ଓ ଡ୍ରେନ ଉପରେ ଢାଙ୍କୁଣି କିମ୍ବା ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ ଭଳି କାର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ।
ପୂର୍ତ୍ତ ବିଭାଗ  ଟ୍ରାଫିକ ସମସ୍ୟା ବୃଦ୍ଧି କରୁଥିବା ବ୍ୟବସାୟୀଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛି। ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଟ୍ରାଫିକ ଓ ଦୁର୍ଘଟଣା ସମସ୍ୟାକୁ ବିଭାଗ ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଏନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଯାହା ଅନୁଦାନ ଆସିଥିଲା ସେଥିରେ କାର୍ଯ୍ୟ ସାରିବାକୁ ବସିଛି । ନୂଆ ଅଟକଳ କରାଯାଇ ସେସବୁ ଯାହା ଚଉଡା ଦରକାର କରାଯିବ ବୋଲି ସେ କହିଛନ୍ତି ।
ଏନେଇ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବେ ସେଠାରର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯାଇଛି ବୋଲି କହିଛନ୍ତି।
ଏନେଇ ତହସିଲଦାର ଧୀରଜ ପାତ୍ର କହିଛନ୍ତି, କିଛିଦିନ ସମୟ ଲାଗିବ ଜବରଦଖଲ ଉଚ୍ଛେଦ କରାଯିବ।
ସୂଚନାଯୋଗ୍ୟ, ଉକ୍ତ ରାସ୍ତାରେ ବ୍ଲକ କାର୍ଯ୍ୟାଳୟ ରହିଥିବାରୁ ଦୈନିକ ଶହଶହ ଲୋକ ଯାତାୟାତ କରୁଥିବା ବେଳେ ଯାତ୍ରୀବାହୀ ବସ, ଟ୍ରକ ଆଦି ଯାତାୟାତ କରୁଛି। ସେହିପରି ଜିଲା ଓ ରାଜ୍ୟର ଉଚ୍ଚ ପଦାଧିକାରୀମାନେ ବହୁ ସମୟରେ ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି ଟ୍ରାଫିକ ସମସ୍ୟାରେ ସେମାନେ ମଧ୍ୟ ଫସୁଥିବା ନଜିର ରହିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ପ୍ରକଳ୍ପ: ଲାଗିରହିଛି ଜଳ ସମସ୍ୟା

ଲୋଇସିଂହା,୧୧ା୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ ବଡଟୀକା ସଦର ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରାମକୁ ମେଗା ପ୍ରକଳ୍ପ ଜରିଆରେ ପଇିବା…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ଭାଷା ବନ୍ଦନା @ ଗୋଟେ ଟଙ୍କା, ଗୋଟେ ଘଣ୍ଟା

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ମାଟି। ଆମ ସଂସ୍କୃତି ଯେମିତି ମହାପ୍ରଭୁଙ୍କୁ ନେଇ ଋଦ୍ଧିମନ୍ତ, ଭାଷା ବି ସେମିତି ବିକଶିତ ‘ଚକାଡୋଳା’କୁ ନେଇ। ଅର୍ଥାତ୍‌ ଆମର ପ୍ରାୟ ପ୍ରତ୍ୟେକ ଲିପି…

କନିଷ୍ଠ ଶିକ୍ଷକ ଚୟନ ପ୍ରାର୍ଥୀଙ୍କ ଧାରଣା

ଭୁବନେଶ୍ୱର,୧୧ା୩(ସୁଚିସ୍ମିତା ସାହୁ): ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟର ୫ ମାସ ପରେ ମଧ୍ୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠ ଶିକ୍ଷକ…

ରୋଷେଇ ଘରେ ଯୁଦ୍ଧ ଯନ୍ତ୍ରଣା

ନୂଆଦିଲ୍ଲୀ(ପି.ଟି./ଏଜେନ୍ସି)/ ଭୁବନେଶ୍ୱର(ରବିନାରାୟଣ ଜେନା),୧୧ା୩: ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ମିଳିତ ଆକ୍ରମଣ ଯୋଗୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଜଳପଥ ଦେଇ ପ୍ରାକୃତିକ ବାଷ୍ପ ଭାରତକୁ…

ପଟ୍ଟାଙ୍ଗି ବ୍ଲକ ପଛ ପାହାଡ଼ରେ ଲାଗିଛି ନିଆଁ: ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜୋରଦାର କସରତ,ଏଯାଏ…

ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri