ଖର୍ଚ୍ଚ ହୋଇ ପାରୁନି ବିଧାୟକ, ଏମ୍‌ପି ଆଞ୍ଚଳିକ ଉନ୍ନୟନ ପାଣ୍ଠି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରେ ବିଧାୟକ ଓ ଏମପି ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ ହୋଇ ପାରୁ ନାହିଁ। ଦୀର୍ଘ ବର୍ଷ ଧରି ବହୁ କୋଟି ଟଙ୍କା ପଡ଼ି ରହୁଛି। ୨୦୧୪-୧୫ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ରାଜ୍ୟର ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମଏଲଏ ଲ୍ୟାଡ୍‌) ବାର୍ଷିକ ୧ କୋଟି ଟଙ୍କା ଲେଖାଏ ରହିଥିଲା। ୨୦୨୦-୨୧ରୁ ବାର୍ଷିକ ୩କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ଏମଏଲଏ ଲ୍ୟାଡ୍‌ ବାବଦରେ ବାର୍ଷିକ ୧୪୭କୋଟି ଟଙ୍କା ଲେଖାଏ ମଞ୍ଜୁର ହୋଇଛି। ତେବେ ୨୦୧୪-୧୫ରେ ୫.୨୬କୋଟି, ୨୦୧୫-୧୬ରେ ୫.୮୯କୋଟି, ୨୦୧୬-୧୭ରେ ୯.୫୪କୋଟି, ୨୦୧୭-୧୮ରେ ୧୧.୮୮କୋଟି, ୨୦୧୮-୧୯ରେ ୧୫.୧୬କୋଟି ଓ ୨୦୧୯-୨୦ରେ ୨୭.୩୦କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିଲା। ବିଧାୟକ ଉନ୍ନୟନ ପାଣ୍ଠିପରିମାଣ ୨୦୨୦-୨୧ରୁ ବାର୍ଷିକ ୩କୋଟି ଟଙ୍କାକୁ ବୃଦ୍ଧି ପାଇବା ପରେ ୧୪୭ ବିଧାୟକଙ୍କ ନିମନ୍ତେ ମୋଟ ୪୪୧ କୋଟି ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ତେବେ ଏଥିରୁ ୨୦୨୦-୨୧ରେ ୧୫୪.୦୯ କୋଟି ଟଙ୍କା(ପ୍ରାୟ ୩୫%), ୨୦୨୧-୨୨ରେ ୨୦୮.୬୬କୋଟି ଟଙ୍କା(ପ୍ରାୟ ୪୭.୩୧%) ଓ ୨୦୨୨-୨୩ରେ ୨୮୭.୪୫ କୋଟି ଟଙ୍କା(ପ୍ରାୟ ୬୫.୧୮%) ଖର୍ଚ୍ଚ ନହୋଇ ପଡ଼ିରହିଛି। ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ବିଧାୟକ ନବଚରଣ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ସୂଚନା ଦେଇଛନ୍ତି।
ସମ୍ପୃକ୍ତ ବିଧାୟକମାନଙ୍କ ଦ୍ୱାରା ପ୍ରକଳ୍ପ ସୁପାରିଶରେ ବିଳମ୍ବ, ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ସୁପାରିସରେ ବିଳମ୍ବ, ଯୋଗ୍ୟ ସରକାରୀ ଜମି ନଥିବା ଓ ବିବାଦୀୟ ଜମି, ସ୍ଥାନୀୟ ବିବାଦ, କେତେକ ଘଟଣାରେ ପ୍ରକଳ୍ପ ମଞ୍ଜୁର ଓ ପାଣ୍ଠି ପ୍ରଦାନରେ ବିଳମ୍ବ ଯୋଗୁ ର୍ନିଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକ ସରିପାରୁନି। ଯେଉଁଥିପାଇଁ କୋଟି କୋଟି ଟଙ୍କା ପାଣ୍ଠି ପଡ଼ି ରହୁଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଏମପି ପାଣ୍ଠି ବାବଦରେ ୨୦୨୦-୨୧ରେ ରାଜ୍ୟକୁ ମୋଟ ୫.୫୮କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ମାତ୍ର ୧.୧୦କୋଟି ଟଙ୍କା, ୨୦୨୧-୨୨ରେ ୭୬.୮୩କୋଟି ଟଙ୍କା ମଧ୍ୟରୁ ୨୩.୪୨କୋଟି ଟଙ୍କା ଓ ୨୦୨୨-୨୩ରେ ୧୦୧.୯୮କୋଟି ଟଙ୍କା ମଧ୍ୟରୁ ୫୦.୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ସେୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri