ରାଜ୍ୟରେ ବଢୁଛି ବେରୋଜଗାରୀ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ି ମଧ୍ୟରେ ବେରୋଜଗାରୀ ସମସ୍ୟା ଗୁରୁତର ଭାବେ ବୃଦ୍ଧି ପାଇଥିବା ଦେଖାଯାଇଛି। ନିକଟରେ ପ୍ରକାଶିତ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ର ତ୍ରୈମାସିକ ରିପୋର୍ଟ (ମେ’-ଅଗଷ୍ଟ ୨୦୨୧)ରୁ ଏହା ଜଣାପଡ଼ିଛି। ଉକ୍ତ ରିପୋର୍ଟରେ ମଧ୍ୟ ପୂର୍ବ ୫ ମାସର ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏହି ଅନୁସାରେ, ଚଳିତବର୍ଷ ଜାନୁୟାରୀ-ଅଗଷ୍ଟ ମଧ୍ୟରେ ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ୧.୭୫ ଲକ୍ଷ ବଢ଼ିଛି। ଏହି ସମୟ ମଧ୍ୟରେ ୨.୦୮ ଲକ୍ଷ ଚାକିରି ହରାଇଛନ୍ତି। ଯଦି ୨୦୨୦ ଡିସେମ୍ବରରୁ ହିସାବ କରାଯାଏ, ତେବେ ଏହି ୮ ମାସରେ ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ୨.୭୪ ଲକ୍ଷ ବୃଦ୍ଧି ପାଇଛି। ସେହିପରି ପ୍ରଥମ ତ୍ରୈମାସିକ (୨୦୨୧ ଜାନୁୟାରୀ-ଏପ୍ରିଲ୍‌)ରେ ୧୫-୨୯ ବର୍ଷ ବୟସର ପ୍ରାୟ ୨୯.୩୫ ଲକ୍ଷ ଚାକିରି କରୁଥିବା ଦେଖାଯାଇଥିଲା। କିନ୍ତୁ ଦ୍ୱିତୀୟ ତ୍ରୈମାସିକ (ମେ’- ଅଗଷ୍ଟ)ରେ ଏହି ସଂଖ୍ୟା ୨୭.୪୫ ଲକ୍ଷକୁ ହ୍ରାସ ପାଇଥିଲା।
ଦେଶର ଶୀର୍ଷ ଘରୋଇ ଅର୍ଥନୀତି ବିଚାରମଞ୍ଚର ଏହି ତ୍ରୈମାସିକ ରିପୋର୍ଟ ଅନୁସାରେ, ଓଡ଼ିଶାର ଯୁବପିଢ଼ିଙ୍କ ଆଗରେ ସମ୍ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ବେରୋଜଗାରୀ। ରାଜ୍ୟରେ ୧୫ରୁ ୨୯ ବର୍ଷୀୟ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ଅତ୍ୟଧିକ ରହିଥିବା ଏଥିରେ ଦର୍ଶାଯାଇଛି। ପ୍ରଥମ ତ୍ରୈମାସିକ ରିପୋର୍ଟ ଅନୁସାରେ ୧୫ରୁ ୧୯ ବର୍ଷ ବୟସ୍କ ବର୍ଗରେ ବେରୋଜଗାରୀ ହାର ସର୍ବାଧିକ ୩୫.୪୬ ପ୍ରତିଶତ ଥିଲା। ସେହିପରି ୨୦-୨୪ ବର୍ଷ ବୟସ୍କଙ୍କ ବେରୋଜଗାରୀ ହାର ୧୪.୯୧ ପ୍ରତିଶତ ଥିବାବେଳେ ୨୫-୨୯ ବର୍ଷ ବୟସ ବର୍ଗର ଏହି ହାର ୩.୫ ପ୍ରତିଶତ ରହିଥିଲା। ତେବେ ଦ୍ୱିତୀୟ ତ୍ରୈମାସିକ ରିପୋର୍ଟ ଅନୁଯାୟୀ, ୧୫ରୁ ୧୯ ବର୍ଷ ବୟସ୍କ ବର୍ଗରେ ବେରୋଜଗାରୀ ହାର ୧୬.୮୧ ପ୍ରତିଶତ ଥିବାବେଳେ ୨୦-୨୪ ବର୍ଷ ବର୍ଗରେ ୧୨.୨୬ ପ୍ରତିଶତ ଏବଂ ୨୫-୨୯ ବର୍ଷ ବୟସ ବର୍ଗରେ ବେରୋଜଗାରୀ ହାର ୫.୧୭ ପ୍ରତିଶତରେ ପହଞ୍ଚତ୍ଛି। ଏସବୁ ତଥ୍ୟରୁ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ବଢ଼ୁଥିବା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri