ବିବାଦରୁ ଦୂରେଇ ରହି ସଙ୍ଗଠନ କଥା ବୁଝ

ଭୁବନେଶ୍ୱର,୭ା୬(ବ୍ୟୁରୋ):ରାଜ୍ୟ ମନ୍ତ୍ରିମଣ୍ଡଳର ବିଦା ହୋଇଥିବା ମନ୍ତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଶାନ୍ତ ସିଂ, ସୁଦାମ ମାର୍ଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା। ରୋଟେଶନ ବେସିସ୍‌ରେ ଏହା କରାଯାଇଛି। କୌଣସି ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇନାହିଁ। ୨୦୨୪ରେ ସାଧାରଣ ନିର୍ବାଚନ ରହିଛି। ବିବାଦଠାରୁ ଦୂରରେ ରହି ଦଳୀୟ ସଂଗଠନ କଥା ବୁଝିବା ପାଇଁ ବିଦାୟୀ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଲୋଚନା ବେଳେ ବିଦାୟୀ ମନ୍ତ୍ରୀମାନେ ଗତ ୩ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଞ୍ଚତ୍ଛି ସେ ନେଇ ଅବଗତ କରାଇଥିଲେ। ଏଥିସହ ବିଭିନ୍ନ ବିଭାଗର ଗୁରୁଦାୟିତ୍ୱ ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।
ମାହାଙ୍ଗା ବିଧାୟକ ପ୍ରତାପ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଆମକୁ ଡାକି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ନିର୍ବାଚନକୁ ପ୍ରାୟ ୨ ବର୍ଷ ରହିଛି। ତେଣୁ ବିଜେଡି ସଙ୍ଗଠନକୁ କିପରି ଅଧିକ ମଜଭୁତ କରାଯିବ, ସରକାରଙ୍କ କାର୍ଯ୍ୟକ୍ରମକୁ କିପରି ସଙ୍ଗଠନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ ସେନେଇ ଆଲୋଚନା ହୋଇଛି। ମନ୍ତ୍ରୀ ପଦବୀ ସ୍ଥାୟୀ ନୁହେଁ। ଆମେମାନେ ଯେଉଁମାନେ ମନ୍ତ୍ରୀ ହୋଇଥିଲୁ ବିଧାୟକ ହେଲୁ।
ଯେଉଁମାନେ ବିଧାୟକ ଥିଲେ ସେମାନେ ମନ୍ତ୍ରୀ ହେଲେ। ସେମାନଙ୍କ ପରେ ଅନ୍ୟ ବିଧାୟକମାନେ ମନ୍ତ୍ରୀ ହେବେ। ଏହା ଏକ ପ୍ରକ୍ରିୟା। ରାଜନୈତିକ କ୍ଷେତ୍ରରେ ରହି ନିର୍ବାଚନମଣ୍ଡଳୀ ସହିତ ରାଜ୍ୟ ପାଇଁ କାର୍ଯ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଜେନା କହିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ଯଦିଓ ଗଣମାଧ୍ୟମ ଆଗରେ ପୂର୍ବତନ ମନ୍ତ୍ରୀମାନେ ତାହା ଏକ ନିରନ୍ତର ପ୍ରକ୍ରିୟା ବୋଲି କହୁଛନ୍ତି, ତେବେ ସେମାନଙ୍କ ମନରେ କେତେକାଂଶ କ୍ଷୋଭ ରହିଥିବା ବାରି ହୋଇପଡୁଥିଲା। ଜଗତ୍‌ସିଂହପୁର ଜିଲାରୁ ଏକମାତ୍ର ମନ୍ତ୍ରୀ ହୋଇଥିବା ରଘୁନନ୍ଦନ ଦାସ ନିଜ ଜିଲାରୁ କାହାରିକୁ ମନ୍ତ୍ରୀ ପଦବୀ ମିଳି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲାରୁ କାହାକୁ ମନ୍ତ୍ରୀ କରିଥିଲେ ଭଲ ହୋଇଥାଆନ୍ତା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି। ବିବାଦୀୟ ମନ୍ତ୍ରୀଙ୍କୁ ବାଦ୍‌ ଦେଇ ମୁଖ୍ୟମନ୍ତ୍ରୀ ଏଥର ସ୍ବଚ୍ଛ ଚେହେରା ଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା ନେଇ ଚର୍ଚ୍ଚା ହେଉଛି। ବାଦ୍‌ ପଡ଼ିଥିବା ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ କରିବାକୁ ଚାହୁନାହାନ୍ତି। ସେମାନଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ୩ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଇତିମଧ୍ୟରେ ପଞ୍ଚାୟତ, ମ୍ୟୁନିସିପାଲିଟି ନିର୍ବାଚନ, ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ମଧ୍ୟ ସରକାରଙ୍କ ସପକ୍ଷରେ ଯାଇଛି। ଏବେ ମୁଖ୍ୟମନ୍ତ୍ରୀ ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ଫୋକସ କରୁଥିବା ବେଳେ ବାଦ୍‌ ପଡ଼ିଥିବା ମନ୍ତ୍ରୀମାନଙ୍କୁ ସାମୁହିକ ଭାବେ ପ୍ରଥମଥର ପାଇଁ ନବୀନ ନିବାସ ଡକାଇ ଆଲୋଚନା କରିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri