Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଯୋଗୁ ଆଇଆଇଟି ସିଟ୍‌ ପାଇଲେ ଦଳିତ ଛାତ୍ର

ନୂଆଦିଲ୍ଲୀ,୧।୧୦: ଉତ୍ତରପ୍ରଦେଶର ମୁଜାଫରପୁର ଜିଲା ତିତୋରା ଗ୍ରାମର ବାସିନ୍ଦା ଅତୁଲ କୁମାରଙ୍କ ବାପା ଜଣେ ଶ୍ରମିକ। ମଜୁରି ଲାଗି ଦୈନିକ ୪୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ସେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍‌) ତଳେ ଥିବା ନିଜ ପରିବାରକୁ ଚଳାନ୍ତି। ୧୮ ବର୍ଷୀୟ ଅତୁଲ ଆଇଆଇଟି ଧାନବାଦରେ ବି.ଟେକ୍‌ ପଢ଼ିବା ପାଇଁ ଚାହୁଁଥିବାବେଳେ ନାମଲେଖା ଲାଗି ଆବଶ୍ୟକ ୧୭,୫୦୦ ଟଙ୍କା ଠୁଳ କରିପାରି ନ ଥିଲେ। ଫଳରେ ସେ ନିର୍ଦ୍ଧାରିତ ତାରିଖ ଜୁନ୍‌ ୨୪ ସନ୍ଧ୍ୟା ୫ଟା ସୁଦ୍ଧା ଫି’ ଦାଖଲ କରିବାରେ ବିଫଳ ହୋଇ ସିଟ୍‌ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଇତିମଧ୍ୟରେ ତାଙ୍କ ବାପା ଗ୍ରାମବାସୀଙ୍କ ସହାୟତାରେ ଅପରାହ୍ନ ୪ଟା ୪୫ ସୁଦ୍ଧା ଟଙ୍କା ଯୋଗାଡ଼ କରିଥିଲେ। ଅତୁଲ ନିଜ ଦସ୍ତାବିଜ ଅପ୍‌ଲୋଡ୍‌ କରିବା ପରେ ସମୟ ଗଡ଼ିଯାଇଥିଲା। ସେ ପରୀକ୍ଷା କେନ୍ଦ୍ର ‘ଝାଡ଼ଖଣ୍ଡର ଏକ କେନ୍ଦ୍ର’ ବୋଲି ଉଲ୍ଲେଖ କରିଥିବାରୁ ଏନେଇ ଝାଡ଼ଖଣ୍ଡ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରସ୍ଥ ହୋଇ ସବୁ କଥା ଜଣାଇଥିଲେ। ତେବେ ଆଇଆଇଟି ମାଡ୍ରାସ୍‌ ଅଧୀନରେ ପରୀକ୍ଷା କରାଯାଉଥିବାରୁ ପ୍ରାଧିକରଣ ତାଙ୍କୁ ମାଡ୍ରାସ୍‌ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟ ଅତୁଲଙ୍କୁ ସୁପ୍ରିମକୋର୍ଟ ଯିବାକୁ କହିଥିଲେ।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପର୍ଦ୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତୁଲଙ୍କ ଆବେଦନର ଶୁଣାଣି କରି କହିଛନ୍ତି, ଏପରି ଜଣେ ଯୁବ ମେଧାବୀ ଛାତ୍ରଙ୍କ କ୍ୟାରିୟର ଖରାପ ହେବାକୁ ଦିଆଯିବ ନାହିଁ। ଆବେଦନକାରୀ ବଞ୍ଚତ୍ତ ବର୍ଗର ହୋଇଥିବା ସତ୍ତ୍ୱେ ନାମଲେଖା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ। ଉଚିତ ସମୟରେ ସେ ଫି’ ଦାଖଲ କରି ନ ପାରିବାରୁ ସିଟ୍‌ ପାଇପାରି ନାହାନ୍ତି। ଆମକୁ ଏହା ଦେଖିବାକୁ ପଡ଼ିବ। ସିଜେଆଇ ଅତୁଲଙ୍କୁ ଅଲ୍‌ ଦି ବେଷ୍ଟ୍‌। ଭଲ କର କହିବା ସହ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର କ୍ଷମତାର ପ୍ରୟୋଗ କରି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବି.ଟେକ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି। ଅତୁଲ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଏବେ ଟ୍ରେନ୍‌ ଟ୍ରାକ୍‌କୁ ଫେରିଛି ଏବଂ ସେ ଭଲ ପାଠ ପଢ଼ିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri