Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଯୋଗୁ ଆଇଆଇଟି ସିଟ୍‌ ପାଇଲେ ଦଳିତ ଛାତ୍ର

ନୂଆଦିଲ୍ଲୀ,୧।୧୦: ଉତ୍ତରପ୍ରଦେଶର ମୁଜାଫରପୁର ଜିଲା ତିତୋରା ଗ୍ରାମର ବାସିନ୍ଦା ଅତୁଲ କୁମାରଙ୍କ ବାପା ଜଣେ ଶ୍ରମିକ। ମଜୁରି ଲାଗି ଦୈନିକ ୪୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ସେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍‌) ତଳେ ଥିବା ନିଜ ପରିବାରକୁ ଚଳାନ୍ତି। ୧୮ ବର୍ଷୀୟ ଅତୁଲ ଆଇଆଇଟି ଧାନବାଦରେ ବି.ଟେକ୍‌ ପଢ଼ିବା ପାଇଁ ଚାହୁଁଥିବାବେଳେ ନାମଲେଖା ଲାଗି ଆବଶ୍ୟକ ୧୭,୫୦୦ ଟଙ୍କା ଠୁଳ କରିପାରି ନ ଥିଲେ। ଫଳରେ ସେ ନିର୍ଦ୍ଧାରିତ ତାରିଖ ଜୁନ୍‌ ୨୪ ସନ୍ଧ୍ୟା ୫ଟା ସୁଦ୍ଧା ଫି’ ଦାଖଲ କରିବାରେ ବିଫଳ ହୋଇ ସିଟ୍‌ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଇତିମଧ୍ୟରେ ତାଙ୍କ ବାପା ଗ୍ରାମବାସୀଙ୍କ ସହାୟତାରେ ଅପରାହ୍ନ ୪ଟା ୪୫ ସୁଦ୍ଧା ଟଙ୍କା ଯୋଗାଡ଼ କରିଥିଲେ। ଅତୁଲ ନିଜ ଦସ୍ତାବିଜ ଅପ୍‌ଲୋଡ୍‌ କରିବା ପରେ ସମୟ ଗଡ଼ିଯାଇଥିଲା। ସେ ପରୀକ୍ଷା କେନ୍ଦ୍ର ‘ଝାଡ଼ଖଣ୍ଡର ଏକ କେନ୍ଦ୍ର’ ବୋଲି ଉଲ୍ଲେଖ କରିଥିବାରୁ ଏନେଇ ଝାଡ଼ଖଣ୍ଡ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରସ୍ଥ ହୋଇ ସବୁ କଥା ଜଣାଇଥିଲେ। ତେବେ ଆଇଆଇଟି ମାଡ୍ରାସ୍‌ ଅଧୀନରେ ପରୀକ୍ଷା କରାଯାଉଥିବାରୁ ପ୍ରାଧିକରଣ ତାଙ୍କୁ ମାଡ୍ରାସ୍‌ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟ ଅତୁଲଙ୍କୁ ସୁପ୍ରିମକୋର୍ଟ ଯିବାକୁ କହିଥିଲେ।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପର୍ଦ୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତୁଲଙ୍କ ଆବେଦନର ଶୁଣାଣି କରି କହିଛନ୍ତି, ଏପରି ଜଣେ ଯୁବ ମେଧାବୀ ଛାତ୍ରଙ୍କ କ୍ୟାରିୟର ଖରାପ ହେବାକୁ ଦିଆଯିବ ନାହିଁ। ଆବେଦନକାରୀ ବଞ୍ଚତ୍ତ ବର୍ଗର ହୋଇଥିବା ସତ୍ତ୍ୱେ ନାମଲେଖା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ। ଉଚିତ ସମୟରେ ସେ ଫି’ ଦାଖଲ କରି ନ ପାରିବାରୁ ସିଟ୍‌ ପାଇପାରି ନାହାନ୍ତି। ଆମକୁ ଏହା ଦେଖିବାକୁ ପଡ଼ିବ। ସିଜେଆଇ ଅତୁଲଙ୍କୁ ଅଲ୍‌ ଦି ବେଷ୍ଟ୍‌। ଭଲ କର କହିବା ସହ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର କ୍ଷମତାର ପ୍ରୟୋଗ କରି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବି.ଟେକ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି। ଅତୁଲ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଏବେ ଟ୍ରେନ୍‌ ଟ୍ରାକ୍‌କୁ ଫେରିଛି ଏବଂ ସେ ଭଲ ପାଠ ପଢ଼ିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri