ଭଙ୍ଗା ଆଜବେଷ୍ଟସ୍‌ ତଳେ କୋମଳମତି ଶିଶୁ

ଯାଜପୁର ଅଫିସ/ପ୍ରୀତିପୁର(ଡି.ଏନ.ଏ.) ୧୦ା୧୦: ଯାଜପୁର ଜିଲାରେ ୨୬୦୦ରୁ ଊର୍ଦ୍ଧ୍ୱ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ କେତେକ କେନ୍ଦ୍ର ଅତି ପୁରାତନ କ୍ଲବ ଘର ଓ ସ୍କୁଲ ତଥା ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଚାଲିଛି। ସେଥିମଧ୍ୟରୁ ଅଧିକାଂଶ ଅତି ବିପଦସଙ୍କୁଳ ବୋଲି ଅଭିଭାବକମାନେ କହିଛନ୍ତି। ସେଥିପାଇଁ ସେମାନେ ନିଜ ପିଲାମାନଙ୍କୁ ସେହି କେନ୍ଦ୍ରକୁ ପଠାଇବାକୁ ନାରାଜ ହେଉଛନ୍ତି। ସେଥିମଧ୍ୟରୁ ବିଞ୍ଝାରପୁର ବ୍ଲକରେ ନିଜସ୍ବ ଗୃହ ନ ଥିବା ୧୪୧ଟି କେନ୍ଦ୍ରର ଦୟନୀୟ ସ୍ଥିତିକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକର କପିଳା ପଞ୍ଚାୟତ ସାମଲସାହିରେ ଏକ ଭଙ୍ଗା ଆଜବେଷ୍ଟସ ସ୍କୁଲ ବାରଣ୍ଡାରେ କୁନି କୁନି ପିଲାମାନେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି।
ବିଞ୍ଝାରପୁର ବ୍ଲକର ୨୯ ପଞ୍ଚାୟତରେ ମୋଟ ୨୯୫ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ମାତ୍ର ୧୫୪ କେନ୍ଦ୍ରର ନିଜସ୍ବ ଘର ରହିଛି। ୪୮ କେନ୍ଦ୍ରର ଗୃହ ନିର୍ମାଣାଧୀନ ଅବସ୍ଥାରେ ରହିଥିବାବେଳେ ୧୮ କେନ୍ଦ୍ର ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ ହୋଇପାରୁ ନାହିଁ। ଏହି ୨୯୫ କେନ୍ଦ୍ରରେ ୭୧୮୮ ଜଣ ୬ ମାସରୁ ୩ ବର୍ଷର ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ୬୯୬୪ ଜଣ ୩ ବର୍ଷରୁ ୬ ବର୍ଷ ବୟସ୍କ ଶିଶୁଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଏହି କେନ୍ଦ୍ରଗୁଡିକୁ ପରିଚାଳନା ନିମନ୍ତେ ୧୩ ଜଣ ସୁପରଭାଇଜର ନିଯୁକ୍ତି ପାଇଛନ୍ତି। ସେଥିମଧ୍ୟରୁ ଜରି, ଫତେପୁର, ଜଗନ୍ନାଥପୁର ଓ ପ୍ରୀତିପୁର ସେକ୍ଟରର ସୁପରଭାଇଜର ପଦ ଖାଲି ରହିଛି। ଏହା ବ୍ୟତୀତ ୪ କେନ୍ଦ୍ରର କର୍ମୀ ଓ ୩ କେନ୍ଦ୍ରର ହେଲପର ପଦ ଖାଲି ରହିଛି। ଅପରପକ୍ଷେ ସରକାରଙ୍କ ତରଫରୁ ପ୍ରତ୍ୟେକ କେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରସ୍ତୁତ ନିମନ୍ତେ ଗ୍ୟାସ ସିଲିଣ୍ଡର ଓ ଚୂଲା କିଣିବାକୁ ୭ ହଜାର ୫ଶହ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଅଦ୍ୟାବଧି ଅଧିକାଂଶ କେନ୍ଦ୍ରରେ ଉପରୋକ୍ତ ସାମଗ୍ରୀ କିଣାଯାଇ ନ ଥିବା ଅଭିଯୋଗ ହୋଇଛି।
ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକ ଶିକ୍ଷାର ବିକାଶ ସହିତ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନିମନ୍ତେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡି କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି। ଏହି କେନ୍ଦ୍ରରେ ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ୬ ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥି ସହିତ ୩ ବର୍ଷ ପରଠାରୁ ୬ ବର୍ଷ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ପ୍ରଦାନ ଏହି କେନ୍ଦ୍ର ମାଧ୍ୟମରେ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚତ୍ ପାରୁ ନ ଥିାବ ମତ ପ୍ରକାଶ ପାଇଛି। ଏହାର ଉଦାହରଣ ଯାଜପୁର ଜିଲା ଅଧୀନ ବିଞ୍ଚାରପୁର ବ୍ଲକ୍‌ର ବିଭିନ୍ନ କେନ୍ଦ୍ରରେ ଦେଖିବାକୁ ମିଳିଛି। ଉକ୍ତ ବ୍ଲକ୍‌ ଅଧୀନ ଅଧିକାଂଶ ଅଙ୍ଗନଓ୍ବାଡି କେନ୍ଦ୍ରରେ ନିଜର ସ୍ଥାୟୀ ଗୃହ ନାହିଁ। ଯେଉଁମାନଙ୍କ ଗୃହ ରହିଛି ସେମାନଙ୍କ ମଧ୍ୟରୁ କାହାର ବିଦ୍ୟୁତ୍‌ ସଂଯୋଗ ନାହିଁ ତ କାହାର ଶୌଚାଳୟ ନାହିଁ । ଏପରି କି ରୋଷେଇ ଘର ଏବଂ ପିଇବା ପାଣିର ବ୍ୟବସ୍ଥା ନାହିଁ। ଫଳରେ ପ୍ରାଥମିକ ଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ଏହି କେନ୍ଦ୍ରମାନଙ୍କୁ ଶିଶୁମାନେ ଆସିବାକୁ ଅମଙ୍ଗ ହେଉଛନ୍ତି। ସୂଚନାଯୋଗ୍ୟ, ୨୦୧୨ ଜୁଲାଇ ପ୍ରଥମ ସପ୍ତାହରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ସୁଆଁସାହି ପ୍ରାଥମିକ ସ୍କୁଲ ପରିସରରେ ଚାଲିଥିବା ଅଙ୍ଗନଓ୍ବାଡି କେନ୍ଦ୍ରର କାନ୍ଥ ଭାଙ୍ଗି ୭ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ସରକାର ଚେଇଁ ଉଠିଥିଲେ। ଏହାପରେ ବିପଦସଙ୍କୁଳ କେନ୍ଦ୍ରଗୁଡିକୁ ଚିହ୍ନଟ କରିବାକୁ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଋତୁରେ କଚା କିମ୍ବା ବିପଦସଙ୍କୁଳ ଘରେ ଅଙ୍ଗନଓ୍ବାଡି କେନ୍ଦ୍ର ନ ଚଳାଇବାକୁ ସମସ୍ତ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଯେଉଁଠି ଘର ନାହିଁ ସେଇଠି ଅବା ଖୋଲା ଆକାଶ ତଳେ ସେହି ଛୋଟ ଛୋଟ ପିଲାମାନଙ୍କୁ ନେଇ ପ୍ରିସ୍କୁଲ ଚଳାଇବା ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିବାକୁ ଅଙ୍ଗନଓ୍ବାଡି କର୍ମୀମାନେ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ ବିଞ୍ଝାରପୁର ସିଡିପିଓ ରୁକ୍ମଣୀ ସାହୁଙ୍କୁ ପଚାରିବାରୁ ମିଳିଥିବା ଟଙ୍କାରେ ୨ ଗ୍ୟାସ୍‌ ସିଲିଣ୍ଡର ଓ ଚୂଲା କିଣିବା ସମ୍ଭବ ହେଉନାହିଁ। ତେଣୁ ଆବଶ୍ୟକ ଅର୍ଥ ସରକାର ଯୋଗାଇଦେଲେ ସେହି ସାମଗ୍ରୀ କିଣାଯିବ। ତେବେ ତାଙ୍କ ଅଧୀନରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ କୌଣସି କେନ୍ଦ୍ର ବିପଦ ସଙ୍କୁଳ ଅବସ୍ଥାରେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri