ନୂଆଖାଇ ଆଗରୁ ବଢୁଛି ଅବାଧ ନିଶା କାରବାର

ବରଗଡ଼,୨୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଲିଥିବା ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ତେବେ ଦିନକ ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଥିବାବେଳେ ଏହା ପୂର୍ବରୁ ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିପୁଳଭାବେ ନିଶା କାରବାର ବଢି ଚାଲିଛି । ଗ୍ରାମାଞ୍ଚଳରେ ବେଆଇନଭାବେ ଚାଲିଥିବା କୁଚିଆ ମଦ ବେପାରୀମାନେ ଏବେଠାରୁ ପର୍ଯ୍ୟାପ୍ତ ତୋରାମଦ ଠୁଳ କରି ରଖିଥିବା ବେଳେ ସହରର କୁଚିଆ ମଦ ବ୍ୟବସାୟୀ ମଧ୍ୟ ଏଥିରୁ ବାଦ ପଡି ନଥିବା ସାଧାରଣରେ ଆଲୋଚିତ ହେଉଛି। ଅନ୍ୟପକ୍ଷରେ ବର୍ଷବର୍ଷ ଧରି ରାଜପଥ ପାଶର୍‌ବରେ ରହିଥିବା ବିଭିନ୍ନ ଢାବା ଓପନ ବାର୍‌ ପାଲଟି ସେଠାରେ ବେଆଇନ ଭାବେ ମଦ ବିକ୍ରି ଚାଲି ଥିବାବେଳେ ସେଥିପ୍ରତି ଉଭୟ ଅବକାରୀ ଏବଂ ପୋଲିସ ଆଖିବୁଜି ଦେଇଥିବା ସାଧାରଣ ଜନତାଙ୍କୁ ଚକିତ କରିଛି। ଅବକାରୀ, ପୋଲିସ ବିଭାଗର ଜାଣତରେ ସେଠାରେ ଅବାଧ ମଦ କାରବାର ଚାଲିଛି ଏବଂ ଢାବା ଗୁଡିକରେ ଚାଲିଥିବା ବେଆଇନ ମଦ କାରବାର ପ୍ରତି ଆଖି ବୁଜି ଥିବା ଅବକାରୀ ଏବଂ ପୋଲିସ କେବଳ ଲୋକ ଦେଖାଣିଆ ଚଢାଉ କରି ମାସିକ ଟାର୍ଗେଟ ପୂରଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ଜିଲାରେ ନକଲୀ ମଦ ଗାଁଠୁ ସହର ସବୁଆଡ଼େ ବ୍ୟାପୁଛି ଏବଂ ଏହା ଲୋକଙ୍କ ପାଇଁ ଯଥେଷ୍ଟ ହାନିକାରକ ହୋଇ ପଡ଼ିଛି। ହେଲେ ଏଥିପ୍ରତି ବି ଠୋସ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି। ଏଭଳି କାରବାରରେ କିଛି ମଦ, ବ୍ୟବହୃତ ସାମଗ୍ରୀ ଜବତ ସହିତ ଅଳ୍ପ କେତେଜଣଙ୍କୁ ଗିରଫ କରି ସେଥିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। କିନ୍ତୁ ପ୍ରସ୍ତୁତ ନକଲି ମଦ କେଉଁଠାକୁ ଚାଲାଣ ହୋଇ ବିକ୍ରି ହେଉଥିଲା ଏବଂ କେବେଠୁ ସେଭଳି ନକଲି ମଦ ପ୍ରସ୍ତୁତ ହେଉଥିଲା, ତାହା ବି ଅସମାହିତ ରହି ଯାଉଛି। ଫଳରେ ସେଭଳି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଅନାୟାସରେ ଖସି ଯାଉଛନ୍ତି ଏବଂ ଉଭୟ ଅବକାରୀ ଓ ପୋଲିସର ସେଭଳି ଅଧା ପନ୍ତରିଆ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ନାନା ସନ୍ଦେହ ଉପୁଜିଛି। ତେବେ ଜିଲାରେ କେବଳ ଚୋରାମଦ ନୁହେଁ, କଫ ସିରପ୍‌ଠାରୁ ଆରମ୍ଭ କରି ବ୍ରାଉନସୁଗାର ଯାଏ ନିଶାଦ୍ରବ୍ୟ ଅବାଧରେ ବିକ୍ରି ହେଉଛି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ଲୋକେ ବାରମ୍ବାର ଦାବି କରୁଛନ୍ତି। ଚିରାଚରିତ ଭାବେ ପୋଲିସ, ଅବକାରୀ ଧରପଗଡ଼ କରୁଛନ୍ତି। ମାତ୍ର ତାହା ଧର୍ମକୁ ଆଖିଠାର ଭଳି ହେଉଛି। ପୋଲିସ, ଅବକାରୀ କଫ ସିରପ, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ ଜବତ କରୁଛନ୍ତି। କିଛି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରୁଛନ୍ତି। ସେଥିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। ତେବେ କେଉଁଠୁ ସେହି ନିଶାଦ୍ରବ୍ୟ ଆସୁଛି ଏବଂ ସେଥିରେ ଆଉ କାହାରିଙ୍କ ସମ୍ପୃକ୍ତି ରହିଛି, ତାହା କେବଳ ତଦନ୍ତାଧିନଭାବେ ରହି ଯାଉଛି। ଅବକାରୀ କିମ୍ବା ପୋଲିସ ଚେରକୁ ଛୁଇଁ ପାରୁ ନାହାନ୍ତି। ଅନ୍ୟପଟେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପୀଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଅନେକ ସମୟରେ ନିଶାସକ୍ତ ରୋଡ ରୋମିଓଙ୍କ ଦ୍ୱାରା ସ୍କୁଲ, କଲେଜ ଛାତ୍ରୀମାନେ ମଧ୍ୟ ଟାହିଆଟାପୁରାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟରେ ଯାତାୟାତ ପାଇଁ କେବଳ ମହିଳା ନୁହଁନ୍ତି, ପୁରୁଷମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେବେ ଏଭଳି ନିଶା କାରବାର ରୋକିବା ପାଇଁ ଜିଲାରେ ଅବକାରୀ କିମ୍ବା ପୋଲିସର ଅଭାବ ନାହିଁ। ୧୨ବ୍ଲକ ବିଶିଷ୍ଟ ବରଗଡ଼ ଜିଲାରେ ପୋଲିସ ମୁଖ୍ୟାଳୟ ସମେତ ୧୭ଥାନା ରହିଛି। ଗୋଡ଼ଭଗା, ରୁଷୁଡ଼ା ଓ ବିଜୟପଲ୍ଲୀରେ ପୋଲିସ ଫାଣ୍ଡି ଏବଂ ଡୁଙ୍ଗୁରି(ଅମ୍ବାଭୋନା) ଓ ନୃସିଂହନାଥରେ ପୋଲିସ ବିଟ ହାଉସ ଅଛି। ଜିଲା ସଦର ମହକୁମାରେ ପୋଲିସ ଆରକ୍ଷୀ ଅଧୀକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ, ଏସଡିପିଓଙ୍କ କାର୍ଯ୍ୟାଳୟ ରହିଛି। ପଦ୍ମପୁରରେ ମଧ୍ୟ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଅଛି। ସେହିପରି ସଦର ମହକୁମାରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ବରଗଡ଼ ଓ ପଦ୍ମପୁରରେ ଅବକାରୀ ବିଭାଗର ରେଞ୍ଜ କାର୍ଯ୍ୟାଳୟ ଅଛି। ବରଗଡ଼ ଅବକାରୀ ରେଞ୍ଜ ଅଧିନରେ ଅତାବିରା, ଭଟଲି ଓ ବରଗଡ଼ ଏବଂ ପଦ୍ମପୁର ରେଞ୍ଜ ଅଧିନରେ ପଦ୍ମପୁର, ପାଇକମାଳ ଓ ସୋହେଲା ଅବକାରୀ ଷ୍ଟେଶନ ରହିଛି। କେବଳ ସେତିକି ନୁହେଁ, ଉଭୟ ପୋଲିସ ଏବଂ ଅବକାରୀ ବିଭାଗରେ ଯଥାକ୍ରମେ ଏନଏଚ ପାଟ୍ରୋଲିଂ ଏବଂ ମୋବାଇଲ ଟିମ ରହିଛନ୍ତି। ଏହାସତ୍ତ୍ୱେ ପୋଲିସ ଏବଂ ଅବକାରୀର ନାକତଳେ ନିଶା କାରବାର ବୃଦ୍ଧି ଉଭୟ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସବୁଠି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri