ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ବିନିଯୋଗ ହୋଇ ନ ପାରି ଗଚ୍ଛିତ ରହିଛି। ଏହି ସମୟ ମଧ୍ୟରେ ୨୨,୮୨,୩୮,୧୩୫ ଏମ୍‌ଟି ଫ୍ଲାଏ ଆଶ୍‌ ନିର୍ଗତ ହୋଇଛି। ସେଥିମଧ୍ୟରୁ ୧୬,୦୫,୯୮,୬୭୩ ମେଟ୍ରିକ ଟନ୍‌ ଫ୍ଲାଏ ଆଶ୍‌ ରାସ୍ତା ନିର୍ମାଣ, କମ୍ପାନୀର ଫ୍ଲାଏ ଆଶ୍‌ ବନ୍ଧର ଉଚ୍ଚତା ନିର୍ମାଣ ଏବଂ ଇଟା ତିଆରିରେ ବିନିଯୋଗ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି। ଏଥିରୁ ରାଜ୍ୟର କାରଖାନାଗୁଡ଼ିକ ଭାରତ ସରକାରଙ୍କ ଫ୍ଲାଏ ଆଶ୍‌ ବିନିଯୋଗ ନିୟମ ଅନୁଯାୟୀ କାମ କରୁ ନ ଥିବା ଲକ୍ଷ୍ୟ କରାଯାଇଛି। ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିୟମ ଅନୁଯାୟୀ କାର୍ଯ୍ୟ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ବିଭିନ୍ନ କାରଖାନାର ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ଫ୍ଲାଏ ଆଶ୍‌ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଫେବୃୟାରୀ ୨୫ରେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ପରିବେଶ (ସୁରକ୍ଷା) ଅଧିନିୟମ, ୧୯୮୬ (୨୯ର ୧୯୮୬) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷଣ ବିଭାଗ ଖନନ କାର୍ଯ୍ୟକୁ ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ୩୦୦ କିଲୋମିଟର ମଧ୍ୟରେ ମାଟି-ଇଟା ଭାଟି ସ୍ଥାପନ ହେବ ନାହିଁ। ସେହି ପରିସୀମା ମଧ୍ୟରେ ଫ୍ଲାଏ ଆଶ୍‌ ଇଟାଭାଟି ସ୍ଥାପନ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ କାରଖାନାଗୁଡିକ ସେହି ଅଞ୍ଚଳରେ ଚାଲିଥିବା ଇଟାଭାଟିର ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ଯୋଗାଇବେ। ତଦନୁସାରେ ରାଜ୍ୟରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୨୦୧୨-୧୩ ବର୍ଷରୁ ଫ୍ଲାଏ ଆଶ୍‌ ଇଟା ଓ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହୋଇଆସୁଛି। ଏହି କ୍ରମରେ ୨୦୧୯-୨୦ ବର୍ଷରେ କଳିଙ୍ଗନଗର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲର କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୫,୯୮,୩୫୫ ମେଟ୍ରିକ ଟନ୍‌ ଓ ଭିସା ଷ୍ଟିଲ କାରଖାନାରୁ ୬୮,୨୭୫ ମେଟ୍ରିକ ଟନ୍‌ ଫ୍ଲାଏ ଆଶ୍‌ ନିର୍ଗତ ହୋଇଛି। ଏହି ଫ୍ଲାଏ ଆଶ୍‌ଗୁଡିକ ରାସ୍ତା ନିର୍ମାଣ, ଫ୍ଲାଏ ଆଶ୍‌ ଇଟା ପ୍ରସ୍ତୁତି, ସିମେଣ୍ଟ ତିଆରି ତଥା ଖାଲଖମା ଭରଣା କରି ଜମି ସମତୁଲ କରିବା ଭଳି କାର୍ଯ୍ୟରେ ବିନିଯୋଗ କରାଯାଇଛି। ଯେଉଁ କାରଖାନାରେ ଫ୍ଲାଏ ଆଶ୍‌ ଗଚ୍ଛିତ ଅଛି, ତାକୁ ପର୍ଯ୍ୟାୟକ୍ରମେ ବିନିଯୋଗ କରାଯାଉଛି ବୋଲି ମନ୍ତ୍ରୀ ଆରୁଖ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଫ୍ଲାଏ ଆଶ୍‌ ଇଟା ସହଜରେ ଉପଲବ୍ଧ କରାଇବା ପାଇଁ ଇଟା ତିଆରି କରୁଥିବା ଶିଳ୍ପକୁ ଏବଂ ଏହାର ବହୁଳ ବ୍ୟବହାର ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ମତିପତ୍ରର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ରାଜ୍ୟରେ ସ୍ଥାପିତ କେତେକ ଫ୍ଲାଏ ଆଶ୍‌ ଇଟାଭାଟି ମାଲିକ ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ପାଉନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ବିନିଯୋଗ ହୋଇ ନ ଥିବା ୬.୭୬ କୋଟି ମେଟ୍ରିକ୍‌ ଟନ୍‌ ଫ୍ଲାଏ ଆଶ୍‌ ରାଜ୍ୟର କେଉଁ କେଉଁ ସ୍ଥାନରେ ଗଦା ହୋଇଛି, ତା’ର ସବିଶେଷ ତଥ୍ୟ ମିଳିପାରିନାହିଁ।
ପାଉଁଶଗଦା ନିକଟବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ନାହିଁ ନ ଥିବାରୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ବୋଲି ପରିବେଶପ୍ରେମୀ ମାନସ ରଞ୍ଜନ ସାମଲ କୁହନ୍ତି। ସେ ଆହୁରି କହିଛନ୍ତି ଯେ, ସରକାରୀ ଜମି, ପତରା ଜଙ୍ଗଲ, ନାଳ ଏପରିକି ରୟତଙ୍କ ଚାଷ ଜମିରେ ମଧ୍ୟ ଏହି ବର୍ଜ୍ୟବସ୍ତୁକୁ ପକାଉଛନ୍ତି। ଫଳରେ କେଉଁଠି ଜଙ୍ଗଲ ପୋତି ହୋଇଗଲାଣି ତ କେଉଁଠି ପ୍ରାକୃତିକ ନାଳ ଅବରୋଧ ହୋଇଛି। କାରଖାନାଗୁଡିକର ପାଉଁଶ ସମ୍ପୃକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ, କୃଷି ଓ ମାନବ ତଥା ଗୃହପାଳିତ ପଶୁଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଜଳଭଣ୍ଡାର ପୋତି ହୋଇଯିବ ବୋଲି ସାମଲ କୁହନ୍ତି। ୧ରୁ ୧୦ ମାଇକ୍ରନ ଆକାରର ଏହି କଳା ପାଉଁଶର ଧୂଳିକଣାଗୁଡିକ ଦ୍ୱାରା ମଣିଷ ଓ ଜୀବଜନ୍ତୁଙ୍କ ଶରୀରରେ ଘା’ ହେବା ସହ ଶ୍ୱାସରୋଗ ସୃଷ୍ଟି ହୋଇଥାଏ। କଳା ପାଉଁଶର ଭାରିଧାତୁ ଛୋଟ ଜୀବରୁ ବଡ଼ଜୀବ ଶରୀରକୁ ଗଲେ ତାହାର କୁପ୍ରଭାବ ବହୁଗୁଣିତ ହୋଇଥାଏ। ଖାଦ୍ୟ ଚକ୍ର ଅନୁସାରେ ଛୋଟ ଜଳଚର ଜୀବଙ୍କଠାରୁ ମାଛ ଓ ମାଛଙ୍କଠାରୁ ମଣିଷଙ୍କ ଶରୀରକୁ ଆସିବାବେଳେ ଏହାର ବହୁଗୁଣିତ ପ୍ରଭାବ ପଡ଼ିବ। ଏହି ପରିପ୍ରେକ୍ଷୀରେ ବର୍ଜ୍ୟବସ୍ତୁ (ପାଉଁଶ)ର ପରିଚାଳନା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ସର୍ତ୍ତାବଳୀ କଡାକଡି ଲାଗୁ କରା ନ ଗଲେ ଅଞ୍ଚଳବାସୀଙ୍କ କୃଷି ଓ ସ୍ବାସ୍ଥ୍ୟଗତ ସମସ୍ୟା ଉତ୍କଟତର ହେବା ସୁନିଶ୍ଚିତ ବୋଲି ସାମଲ କହିଛନ୍ତି। ଝାରସୁଗୁଡା, ସମ୍ବଲପୁର ଅଞ୍ଚଳରେ ପାଉଁଶ ପୋଖରୀ ହିଡ ଭାଙ୍ଗି ଚାଷଜମିରେ ମାଡିଯିବା ଭଳି ପୂର୍ବରୁ ନଜିର ରହିଛି। ଏଥିଯୋଗୁ ଶତାଧିକ ଏକର ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଫ୍ଲାଏ ଆଶ୍‌ ବିନିଯୋଗର ଆବଶ୍ୟକତା ଉପରେ ବିଧାୟକ ନବଚରଣ ମାଝି ବିଧାନସଭାରେ ପ୍ରଶ୍ନ କରିଥିଲେ।
ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗରରେ ଥିବା କାରଖାନାଗୁଡିକ ଭାରତ ସରକାରଙ୍କ ଫ୍ଲାଏ ଆଶ୍‌ ବିନିଯୋଗ ନିୟମ ଅନୁଯାୟୀ କାମ କରୁଛନ୍ତି। ସେମାନେ ନିଜସ୍ତରରେ ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri