ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ବିନିଯୋଗ ହୋଇ ନ ପାରି ଗଚ୍ଛିତ ରହିଛି। ଏହି ସମୟ ମଧ୍ୟରେ ୨୨,୮୨,୩୮,୧୩୫ ଏମ୍‌ଟି ଫ୍ଲାଏ ଆଶ୍‌ ନିର୍ଗତ ହୋଇଛି। ସେଥିମଧ୍ୟରୁ ୧୬,୦୫,୯୮,୬୭୩ ମେଟ୍ରିକ ଟନ୍‌ ଫ୍ଲାଏ ଆଶ୍‌ ରାସ୍ତା ନିର୍ମାଣ, କମ୍ପାନୀର ଫ୍ଲାଏ ଆଶ୍‌ ବନ୍ଧର ଉଚ୍ଚତା ନିର୍ମାଣ ଏବଂ ଇଟା ତିଆରିରେ ବିନିଯୋଗ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି। ଏଥିରୁ ରାଜ୍ୟର କାରଖାନାଗୁଡ଼ିକ ଭାରତ ସରକାରଙ୍କ ଫ୍ଲାଏ ଆଶ୍‌ ବିନିଯୋଗ ନିୟମ ଅନୁଯାୟୀ କାମ କରୁ ନ ଥିବା ଲକ୍ଷ୍ୟ କରାଯାଇଛି। ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିୟମ ଅନୁଯାୟୀ କାର୍ଯ୍ୟ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ବିଭିନ୍ନ କାରଖାନାର ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ଫ୍ଲାଏ ଆଶ୍‌ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଫେବୃୟାରୀ ୨୫ରେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ପରିବେଶ (ସୁରକ୍ଷା) ଅଧିନିୟମ, ୧୯୮୬ (୨୯ର ୧୯୮୬) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷଣ ବିଭାଗ ଖନନ କାର୍ଯ୍ୟକୁ ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ୩୦୦ କିଲୋମିଟର ମଧ୍ୟରେ ମାଟି-ଇଟା ଭାଟି ସ୍ଥାପନ ହେବ ନାହିଁ। ସେହି ପରିସୀମା ମଧ୍ୟରେ ଫ୍ଲାଏ ଆଶ୍‌ ଇଟାଭାଟି ସ୍ଥାପନ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ କାରଖାନାଗୁଡିକ ସେହି ଅଞ୍ଚଳରେ ଚାଲିଥିବା ଇଟାଭାଟିର ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ଯୋଗାଇବେ। ତଦନୁସାରେ ରାଜ୍ୟରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୨୦୧୨-୧୩ ବର୍ଷରୁ ଫ୍ଲାଏ ଆଶ୍‌ ଇଟା ଓ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହୋଇଆସୁଛି। ଏହି କ୍ରମରେ ୨୦୧୯-୨୦ ବର୍ଷରେ କଳିଙ୍ଗନଗର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲର କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୫,୯୮,୩୫୫ ମେଟ୍ରିକ ଟନ୍‌ ଓ ଭିସା ଷ୍ଟିଲ କାରଖାନାରୁ ୬୮,୨୭୫ ମେଟ୍ରିକ ଟନ୍‌ ଫ୍ଲାଏ ଆଶ୍‌ ନିର୍ଗତ ହୋଇଛି। ଏହି ଫ୍ଲାଏ ଆଶ୍‌ଗୁଡିକ ରାସ୍ତା ନିର୍ମାଣ, ଫ୍ଲାଏ ଆଶ୍‌ ଇଟା ପ୍ରସ୍ତୁତି, ସିମେଣ୍ଟ ତିଆରି ତଥା ଖାଲଖମା ଭରଣା କରି ଜମି ସମତୁଲ କରିବା ଭଳି କାର୍ଯ୍ୟରେ ବିନିଯୋଗ କରାଯାଇଛି। ଯେଉଁ କାରଖାନାରେ ଫ୍ଲାଏ ଆଶ୍‌ ଗଚ୍ଛିତ ଅଛି, ତାକୁ ପର୍ଯ୍ୟାୟକ୍ରମେ ବିନିଯୋଗ କରାଯାଉଛି ବୋଲି ମନ୍ତ୍ରୀ ଆରୁଖ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଫ୍ଲାଏ ଆଶ୍‌ ଇଟା ସହଜରେ ଉପଲବ୍ଧ କରାଇବା ପାଇଁ ଇଟା ତିଆରି କରୁଥିବା ଶିଳ୍ପକୁ ଏବଂ ଏହାର ବହୁଳ ବ୍ୟବହାର ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ମତିପତ୍ରର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ରାଜ୍ୟରେ ସ୍ଥାପିତ କେତେକ ଫ୍ଲାଏ ଆଶ୍‌ ଇଟାଭାଟି ମାଲିକ ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ପାଉନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ବିନିଯୋଗ ହୋଇ ନ ଥିବା ୬.୭୬ କୋଟି ମେଟ୍ରିକ୍‌ ଟନ୍‌ ଫ୍ଲାଏ ଆଶ୍‌ ରାଜ୍ୟର କେଉଁ କେଉଁ ସ୍ଥାନରେ ଗଦା ହୋଇଛି, ତା’ର ସବିଶେଷ ତଥ୍ୟ ମିଳିପାରିନାହିଁ।
ପାଉଁଶଗଦା ନିକଟବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ନାହିଁ ନ ଥିବାରୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ବୋଲି ପରିବେଶପ୍ରେମୀ ମାନସ ରଞ୍ଜନ ସାମଲ କୁହନ୍ତି। ସେ ଆହୁରି କହିଛନ୍ତି ଯେ, ସରକାରୀ ଜମି, ପତରା ଜଙ୍ଗଲ, ନାଳ ଏପରିକି ରୟତଙ୍କ ଚାଷ ଜମିରେ ମଧ୍ୟ ଏହି ବର୍ଜ୍ୟବସ୍ତୁକୁ ପକାଉଛନ୍ତି। ଫଳରେ କେଉଁଠି ଜଙ୍ଗଲ ପୋତି ହୋଇଗଲାଣି ତ କେଉଁଠି ପ୍ରାକୃତିକ ନାଳ ଅବରୋଧ ହୋଇଛି। କାରଖାନାଗୁଡିକର ପାଉଁଶ ସମ୍ପୃକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ, କୃଷି ଓ ମାନବ ତଥା ଗୃହପାଳିତ ପଶୁଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଜଳଭଣ୍ଡାର ପୋତି ହୋଇଯିବ ବୋଲି ସାମଲ କୁହନ୍ତି। ୧ରୁ ୧୦ ମାଇକ୍ରନ ଆକାରର ଏହି କଳା ପାଉଁଶର ଧୂଳିକଣାଗୁଡିକ ଦ୍ୱାରା ମଣିଷ ଓ ଜୀବଜନ୍ତୁଙ୍କ ଶରୀରରେ ଘା’ ହେବା ସହ ଶ୍ୱାସରୋଗ ସୃଷ୍ଟି ହୋଇଥାଏ। କଳା ପାଉଁଶର ଭାରିଧାତୁ ଛୋଟ ଜୀବରୁ ବଡ଼ଜୀବ ଶରୀରକୁ ଗଲେ ତାହାର କୁପ୍ରଭାବ ବହୁଗୁଣିତ ହୋଇଥାଏ। ଖାଦ୍ୟ ଚକ୍ର ଅନୁସାରେ ଛୋଟ ଜଳଚର ଜୀବଙ୍କଠାରୁ ମାଛ ଓ ମାଛଙ୍କଠାରୁ ମଣିଷଙ୍କ ଶରୀରକୁ ଆସିବାବେଳେ ଏହାର ବହୁଗୁଣିତ ପ୍ରଭାବ ପଡ଼ିବ। ଏହି ପରିପ୍ରେକ୍ଷୀରେ ବର୍ଜ୍ୟବସ୍ତୁ (ପାଉଁଶ)ର ପରିଚାଳନା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ସର୍ତ୍ତାବଳୀ କଡାକଡି ଲାଗୁ କରା ନ ଗଲେ ଅଞ୍ଚଳବାସୀଙ୍କ କୃଷି ଓ ସ୍ବାସ୍ଥ୍ୟଗତ ସମସ୍ୟା ଉତ୍କଟତର ହେବା ସୁନିଶ୍ଚିତ ବୋଲି ସାମଲ କହିଛନ୍ତି। ଝାରସୁଗୁଡା, ସମ୍ବଲପୁର ଅଞ୍ଚଳରେ ପାଉଁଶ ପୋଖରୀ ହିଡ ଭାଙ୍ଗି ଚାଷଜମିରେ ମାଡିଯିବା ଭଳି ପୂର୍ବରୁ ନଜିର ରହିଛି। ଏଥିଯୋଗୁ ଶତାଧିକ ଏକର ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଫ୍ଲାଏ ଆଶ୍‌ ବିନିଯୋଗର ଆବଶ୍ୟକତା ଉପରେ ବିଧାୟକ ନବଚରଣ ମାଝି ବିଧାନସଭାରେ ପ୍ରଶ୍ନ କରିଥିଲେ।
ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗରରେ ଥିବା କାରଖାନାଗୁଡିକ ଭାରତ ସରକାରଙ୍କ ଫ୍ଲାଏ ଆଶ୍‌ ବିନିଯୋଗ ନିୟମ ଅନୁଯାୟୀ କାମ କରୁଛନ୍ତି। ସେମାନେ ନିଜସ୍ତରରେ ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri