ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରାଜକନିକା, ୧୯ା୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା କନପୁର, କାଏମା କନପୁର ଓ ଗୁଣ୍ଠଳ ଆଦି ୬ଟି ଗଁା ରହିଛି। ତେବେ ଦୈନିକ ଏହି ଅଞ୍ଚଳର ଲୋକେ ବୈତରଣୀ ନଦୀର ମାନପୁର ଘାଟ ପାର ହୋଇ ଭଦ୍ରକ ଜିଲାର ଆରଡ଼ିକୁ ଯିବା ଆସିବା କରିଥାନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଦୈନିକ ଶହ ଶହ ଭକ୍ତ ଭଦ୍ରକ ଜିଲା ଆରଡ଼ିରେ ଥିବା ଆଖଣ୍ଡଳମଣି ଠାକୁରଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସେହିପରି ବର୍ଷାଦିନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କାଉଡିଆ ଗାଡ଼ିରେ ଆସି ମାନପୁର ଘାଟ ପାର ହେବା ପାଇଁ ଭିଡ଼ ଜମାଇଥାନ୍ତି। ତେବେ ମାନପୁର ଘାଟରେ ହୁଲିଡଙ୍ଗା ହିଁ ଏକମାତ୍ର ସାହା ଭରସା। ପୁଣି ସେହି ଡଙ୍ଗାରେ ଜ୍ୟାକେଟ ବ୍ୟବସ୍ଥା ନାହିଁ। ପ୍ରଶାସନର ଏଥିପ୍ରତି ମଧ୍ୟ ଦୃଷ୍ଟି ନାହିଁ। ଏଠାରେ ଭିତରକନିକାରୁ ଶତାଧିକ କୁମ୍ଭୀର ଆସି ଯାତାୟାତ କରିଥାନ୍ତି। ଏହି ନଦୀ ଜୁଆରିଆ, ପଙ୍କୁଆ ସହ ଅତି ଗଭୀର। ଯଦି ଏଠାରେ ଡଙ୍ଗା ବୁଡିଯାଏ ତେବେ ଲୋକେ କୁମ୍ଭୀର ହାବୁଡ଼ରେ ପଡ଼ିଥାନ୍ତି। ଏଠାରେ ବୈତରଣୀ ନଦୀରେ ପୋଲ ନିର୍ମାଣ ପାଇଁ ଆଜକୁ ୫୦ ବର୍ଷ ହେଲା ବହୁ ବିଧାୟକ ଓ ସାଂସଦଙ୍କ ନିକଟରେ ସ୍ଥାନୀୟ ଲୋକେ ଦାବିକରି ଆସୁଛନ୍ତି। ଭୋଟ ସମୟରେ ରାଜନେତାମାନେ ଲୋକଙ୍କୁ ପ୍ରଭାବିତ କରି ଭୋଟ ନିଅନ୍ତି। ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ପରେ ସବୁ ଭୁଲିଯାଆନ୍ତି। ଆଖଣ୍ଡଳମଣି ମନ୍ଦିର ପରିସର ହେଉଛି କନିକା ରାଜାଙ୍କ ସମ୍ପତ୍ତି। ତାଙ୍କ ପୂର୍ବପୁରୁଷ ଏହି ମନ୍ଦିର ନିର୍ମାଣ କରାଇ ଥିଲେ। ପଣ୍ଡାମାନଙ୍କୁ ଏଠାରେ ସମ୍ପତ୍ତିବାଡ଼ି ଦେଇଥିଲେ। ପୁରୁଷ ପୁରୁଷ ଧରି ପଣ୍ଡାମାନେ ଏହି ସମ୍ପତ୍ତିବାଡ଼ି ଭୋଗ ଦଖଲ କରିଆସୁଛନ୍ତି। ୨୦୨୧ ଡିସେମ୍ବରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓଳାଭରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନପୁର ପୋଲ ପାଇଁ ୭୯ କୋଟି ଓ ବଳିତରଘାଟ ପୋଲ ଲାଗି ୧୦୮ କୋଟି ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ତେବେ ଆଜକୁ ୪୦ ବର୍ଷ ତଳେ ଏହି ପୋଲ ପାଇଁ ୧୦ କୋଟି ଅଟକଳ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ୨୦ କୋଟି ହୋଇଥିଲା। ପୋଲ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଯାଜପୁର ରୋଡ୍‌ରୁ ନଦୀରେ ଧାମରା ବନ୍ଦରକୁ କଞ୍ଚାମାଲ ପରିବହନ ପାଇଁ ସ୍ଥିର କଲେ। ଓଡ଼ିଶା ସରକାର କେନ୍ଦ୍ରୀୟ ପରିବହନ ମନ୍ତ୍ରଣାଳୟକୁ ପୋଲ ନିର୍ମାଣ ନିମନ୍ତେ ମଞ୍ଜୁର ପାଇଁ ୨ ବର୍ଷ ହେବ ପଠାଇଛନ୍ତି। ହେଲେ ଏହାକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ତେବେ ବର୍ତ୍ତମାନ ଏହି ପୋଲର ଅଟକଳ ୧୦ କୋଟିରୁ ୭୯ କୋଟିରେ ପହଞ୍ଚତ୍ଛି। ହେଲେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। କେବେ କାମ ଆରମ୍ଭ ହୋଇ ସରିବ ଏହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହଘେରରେ ରହିଛନ୍ତି। ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ ଆରମ୍ଭ କରିବାକୁ ବାରାହା ଦୋମଣ୍ଡା ସରପଞ୍ଚ ପ୍ରସନ୍ନ ମଳିକ, ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ବେଉରିଆ, ଦାମୋଦର ନାୟକ, ପ୍ରାକ୍ତନ ସରପଞ୍ଚ ବୀରସେନ ବାରିକ, ପୂର୍ବତନ ସରପଞ୍ଚ ବୀରଭଦ୍ର ମଳିକ ଓ ସାମାଜିକ କର୍ମୀ ନିରଞ୍ଜନ ମଳିକ ପ୍ରମୁଖ ଆଳି ବିଧାୟକ ଦେବଙ୍କ ସମେତ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ପୋଲ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ବିଭିନ୍ନ ଜିଲାର ପର୍ଯ୍ୟଟକ ଆଖଣ୍ଡଳମଣିଙ୍କୁ ଦର୍ଶନ ସହ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ମଧ୍ୟରେ ଯୋଗାଯୋଗ ସମ୍ଭବ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri