ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ସହର ଠାରୁ ଅଳ୍ପଦୂର ସାର୍ତ୍ତାଗୁଡାଠାରେ ଏହା ଦେଖିବାକୁ ମିଳିଛି। ସକାଳେ ଗ୍ରାମର ଶିବ ମହାନ୍ତିଙ୍କ ଖଳାରେ ଏହି ବରଫର ଆସ୍ତରଣ ଦେଖିବାକୁ ମିଳିଛି। ଧାନ ଘୋଡେଇ ଥିବା ପାଲ ଉପରେ ବରଫ ସ୍ପଷ୍ଟ ଭାବେ ଦେଖା ଯାଇଛି। ବରଫ ପଡିବା ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ଅଧିକ ତୁଷାରପାତ ହେବ ବୋଲି ଅନୁମାନ କରାଯାଉଛି। ଫୁଲବାଣୀରେ ତାପ ମାତ୍ରା ୫.୨ ଡିଗ୍ରୀ ଥିବା ବେଳେ ଦାରିଙ୍ଗିବାଡ଼ିରେ ୭.୦ ଡିଗ୍ରୀ ରହିଛି।


