ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଏଥିପାଇଁ ଗ୍ରୀଷ୍ମ ଋତୁ ବ୍ୟତୀତ ଅନ୍ୟ ଋତୁମାନଙ୍କରେ ବି ଅସହ୍ୟ ଗରମ ହେଉଛି। ଏହା କେବଳ ଉତ୍ତପ୍ତ ବାୟୁମଣ୍ଡଳ ଯୋଗୁ। କେବଳ ତାତି ହେଉଛି ତାହା ନୁହେଁ, ଏହା ଅଧିକ ଜୀବନ ନେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଆଶାତୀତ ଭାବେ ଲୋକ ଓ ପଶୁପକ୍ଷୀଙ୍କର ମୃତ୍ୟୁ ହେବ। ଏହାର ପ୍ରମୁଖ କାରଣ ହେଉଛି ବାୟୁ ପ୍ରଦୂଷଣ। ଗବେଷଣା ଅନୁସାରେ, ଲୋକମାନେ ଦୂଷିତ ପାଣି ପିଇ ବେଶି ସଂଖ୍ୟାରେ ମୃତ୍ୟୁମୁଖରେ ପଡ଼ୁଥିଲେ। କିନ୍ତୁ ବାୟୁ ପ୍ରଦୂଷଣ ଯୋଗୁ ଆହୁରି ଅଧିକ ମୃତ୍ୟୁମୁଖରେ ପଡ଼ିବେ ବୋଲି ଜଣାପଡ଼ିଛି। ସର୍ଭେ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ି ୨୦୫୦ ମସିହା ବେଳକୁ ପ୍ରତିବର୍ଷ ୩ଲକ୍ଷ ୬୦ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବେ। ଆସନ୍ତା କେତେ ବର୍ଷ ଭିତରେ ସହରର ଲୋକମାନଙ୍କ ମରଣ ହେବ କେବଳ ପ୍ରଦୂଷିତ ପରିବେଶ ଓ ଅପରିଷ୍କାର ପାଣି ଯୋଗୁ। ଉଭୟ ବିକାଶଶୀଳ ଓ ବିକଶିତ ଦେଶ ୨୦୫୦ ମସିହା ସୁଦ୍ଧା ତାତି ଉଠିବ। ବର୍ଷକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବେ। ସେଥିମଧ୍ୟରୁ ଚାଇନା ଓ ଭାରତରେ ଏହି ସମସ୍ୟା ବେଶି ଦେଖାଯିବ। କାରଣ ଏହି ଦେଶମାନଙ୍କରେ ଆଶାତୀତ ଭାବେ ଜନସଂଖ୍ୟା, ଯାନବାହନ, କଳକାରଖାନା ଓ ବିଭିନ୍ନ ଯନ୍ତ୍ରପାତି ବୃଦ୍ଧି ପାଉଛି। କିନ୍ତୁ ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ଅଙ୍ଗାରକାମ୍ଳକୁ ଶୋଷି ନେବା ପାଇଁ ଉପଯୁକ୍ତ ପରିମାଣରେ ଗଛ ନାହିଁ। ଏଠାରେ ଜଙ୍ଗଲ କ୍ଷୟ କରାଯାଉଛି। କିନ୍ତୁ ସେହିପରି ଭାବରେ ସୃଷ୍ଟି କରାଯାଉନାହିଁ। ଦ ଅର୍ଗାନାଇଜେଶନ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟର ରିପୋର୍ଟ ଅନୁଯାୟୀ, ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ହୋଇଯିବ। ୬ଟି ଋତୁ ଅନୁଭବ ହେବା କଷ୍ଟକର ହୋଇପଡ଼ିବ। ବେଶି ଗ୍ରୀଷ୍ମ ଋତୁ ଅନୁଭବ ହେବ। ଯାହା ଅସହ୍ୟ ହୋଇପଡ଼ିବ। ତାପ ବୃଦ୍ଧି ଯୋଗୁ ଭୂପୃଷ୍ଠରୁ ଜଳ ପତ୍ତନ ତଳକୁ ଖସି ଯିବ। ଲୋକେ ଭୂପୃଷ୍ଠର ପରିଷ୍କାର ପାଣି ପିଇବା ପାଇଁ ପାଇବେନି, ଚାଷ ଜମି ମଧ୍ୟ ଉପଯୁକ୍ତ ପାଣି ନ ପାଇ ମରୁଡ଼ି ପଡ଼ିବ, ଏହିପରି ଭାବରେ ବିଭିନ୍ନ ସମସ୍ୟା ଦେଖାଯିବ।
ବୈଜ୍ଞାନିକ କହନ୍ତି ଯେ ଗ୍ଲୋବାଲ ୱାର୍ମିଂ ଯୋଗୁ ଆଜି ତ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି। ଯଦି ଆହୁରି ତାପମାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇବ, ତେବେ ବଞ୍ଚିବା ଅସମ୍ଭବ। ପୃଥିବୀରୁ ଜୀବସତ୍ତା ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହେବ। ତେଣୁ ଏଥିରେ ବଞ୍ଚିବାକୁ ହେଲେ ଆମକୁ ପୃଥିବୀକୁ ସବୁଜମୟ କରିବାକୁ ହେବ। ବଡ଼ ବଡ଼ ଜଙ୍ଗଲ ସୃଷ୍ଟି କରିବାକୁ ହେବ। ଏହାଦ୍ୱାରା କ୍ଷତିକାରୀ ଅଙ୍ଗାରକାମ୍ଳ ଗଛ ଶୋଷି ନେବ ଏବଂ ପରିବେଶ ସୁସ୍ଥ ରହିବ। ଯାନବାହନର ବ୍ୟବହାର ନିୟନ୍ତ୍ରଣ କରିବା। ନଚେତ୍‌ ୨୦୫୦ ବେଳକୁ ମୃତ୍ୟୁମୁଖରେ ପଡ଼ିବା ସ୍ବାଭାବିକ, ଏଥିରେ ସନ୍ଦେହ ନାହିଁ।
ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ଅଭାବନୀୟ ଓ ଅପ୍ରତ୍ୟାଶିତ ପ୍ରାକୃତିକ ବିପଦ ଓ ଜଳବାୟୁ ସଙ୍କଟ ସମଗ୍ର ବିଶ୍ୱ ପାଇଁ ବଡ଼ ଉଦ୍‌ବେଗର କାରଣ ପାଲଟିଛି। ଇତିମଧ୍ୟରେ ଦେଖାଦେଇଛି ୟୁରୋପ, ଉତ୍ତର ଆମେରିକା, ଏସିଆ, ଓସେନିଆ ଓ ଆଫ୍ରିକାର ପ୍ରାୟ ୪୦ ଦେଶ ଗମ୍ଭୀର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ମୋଟାମୋଟି ଦେଖିଲେ, ବିଶ୍ୱ ଏବେ ଏକସଙ୍ଗେ ବନ୍ୟା, ଝଡ଼, ହିଟ୍‌ୱେଭ, ଜଙ୍ଗଲ ନିଅଁା ଓ ମରୁଡ଼ି କବଳରେ। ପ୍ରକୃତି ବିରୋଧରେ ଅତିଶୟ ମାନବୀୟ ହସ୍ତକ୍ଷେପ ଏହାର ମୁଖ୍ୟ କାରଣ, ଯାହାଦ୍ୱାରା ପୃଥିବୀ ଉପରେ ଜଳବାୟୁ ସଙ୍କଟ ଘନେଇଛି ବୋଲି ବୈଜ୍ଞାନିକ ପ୍ରମାଣରୁ ସ୍ପଷ୍ଟ ହୋଇଛି। ଏହିପରି ଅତିଶୟ ଜଳବାୟୁଜନିତ ଘଟଣା ବାରମ୍ବାର ତଥା ଆହୁରି ଗମ୍ଭୀର ହେବାକୁ ଯାଉଛି ବୋଲି ୱାର୍ଲଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ ନିଜର ସଦ୍ୟ ରିପୋର୍ଟରେ ଚେତାଇ ଦେଇଛି। ମାନବ ପ୍ରେରିତ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱସ୍ତରରେ ଅତିରିକ୍ତ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ସଦ୍ୟତମ ଅଧ୍ୟୟନ ସ୍ପଷ୍ଟ କରିଛି।
ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ ତାଲିକାରେ ବିଶ୍ୱର ଅନ୍ୟତମ ବିକାଶଶୀଳ ରାଷ୍ଟ୍ର ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ମଣିଷ ନିଜେ ପ୍ରଚୁର ମାତ୍ରାରେ ଉଭୟ ଟକ୍ସିକ୍‌ ଓ ନନ୍‌ଟକ୍ସିକ୍‌ ପଲ୍ୟୁଶନ ବା ପ୍ରଦୂଷଣ ଉପତ୍ନ୍ନ କରୁଛି। ଟକ୍ସିକ୍‌ ପଲ୍ୟୁଶନ ହେଉଛି ଫାଇନ୍‌ ପାର୍ଟିକ୍ୟୁଲେଟ ମ୍ୟାଟର, ଯାହା ମଣିଷ ସ୍ବାସ୍ଥ୍ୟକୁ ସିଧାସଳଖ କ୍ଷତି ପହଞ୍ଚାଏ। ସେହିପରି ନନ୍‌ଟକ୍ସିକ୍‌ ପଲ୍ୟୁଶନ ବା ପ୍ରଦୂଷଣ ବିଶ୍ୱତାପନ ପାଇଁ ଦାୟୀ। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ଯୋଗୁ ଏହା ମାନବ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଉଭୟ ପ୍ରଦୂଷଣ ପରସ୍ପରକୁ ବଢ଼ାଇଥାଏ। ସଦ୍ୟ ଅଧ୍ୟୟନରେ ଗବେଷକମାନେ ବିଶ୍ୱର କିଛି ନିର୍ଦ୍ଦିଷ୍ଟ ଦେଶରେ ଟକ୍ସିକ୍‌ ଓ ନନ୍‌ଟକ୍ସିକ୍‌ ପ୍ରଦୂଷଣ ମଧ୍ୟରେ ଦୃଢ଼ ସମ୍ପର୍କ ଦର୍ଶାଇଛନ୍ତି। ଏହି ଦୁଇ ପ୍ରକାର ପ୍ରଦୂଷଣ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ପ୍ଲସ ୱାନ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ ଏଭଳି କିଛି ଦେଶ ଚିହ୍ନଟ କରିଛନ୍ତି, ଯାହା ଉଭୟ ପ୍ରଦୂଷଣର ଶିକାର ହୋଇଛନ୍ତି। ଟକ୍ସିକ୍‌ ପଲ୍ୟୁଶନ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କ୍ଷତି ଆଶଙ୍କା ଅଧିକ ଥିବା ଦେଶ ମଧ୍ୟରେ ଶୀର୍ଷ ୧୦ରେ ରହିଛନ୍ତି – ସିଙ୍ଗାପୁର, ର୍ବାଣ୍ଡା, ଚାଇନା, ଭାରତ, ସୋଲୋମନ ଆଇଲାଣ୍ଡ, ଭୁଟାନ, ବୋଟସ୍ବାନା, ଜର୍ଜିଆ, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ। ଗବେଷକମାନେ ଆହୁରି କହିଛନ୍ତି ବିଶ୍ୱତାପନ ଓ ପ୍ରବଳ ବୃଷ୍ଟିପାତ କୃଷି କାର୍ଯ୍ୟରେ ବାଧା ଉପତ୍ନ୍ନ କରୁଛି। ଏହାଦ୍ୱାରା କୁପୋଷଣ ଓ ଏହାଜନିତ ରୋଗ ବୃଦ୍ଧି ପାଉଛି। ଚାଇନା ଓ ଭାରତ ଉପରୋକ୍ତ ତାଲିକାର ଶୀର୍ଷ ୫ ଦେଶ ମଧ୍ୟରେ ଅଛନ୍ତି। ଉଭୟ ଦେଶ ଜଳବାୟୁ ପରିବର୍ତ୍ତନ ଓ ଟକ୍ସିକ ପଲ୍ୟୁଶନ ଭୟଙ୍କର ସଙ୍କଟ ଦେଇ ଗତି କରୁଛନ୍ତି।
ବଡ଼ ଉଦ୍‌ବେଗର ଘଟଣା ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟ ଏ କ୍ଷେତ୍ରରେ ଫେଲ ମାରିଛି। ବିଶ୍ୱର ଶୀର୍ଷ ଜଳବାୟୁ ବିଶେଷଜ୍ଞ ସ୍ବୀକାର କରିଛନ୍ତି, ଜର୍ମାନୀ ବନ୍ୟା ଓ ଉତ୍ତର ଆମେରିକାର ହିଟ୍‌ ୱେଭର ତୀବ୍ରତା ଅନୁମାନ କରିବାରେ ସେମାନେ ବିଫଳ ହୋଇଛନ୍ତି। ତାପମାତ୍ରାରେ ଏଭଳି ପରିବର୍ତ୍ତନକୁ ଉଚିତ ଶିକ୍ଷା ଗ୍ରହଣ କରି ପୃଥିବୀକୁ ବଞ୍ଚାଇବା ଲାଗି ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିଛି।

ଅଲେଖ ଚନ୍ଦ୍ର ସାମଲ
ସମାଜସେବୀ, ପୂର୍ବତନ ଡିଏଫ୍‌ଓ, ପଲାଇବାଲିଚନ୍ଦ୍ରପୁର, ଯାଜପୁର
ମୋ : ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri