ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଏଥିପାଇଁ ଗ୍ରୀଷ୍ମ ଋତୁ ବ୍ୟତୀତ ଅନ୍ୟ ଋତୁମାନଙ୍କରେ ବି ଅସହ୍ୟ ଗରମ ହେଉଛି। ଏହା କେବଳ ଉତ୍ତପ୍ତ ବାୟୁମଣ୍ଡଳ ଯୋଗୁ। କେବଳ ତାତି ହେଉଛି ତାହା ନୁହେଁ, ଏହା ଅଧିକ ଜୀବନ ନେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଆଶାତୀତ ଭାବେ ଲୋକ ଓ ପଶୁପକ୍ଷୀଙ୍କର ମୃତ୍ୟୁ ହେବ। ଏହାର ପ୍ରମୁଖ କାରଣ ହେଉଛି ବାୟୁ ପ୍ରଦୂଷଣ। ଗବେଷଣା ଅନୁସାରେ, ଲୋକମାନେ ଦୂଷିତ ପାଣି ପିଇ ବେଶି ସଂଖ୍ୟାରେ ମୃତ୍ୟୁମୁଖରେ ପଡ଼ୁଥିଲେ। କିନ୍ତୁ ବାୟୁ ପ୍ରଦୂଷଣ ଯୋଗୁ ଆହୁରି ଅଧିକ ମୃତ୍ୟୁମୁଖରେ ପଡ଼ିବେ ବୋଲି ଜଣାପଡ଼ିଛି। ସର୍ଭେ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ି ୨୦୫୦ ମସିହା ବେଳକୁ ପ୍ରତିବର୍ଷ ୩ଲକ୍ଷ ୬୦ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବେ। ଆସନ୍ତା କେତେ ବର୍ଷ ଭିତରେ ସହରର ଲୋକମାନଙ୍କ ମରଣ ହେବ କେବଳ ପ୍ରଦୂଷିତ ପରିବେଶ ଓ ଅପରିଷ୍କାର ପାଣି ଯୋଗୁ। ଉଭୟ ବିକାଶଶୀଳ ଓ ବିକଶିତ ଦେଶ ୨୦୫୦ ମସିହା ସୁଦ୍ଧା ତାତି ଉଠିବ। ବର୍ଷକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବେ। ସେଥିମଧ୍ୟରୁ ଚାଇନା ଓ ଭାରତରେ ଏହି ସମସ୍ୟା ବେଶି ଦେଖାଯିବ। କାରଣ ଏହି ଦେଶମାନଙ୍କରେ ଆଶାତୀତ ଭାବେ ଜନସଂଖ୍ୟା, ଯାନବାହନ, କଳକାରଖାନା ଓ ବିଭିନ୍ନ ଯନ୍ତ୍ରପାତି ବୃଦ୍ଧି ପାଉଛି। କିନ୍ତୁ ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ଅଙ୍ଗାରକାମ୍ଳକୁ ଶୋଷି ନେବା ପାଇଁ ଉପଯୁକ୍ତ ପରିମାଣରେ ଗଛ ନାହିଁ। ଏଠାରେ ଜଙ୍ଗଲ କ୍ଷୟ କରାଯାଉଛି। କିନ୍ତୁ ସେହିପରି ଭାବରେ ସୃଷ୍ଟି କରାଯାଉନାହିଁ। ଦ ଅର୍ଗାନାଇଜେଶନ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟର ରିପୋର୍ଟ ଅନୁଯାୟୀ, ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ହୋଇଯିବ। ୬ଟି ଋତୁ ଅନୁଭବ ହେବା କଷ୍ଟକର ହୋଇପଡ଼ିବ। ବେଶି ଗ୍ରୀଷ୍ମ ଋତୁ ଅନୁଭବ ହେବ। ଯାହା ଅସହ୍ୟ ହୋଇପଡ଼ିବ। ତାପ ବୃଦ୍ଧି ଯୋଗୁ ଭୂପୃଷ୍ଠରୁ ଜଳ ପତ୍ତନ ତଳକୁ ଖସି ଯିବ। ଲୋକେ ଭୂପୃଷ୍ଠର ପରିଷ୍କାର ପାଣି ପିଇବା ପାଇଁ ପାଇବେନି, ଚାଷ ଜମି ମଧ୍ୟ ଉପଯୁକ୍ତ ପାଣି ନ ପାଇ ମରୁଡ଼ି ପଡ଼ିବ, ଏହିପରି ଭାବରେ ବିଭିନ୍ନ ସମସ୍ୟା ଦେଖାଯିବ।
ବୈଜ୍ଞାନିକ କହନ୍ତି ଯେ ଗ୍ଲୋବାଲ ୱାର୍ମିଂ ଯୋଗୁ ଆଜି ତ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି। ଯଦି ଆହୁରି ତାପମାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇବ, ତେବେ ବଞ୍ଚିବା ଅସମ୍ଭବ। ପୃଥିବୀରୁ ଜୀବସତ୍ତା ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହେବ। ତେଣୁ ଏଥିରେ ବଞ୍ଚିବାକୁ ହେଲେ ଆମକୁ ପୃଥିବୀକୁ ସବୁଜମୟ କରିବାକୁ ହେବ। ବଡ଼ ବଡ଼ ଜଙ୍ଗଲ ସୃଷ୍ଟି କରିବାକୁ ହେବ। ଏହାଦ୍ୱାରା କ୍ଷତିକାରୀ ଅଙ୍ଗାରକାମ୍ଳ ଗଛ ଶୋଷି ନେବ ଏବଂ ପରିବେଶ ସୁସ୍ଥ ରହିବ। ଯାନବାହନର ବ୍ୟବହାର ନିୟନ୍ତ୍ରଣ କରିବା। ନଚେତ୍‌ ୨୦୫୦ ବେଳକୁ ମୃତ୍ୟୁମୁଖରେ ପଡ଼ିବା ସ୍ବାଭାବିକ, ଏଥିରେ ସନ୍ଦେହ ନାହିଁ।
ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ଅଭାବନୀୟ ଓ ଅପ୍ରତ୍ୟାଶିତ ପ୍ରାକୃତିକ ବିପଦ ଓ ଜଳବାୟୁ ସଙ୍କଟ ସମଗ୍ର ବିଶ୍ୱ ପାଇଁ ବଡ଼ ଉଦ୍‌ବେଗର କାରଣ ପାଲଟିଛି। ଇତିମଧ୍ୟରେ ଦେଖାଦେଇଛି ୟୁରୋପ, ଉତ୍ତର ଆମେରିକା, ଏସିଆ, ଓସେନିଆ ଓ ଆଫ୍ରିକାର ପ୍ରାୟ ୪୦ ଦେଶ ଗମ୍ଭୀର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ମୋଟାମୋଟି ଦେଖିଲେ, ବିଶ୍ୱ ଏବେ ଏକସଙ୍ଗେ ବନ୍ୟା, ଝଡ଼, ହିଟ୍‌ୱେଭ, ଜଙ୍ଗଲ ନିଅଁା ଓ ମରୁଡ଼ି କବଳରେ। ପ୍ରକୃତି ବିରୋଧରେ ଅତିଶୟ ମାନବୀୟ ହସ୍ତକ୍ଷେପ ଏହାର ମୁଖ୍ୟ କାରଣ, ଯାହାଦ୍ୱାରା ପୃଥିବୀ ଉପରେ ଜଳବାୟୁ ସଙ୍କଟ ଘନେଇଛି ବୋଲି ବୈଜ୍ଞାନିକ ପ୍ରମାଣରୁ ସ୍ପଷ୍ଟ ହୋଇଛି। ଏହିପରି ଅତିଶୟ ଜଳବାୟୁଜନିତ ଘଟଣା ବାରମ୍ବାର ତଥା ଆହୁରି ଗମ୍ଭୀର ହେବାକୁ ଯାଉଛି ବୋଲି ୱାର୍ଲଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ ନିଜର ସଦ୍ୟ ରିପୋର୍ଟରେ ଚେତାଇ ଦେଇଛି। ମାନବ ପ୍ରେରିତ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱସ୍ତରରେ ଅତିରିକ୍ତ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ସଦ୍ୟତମ ଅଧ୍ୟୟନ ସ୍ପଷ୍ଟ କରିଛି।
ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ ତାଲିକାରେ ବିଶ୍ୱର ଅନ୍ୟତମ ବିକାଶଶୀଳ ରାଷ୍ଟ୍ର ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ମଣିଷ ନିଜେ ପ୍ରଚୁର ମାତ୍ରାରେ ଉଭୟ ଟକ୍ସିକ୍‌ ଓ ନନ୍‌ଟକ୍ସିକ୍‌ ପଲ୍ୟୁଶନ ବା ପ୍ରଦୂଷଣ ଉପତ୍ନ୍ନ କରୁଛି। ଟକ୍ସିକ୍‌ ପଲ୍ୟୁଶନ ହେଉଛି ଫାଇନ୍‌ ପାର୍ଟିକ୍ୟୁଲେଟ ମ୍ୟାଟର, ଯାହା ମଣିଷ ସ୍ବାସ୍ଥ୍ୟକୁ ସିଧାସଳଖ କ୍ଷତି ପହଞ୍ଚାଏ। ସେହିପରି ନନ୍‌ଟକ୍ସିକ୍‌ ପଲ୍ୟୁଶନ ବା ପ୍ରଦୂଷଣ ବିଶ୍ୱତାପନ ପାଇଁ ଦାୟୀ। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ଯୋଗୁ ଏହା ମାନବ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଉଭୟ ପ୍ରଦୂଷଣ ପରସ୍ପରକୁ ବଢ଼ାଇଥାଏ। ସଦ୍ୟ ଅଧ୍ୟୟନରେ ଗବେଷକମାନେ ବିଶ୍ୱର କିଛି ନିର୍ଦ୍ଦିଷ୍ଟ ଦେଶରେ ଟକ୍ସିକ୍‌ ଓ ନନ୍‌ଟକ୍ସିକ୍‌ ପ୍ରଦୂଷଣ ମଧ୍ୟରେ ଦୃଢ଼ ସମ୍ପର୍କ ଦର୍ଶାଇଛନ୍ତି। ଏହି ଦୁଇ ପ୍ରକାର ପ୍ରଦୂଷଣ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ପ୍ଲସ ୱାନ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ ଏଭଳି କିଛି ଦେଶ ଚିହ୍ନଟ କରିଛନ୍ତି, ଯାହା ଉଭୟ ପ୍ରଦୂଷଣର ଶିକାର ହୋଇଛନ୍ତି। ଟକ୍ସିକ୍‌ ପଲ୍ୟୁଶନ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କ୍ଷତି ଆଶଙ୍କା ଅଧିକ ଥିବା ଦେଶ ମଧ୍ୟରେ ଶୀର୍ଷ ୧୦ରେ ରହିଛନ୍ତି – ସିଙ୍ଗାପୁର, ର୍ବାଣ୍ଡା, ଚାଇନା, ଭାରତ, ସୋଲୋମନ ଆଇଲାଣ୍ଡ, ଭୁଟାନ, ବୋଟସ୍ବାନା, ଜର୍ଜିଆ, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ। ଗବେଷକମାନେ ଆହୁରି କହିଛନ୍ତି ବିଶ୍ୱତାପନ ଓ ପ୍ରବଳ ବୃଷ୍ଟିପାତ କୃଷି କାର୍ଯ୍ୟରେ ବାଧା ଉପତ୍ନ୍ନ କରୁଛି। ଏହାଦ୍ୱାରା କୁପୋଷଣ ଓ ଏହାଜନିତ ରୋଗ ବୃଦ୍ଧି ପାଉଛି। ଚାଇନା ଓ ଭାରତ ଉପରୋକ୍ତ ତାଲିକାର ଶୀର୍ଷ ୫ ଦେଶ ମଧ୍ୟରେ ଅଛନ୍ତି। ଉଭୟ ଦେଶ ଜଳବାୟୁ ପରିବର୍ତ୍ତନ ଓ ଟକ୍ସିକ ପଲ୍ୟୁଶନ ଭୟଙ୍କର ସଙ୍କଟ ଦେଇ ଗତି କରୁଛନ୍ତି।
ବଡ଼ ଉଦ୍‌ବେଗର ଘଟଣା ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟ ଏ କ୍ଷେତ୍ରରେ ଫେଲ ମାରିଛି। ବିଶ୍ୱର ଶୀର୍ଷ ଜଳବାୟୁ ବିଶେଷଜ୍ଞ ସ୍ବୀକାର କରିଛନ୍ତି, ଜର୍ମାନୀ ବନ୍ୟା ଓ ଉତ୍ତର ଆମେରିକାର ହିଟ୍‌ ୱେଭର ତୀବ୍ରତା ଅନୁମାନ କରିବାରେ ସେମାନେ ବିଫଳ ହୋଇଛନ୍ତି। ତାପମାତ୍ରାରେ ଏଭଳି ପରିବର୍ତ୍ତନକୁ ଉଚିତ ଶିକ୍ଷା ଗ୍ରହଣ କରି ପୃଥିବୀକୁ ବଞ୍ଚାଇବା ଲାଗି ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିଛି।

ଅଲେଖ ଚନ୍ଦ୍ର ସାମଲ
ସମାଜସେବୀ, ପୂର୍ବତନ ଡିଏଫ୍‌ଓ, ପଲାଇବାଲିଚନ୍ଦ୍ରପୁର, ଯାଜପୁର
ମୋ : ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଦୋହଲିଗଲା ଖାର୍ଗ ଦ୍ୱୀପ! ଟ୍ରମ୍ପଙ୍କ ଦାବି: ସମସ୍ତ ଇରାନୀ ସାମରିକ ଘାଟି ଧ୍ୱଂସ; ଜାରି କଲେ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଖାର୍ଗ ଦ୍ୱୀପରେ ଆମେରିକାର ସେନା ପ୍ରବଳ ବୋମାମାଡ଼ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଆକ୍ରମଣରେ…

ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ: କହିଲେ ଏଣିକି ଆଉ…

କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା।…

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି…

ଭାରତ ସାମ୍ନାରେ ହାତ ପତାଉଛି ଆମେରିକା! ଯୁଦ୍ଧ ମଧ୍ୟରେ କାହିଁକି ଏମିତି କହିଲେ ଇରାନ ବୈଦେଶିକ ମନ୍ତ୍ରୀ? ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକାର ଆକ୍ରମଣ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି, ରୁଷୀୟ ତୈଳ ସମ୍ପର୍କରେ ୱାଶିଂଟନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri