ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ସହରବାସୀ ଅତିଷ୍ଠ

ଯାଜପୁରରୋଡ୍‌,୧୭ା୪(ଡି.ଏନ.ଏ.): ବ୍ୟାସନଗର ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ ଚରମସୀମାରେ ପହଞ୍ଚତ୍ଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆଶାତୀତ ବୃଦ୍ଧି ପାଇଥିବାବେଳେ ସହରର ଉତ୍ତାପ ୪୦ ଡିଗ୍ରୀ ଟପିଲାଣି। ଦିନରେ ଅଗ୍ନି ବର୍ଷା ହେଉଛି। ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବପର ହେଉନାହିଁ। ଏହି ସମୟରେ ଟାଟା ପାୱାରର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବାରୁ ସହରବାସୀ ଏଥିରେ ଅତିଷ୍ଠ ହୋଇପଡ଼ିଲେଣି। ଦିନ ଏବଂ ରାତିରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ ଯୋଗୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି।
ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବାଠାରୁ ଉପଭୋକ୍ତାଙ୍କୁ ଉଚିତ ସେବା ଯୋଗାଇବା ପରିବର୍ତ୍ତେ କର୍ମଚାରୀଙ୍କ ଦ୍ୱାରା ଜୋର ଜବରଦସ୍ତ ବିଦ୍ୟୁତ୍‌ ଦେୟ ଆଦାୟରେ ବ୍ୟସ୍ତ ରହୁଛି। ଏହାକୁ ନେଇ ଦୈନିକ ବିଦ୍ୟୁତ୍‌ ଉପଭୋକ୍ତା ଏବଂ ଟାଟା୍‌ ପାୱାର କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି। ଏଥିରୁ ଅନେକ ଘଟଣା ଥାନାକୁ ଯାଉଥିବା ଦେଖିବାକୁ ମିଳୁଛି। ସାମାନ୍ୟ ପବନ ବର୍ଷା ହେଲେ ବିଦ୍ୟୁତ୍‌ କାଟି ଦିଆଯାଉଛି। ପୁରୁଣା ଖୁଣ୍ଟ ଏବଂ ତାର ନ ବଦଳାଇ ସେଥିରେ ସେବା ପ୍ରଦାନ କରାଯାଉଛି। ଫଳରେ ସାମାନ୍ୟ ପବନ ହେଲେ ତାର ଛିଣ୍ଡି ଯାଉଛି। ମରାମତି ପାଇଁ ଦିନ ଦିନ ସମୟ ଲାଗୁଛି। ବିଦ୍ୟୁତ୍‌ କାଟ୍‌ ସମୟରେ ବିଭାଗର କର୍ମଚାରୀ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି। ଯଦି ବି ଉଠାଉଛନ୍ତି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଘନଘନ ବିଦ୍ୟୁତ୍‌ କାଟ ହେବା ଦ୍ୱାରା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରେ ଥିବା ବୟସ୍କ ଏବଂ ଶିଶୁମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଏହି ଭଳି ସମସ୍ୟା ଲାଗିରହିଲେ ଆଗାମୀ ଦିନରେ ଟାଟା ପାୱାର ବିରୋଧରେ ଜନ ଆନ୍ଦୋଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଥିପ୍ରତି ଟାଟା ପାୱାର କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଜାଗ ହେବା ଆବଶ୍ୟକ ବୋଲି ସାଧାରଣରେ ମାତପ୍ରକାଶ ପାଇଛି।

ପୂର୍ବରୁ ଭଲ ଥିଲା, ଟାଟା ପାୱାର ନେବା ପରେ ଘାଟା ହେଲା। ଟାଟା ପାୱାର ସେବା ଦେବାରେ ବିଫଳ ହୋଇଛି। କମ୍ପାନୀ କେବଳ ବିଲ ଆଦାୟରେ ବ୍ୟସ୍ତ ରହିଛି। ଘନଘନ ବିଦ୍ୟୁତ୍‌ କାଟ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି। ଏଥିପାଇଁ ଆଗାମୀ ଦିନରେ ଜନଆନ୍ଦୋଳନ ହେବାକୁ ଯାଉଛି।
-ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ଆଇନଜୀବୀ
ମାସକୁ ୨ରୁ ଅଢ଼େଇ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ ପ୍ରଦାନ କରୁଛୁ। ଏହାପରେ ବି ଘନଘନ ବିଦ୍ୟୁତ୍‌ କାଟ ହେବା ଦ୍ୱାରା ଜେନେରେଟରର ବ୍ୟବହାର କରିବାକୁ ପଡୁଛି। ଏଥିରେ ମାସକୁ ଅଧିକ ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଆର୍ଥିକ କ୍ଷତି ସହିବାକୁ ପଡୁଛି। ଯାହା ବ୍ୟବସାୟ ନିମନ୍ତେ ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଏଭଳି ପରିସ୍ଥିତି ରହିଲେ ଆଗକୁ ସୋଲାର ସିଷ୍ଟମ କରିବାକୁ ମନସ୍ତ କରୁଛୁ, ଯାହାକି ଖର୍ଚ୍ଚକାଟରେ ସହାୟକ ହେବ।
-ରବିନାରାୟଣ ପୁହାଣ, ବ୍ୟବସାୟୀ
ଟାଟା ପାୱାର ବିଦ୍ୟୁତ୍‌ ନିୟାମକ ଆୟୋଗ ନିକଟରେ ସହମତି ପ୍ରକାଶ କରିଛି ଯେ, ଏପ୍ରିଲଠାରୁ ଜୁନ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେବନାହିଁ। ହେଲେ ଏହାକୁ ଏଡ଼ାଇ ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ କରିବା ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି। ରାଜ୍ୟ ସରକାର ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଏହାର ତଦନ୍ତ କଲେ ଟାଟା ପାୱାରର ଅସଲ ରୂପ ପଦାରେ ପଡ଼ନ୍ତା।
-ବିଦ୍ୟାଧର ମହାନ୍ତି, ବିଶିଷ୍ଟ ଶ୍ରମିକ ନେତା
ନିୟମିତ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗ ପକ୍ଷରୁ ଅହରହ ଉଦ୍ୟମ କରାଯାଉଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ କରାଯାଉଛି। ଖୁବ୍‌ଶୀଘ୍ର ମରାମତି ଶେଷ କରାଯାଇ ବିଦ୍ୟୁତ୍‌ ସେବା ସ୍ବାଭାବିକ କରାଯିବ। -ପ୍ରମୋଦ କୁମାର ନାୟକ,
ଟାଟା ପାଓ୍ବାର ଯାଜପୁର ରୋଡ୍‌ ଡିଭିଜନର ନିର୍ବାହୀଯନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri