ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କ ଉପରେ ଦାଉ ସାଧୁଛି। ଚଳିତ ବର୍ଷ ଖରାଦିନେ ପାଓ୍ବାର କଟ୍‌ ହେବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟରେ ପାଓ୍ବାର କଟ୍‌ ଆହୁରି ବଢ଼ିଯାଇଛି। ସେହିପରି ବିଦ୍ୟୁତ୍‌ ବିଲ୍‌ ବାକି ଥିଲେ ମଧ୍ୟ ବିଦ୍ୟୁତ୍‌ କାଟିବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୂର୍ବରୁ ସମସ୍ତ ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏଠାରେ ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ପରେ ମଧ୍ୟ ଗ୍ରାହକଟିଏ ନିଜର ଅଧିକାର ପାଇବାରୁ ବଞ୍ଚତ୍ତ ହେଉଛି। ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାରେ ଟାଟା ପାଓ୍ବାର ଫେଲ୍‌ ମାରିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିଛି। ରାତି ଦିନ କିଛି ଠିକ୍‌ ନାହଁି ମନଇଚ୍ଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି। ଲୋକମାନେ ବର୍ତ୍ତମାନ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ତାଲା ପକାଇବା ସ୍ଥିତି ଉପୁଜିଲାଣି। କେତେକ ସ୍ଥାନରେ ଲୋ ଭୋଲ୍‌ଟେଜ ପାଇଁ କୁଲର୍‌, ଏସି ଦୂରର କଥା ପଙ୍ଖା ମଧ୍ୟ ଠିକ୍‌ ଭାବେ ଚାଲୁନାହିଁ। ବିଶେଷକରି ଖରା ସମୟରେ ବିଦ୍ୟୁତ୍‌ କାଟ ଯୋଗୁ ଗରମରେ ଘରେ ରହିପାରୁ ନାହାନ୍ତି କି ବାହାରକୁ ଯାଇପାରୁ ନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି କି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ତାଳପଡା ଓ ଆଖପାଖ ଅଞ୍ଚଳବାସୀ ଶନିବାର ଅଘୋଷିତ ବିଦ୍ୟୁତ କାଟ୍‌ର ପ୍ରତିବାଦ କରି ସୁରଙ୍ଗି ଗ୍ରାମସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇବା ସହ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଶକ୍ତିମନ୍ତ୍ରୀ କହିଛନ୍ତି, ପିକ୍‌ ଆଓ୍ବାରରେ ଅଧିକ ଓଭରଲୋଡିଂ ହେଉଥିବାରୁ ଟ୍ରାନ୍ସଫର୍‌ମର ଫେଲ୍‌ ମାରୁଛି। ତଥାପି ବିଦ୍ୟୁତ୍‌ କାଟ୍‌ କରିବାକୁ ନ କରିବାକୁ କୁହାଯାଇଛି। ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ସେହିପରି ଏଭଳି ପରିସ୍ଥିତି ପାଇଁ ଖୋଦ୍‌ ଶକ୍ତି ମନ୍ତ୍ରୀ ଓ ଶକ୍ତି ବିଶେଷଜ୍ଞ ଅତ୍ୟଧିକ ଏସି ବ୍ୟବହାରକୁ ଦାୟୀ କରିଛନ୍ତି। ତେବେ ପ୍ରତି ବର୍ଷ ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ବିଦ୍ୟୁତ୍‌ ବିତରଣ ସଂସ୍ଥା କାହିଁକି ଆଡଭାନ୍ସ ହୋଇପାରୁନାହିଁ ଏବଂ ସରକାର କାହିଁକି ଏନେଇ ପୂର୍ବରୁ ପଦକ୍ଷେପ ନେଉ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri