ଅପମିଶ୍ରିତ, ଭେଜାଲ ଖାଦ୍ୟ ହେଉଛି ପ୍ରସ୍ତୁତ, ଅଭିଯୋଗ କଲେ ଦୋକାନୀ ଦେଉଛନ୍ତି ଏଭଳି ଧମକ

ଗଞ୍ଜାମ,୯।୧(ବିଦ୍ୟାଧର ସାହୁ ): ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ଗଞ୍ଜାମ ସହରରେ ଅପମଶ୍ରିତ, ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ସହର ବଡ଼ ବଜାର ଠାରୁ ଆରମ୍ଭ କରି ସାନ ବଜାର ଓ ଆଖ ପାଖ ଅଞ୍ଚଳରେ ଛତୁ ଫୁଟିବା ଭଳି ହୋଟେଲ ଓ ବିଭିନ୍ନ ଫାଷ୍ଟ ଫୁଡ୍‌ ଦୋକାନ ଗଢି ଉଠିଛି । ଦୋକାନଗୁଡିକରେ ବିଭିନ୍ନ ଅପମିଶ୍ରିତ ଜିନିଷ ତେଲ ଓ ରାସାୟନିକ ରଙ୍ଗ ମିଶ୍ରଣ ସହ ଭେଜାଲ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅଧିକ ସ୍ବାଦିଷ୍ଟ ଓ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଦୋକାନୀମାନେ ଏହିଭଳି କରୁଥିବା ସହରରେ ଚର୍ଚ୍ଚା ହେଉଛି । ଫାଷ୍ଟ ଫୁଡ ଓ ଜଳଖିଆ ଦୋକାନ ଗୁଡିକରେ ତିଆରି ହେବା ପରେ ଖାଦ୍ୟ ସାମଗ୍ରୀକୁ ଘୋଡା ଯାଉନଥିବା ଯୋଗୁ ବିଭିନ୍ନ ସମୟରେ ଉକ୍ତ ଖାଦ୍ୟ ପଦାର୍ଥରେ ମାଛି ବସୁଛନ୍ତି । ଏଥିସହ ରାସ୍ତା କଡ଼ ଉଠା ଦୋକାନୀ ରାସ୍ତା ଦେଇ ଯାଉଥିବା ଗାଡି ଧୂଆଁ ଓ ଧୂଳି ଖାଦ୍ୟରେ ଲାଗୁଛି । ଉକ୍ତ ଖାଦ୍ୟକୁ ଖାଇବା ଦ୍ୱାରା ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଅଳ୍ପ ବୟସରେ ମୃତ୍ୟୁର କାରଣ ବୋଲି ଲୋକେ କୁହାକୁହି ହେଉଛନ୍ତି । ପ୍ରତି ମାସକୁ ଥରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ନିୟମ ଥିଲେ ମଧ୍ୟ ଏଠାକୁ ଖାଦ୍ୟର ମାନ ପରୀକ୍ଷଣ ପାଇଁ କେବେବି ସହରକୁ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ଯାଞ୍ଚ କରାଯାଉନି। ବାରମ୍ବାର ସେହି ତେଲରେ ବିଭିନ୍ନ ଖାଦ୍ୟ ଛଣା ଯାଉଛି। ଶୀତ ଦିନ ହୋଇଥିବା ହେତୁ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ଫାଷ୍ଟ ଫୁଡ ଦୋକାନୀ । ଏଥିପାଇଁ କିଛି ଉଠାଦୋକାନ ଗୁଡିକରେ ଜନଗହଳି ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । କୌଣସି ଲୋକ ଏନେଇ ଅଭିଯୋଗ କଲେ ଇଚ୍ଛା ହେଲେ ଖାଅ ନହେଲେ ଯାଅ କାହାକୁ କହୁଛ କୁହ ବୋଲି ଧମକ ମିଳୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଜିଲା ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗଞ୍ଜାମ ସହର ତଥା ନିକଟବର୍ତ୍ତୀ ଅଞ୍ଚଳ ଯାଇ ଖାଦ୍ୟର ମାନ ଯାଞ୍ଚ କରିବାକୁ ସହରବାସୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ୍‌ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣ ପଶିଲେ ଭାରତୀୟ ଖେଳାଳି

ମୁମ୍ବାଇ,୪।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପୂର୍ବରୁ, ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଆଶୀର୍ବାଦ ନେବାକୁ ଯାଇଥିଲେ। ମାର୍ଚ୍ଚ…

ଇରାନର ଧମକ ପରେ ଟ୍ରମ୍ପଙ୍କ ପାଲଟା ଆକ୍ରମଣ, ହୋର୍ମୁଜକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ହୋର୍ମୁଜ୍ ଷ୍ଟ୍ରେଟକୁ ବନ୍ଦ କରିବାର ଧମକ ସମ୍ପର୍କରେ ଏକ…

ଜଳିଲା କାଏମା ପାହାଡ: ନିଆଁ ଲଗାଇ ଚାଲିଗଲେ ଦୃର୍ବୁତ୍ତ ବନ ବିଭାଗର ଦାୟିତ୍ୱ ଉପରେ ଉଠିଲା ପ୍ରଶ

ଧର୍ମଶାଳା,୪।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଐତିହାସିକ କାଏମା ପାହାଡରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ଦୀର୍ଘ ସମୟ ଧରି ପାହାଡରେ…

ରକ୍ତରେ ହୋଲି ଖେଳିଲେ ସ୍ବାମୀ, ପ୍ରେମିକ ସହ ରହୁଥିବା ବେଳେ ସ୍ତ୍ରୀକୁ ହାଣି ହତ୍ୟା

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହିତ ରହୁଥିବା ବେଳେ ସ୍ବାମୀ ଯାଇ ହତ୍ୟା କରିଥିବା…

ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ…

ବାଥରୁମରେ ସନ୍ତାନ ଜନ୍ମ ଦେଲେ ୧୬ ବର୍ଷୀୟା ଛାତ୍ରୀ: ତା’ପରେ ଯାହା ଘଟିଲା, ଜାଣିଲେ ଫାଟିଯିବ କଲିଜା

ହାଇଦ୍ରାବାଦ୍‌,୪।୩: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଇଣ୍ଟରମିଡିଏଟ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣ, ଜାଣନ୍ତୁ କେତେ ଲାଗିଲା ଫାଇନ?

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ରାଞ୍ଚିର ରାଜକୁମାର, କ୍ୟାପ୍ଟେନ କୁଲ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣଣ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri