ଅପମିଶ୍ରିତ, ଭେଜାଲ ଖାଦ୍ୟ ହେଉଛି ପ୍ରସ୍ତୁତ, ଅଭିଯୋଗ କଲେ ଦୋକାନୀ ଦେଉଛନ୍ତି ଏଭଳି ଧମକ

ଗଞ୍ଜାମ,୯।୧(ବିଦ୍ୟାଧର ସାହୁ ): ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ଗଞ୍ଜାମ ସହରରେ ଅପମଶ୍ରିତ, ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ସହର ବଡ଼ ବଜାର ଠାରୁ ଆରମ୍ଭ କରି ସାନ ବଜାର ଓ ଆଖ ପାଖ ଅଞ୍ଚଳରେ ଛତୁ ଫୁଟିବା ଭଳି ହୋଟେଲ ଓ ବିଭିନ୍ନ ଫାଷ୍ଟ ଫୁଡ୍‌ ଦୋକାନ ଗଢି ଉଠିଛି । ଦୋକାନଗୁଡିକରେ ବିଭିନ୍ନ ଅପମିଶ୍ରିତ ଜିନିଷ ତେଲ ଓ ରାସାୟନିକ ରଙ୍ଗ ମିଶ୍ରଣ ସହ ଭେଜାଲ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅଧିକ ସ୍ବାଦିଷ୍ଟ ଓ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଦୋକାନୀମାନେ ଏହିଭଳି କରୁଥିବା ସହରରେ ଚର୍ଚ୍ଚା ହେଉଛି । ଫାଷ୍ଟ ଫୁଡ ଓ ଜଳଖିଆ ଦୋକାନ ଗୁଡିକରେ ତିଆରି ହେବା ପରେ ଖାଦ୍ୟ ସାମଗ୍ରୀକୁ ଘୋଡା ଯାଉନଥିବା ଯୋଗୁ ବିଭିନ୍ନ ସମୟରେ ଉକ୍ତ ଖାଦ୍ୟ ପଦାର୍ଥରେ ମାଛି ବସୁଛନ୍ତି । ଏଥିସହ ରାସ୍ତା କଡ଼ ଉଠା ଦୋକାନୀ ରାସ୍ତା ଦେଇ ଯାଉଥିବା ଗାଡି ଧୂଆଁ ଓ ଧୂଳି ଖାଦ୍ୟରେ ଲାଗୁଛି । ଉକ୍ତ ଖାଦ୍ୟକୁ ଖାଇବା ଦ୍ୱାରା ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଅଳ୍ପ ବୟସରେ ମୃତ୍ୟୁର କାରଣ ବୋଲି ଲୋକେ କୁହାକୁହି ହେଉଛନ୍ତି । ପ୍ରତି ମାସକୁ ଥରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ନିୟମ ଥିଲେ ମଧ୍ୟ ଏଠାକୁ ଖାଦ୍ୟର ମାନ ପରୀକ୍ଷଣ ପାଇଁ କେବେବି ସହରକୁ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ଯାଞ୍ଚ କରାଯାଉନି। ବାରମ୍ବାର ସେହି ତେଲରେ ବିଭିନ୍ନ ଖାଦ୍ୟ ଛଣା ଯାଉଛି। ଶୀତ ଦିନ ହୋଇଥିବା ହେତୁ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ଫାଷ୍ଟ ଫୁଡ ଦୋକାନୀ । ଏଥିପାଇଁ କିଛି ଉଠାଦୋକାନ ଗୁଡିକରେ ଜନଗହଳି ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । କୌଣସି ଲୋକ ଏନେଇ ଅଭିଯୋଗ କଲେ ଇଚ୍ଛା ହେଲେ ଖାଅ ନହେଲେ ଯାଅ କାହାକୁ କହୁଛ କୁହ ବୋଲି ଧମକ ମିଳୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଜିଲା ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗଞ୍ଜାମ ସହର ତଥା ନିକଟବର୍ତ୍ତୀ ଅଞ୍ଚଳ ଯାଇ ଖାଦ୍ୟର ମାନ ଯାଞ୍ଚ କରିବାକୁ ସହରବାସୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଜିଲାସ୍ତରୀୟ ନୌକା-ତୀର ଚାଳନା ପ୍ରତିଯୋଗିତାରେ ବ୍ୟାପକ ଅବ୍ୟବସ୍ଥା: ମଞ୍ଚ ତ୍ୟାଗ କଲେ ଜନପ୍ରତିନିଧି, ପ୍ରଶାସନିକ ଏକଚାଟିଆ… 

ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

ବେଆଇନ ଭାବେ ବିକୁଥିଲେ ମଦ: ଅଚାନକ ଚଢ଼ାଉ କରି ଜଣଙ୍କୁ ବାନ୍ଧିବା ସହ ବିପୁଳ…

ଛତ୍ରପୁର,୯।୧( ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନରେ କିଛି ଦିନ ହେଲା ବେଆଇନ ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା...

ଅତର ଭାଟିରୁ ଚୋରି, ୫ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା…

ଛତ୍ରପୁର,୯ା୧(ଦିଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଅଞ୍ଚଳର ଏକ ଅତର ଭାଟିରୁ ଚୋରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ...

ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ...

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri