Categories: ବାଣିଜ୍ୟ

ୟୁଏନ୍‌ଏସ୍‌ଏଟିର ୨ୟ ସଂସ୍କରଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର,୩ା୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବା ଟେଷ୍ଟ ପ୍ଲାଟ୍‌ଫର୍ମ ଅନ୍‌ ଏକାଡେମିର ଜାତୀୟସ୍ତରର ପରୀକ୍ଷା ‘ଅନ୍‌ଏକାଡେମି ନ୍ୟାଶନାଲ ସ୍କଲାରଶିପ ଆଡମିଶନ ଟେଷ୍ଟ (ୟୁଏନ୍‌ଏସ୍‌ଏଟି) ର ୨ୟ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର ୮ ରୁ ଅକ୍ଟୋବର ୧୫ ମଧ୍ୟରେ ଭାରତର ୬୪ଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବ। ଏପରିକି ୟୁଏନ୍‌ଏସ୍‌ଏଟି ପରୀକ୍ଷା ଏନ୍‌ଇଇଟି-ୟୁଜି, ଆଇଆଇଟି-ଜେଇଇ ଏବଂ ଫାଉଣ୍ଡେଶନ (୯ମରୁ ଦ୍ୱାଦଶ) ପାଠ୍ୟକ୍ରମର ସମସ୍ତ ଶିକ୍ଷାର୍ଥୀ ଦେଇପାରିବେ। ୟୁଏନ୍‌ଏସ୍‌ଏଟି ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ସେମାନଙ୍କର ଇଚ୍ଛାକୃତ ପାଠ୍ୟକ୍ରମରେ ନିୟୋଜିତ କରିବାକୁ ସକ୍ଷମ କରିବା ପାଇଁ ଅନ୍‌ଏକାଡେମିର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଆଧାରକରି, ଆବେଦନକାରୀମାନେ ଅନ୍‌ଲାଇନ୍‌ ସବ୍‌ସ୍କ୍ରିପସନ୍‌ ଏବଂ ଅନାକେଡେମି କେନ୍ଦ୍ରରେ ନାମଲେଖା ଉପରେ ୧୦୦% ସ୍କଲାରଶିପ୍‌ ପାଇବାକୁ ଯୋଗ୍ୟ ହେବେ।
ଏହି ପରୀକ୍ଷା ଆସନ୍ତା ୮ ଏବଂ ୧୫ ଅକ୍ଟୋବରରେ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହେବ। ଯେଉଁମାନେ ଅନ୍‌ଲାଇନ୍‌ ମୋଡ୍‌ ବାଛନ୍ତି ସେମାନେ ଘରୁ ପରୀକ୍ଷା ଦେଇପାରିବେ ଏବଂ ଅଫ୍‌ଲାଇନ୍‌ ମୋଡ୍‌ ବାଛିଥିବା ଆବେଦନକାରୀମାନେ ପରୀକ୍ଷା ଦିନ ସେମାନଙ୍କର ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ଏହାଛଡ଼ା ଅଧିକରୁ ଅଧିକ ଶିକ୍ଷାର୍ଥୀଙ୍କୁ ଉପକୃତ କରିବା ପାଇଁ ୧୨ ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ କିଛି ବିଦ୍ୟାଳୟର ସହଯୋଗରେ ସେମାନଙ୍କ ପରିସରରେ ଅନ୍‌ଏକାଡେମି ନ୍ୟାଶନାଲ ସ୍କଲାରଶିପ୍‌ ଆଡମିଶନ ପରୀକ୍ଷା ଅନୁଷ୍ଠିତ ହେବ। ଅଫ୍‌ଲାଇନରେ ପରୀକ୍ଷା ଦେଉଥିବା ଆବେଦନକାରୀମାନଙ୍କ ପାଇଁ ସମସ୍ତ ପ୍ରଯୁଜ୍ୟ ବିବରଣୀ ସହ ଆଡମିଟ୍‌ କାର୍ଡ ଇମେଲ୍‌ ମାଧ୍ୟମରେ ପ୍ରଦାନ କରାଯିବ ଏବଂ ଫଳାଫଳ ଚଳିତ ବର୍ଷ ଅକ୍ଟୋବର ୨୧ରେ ଘୋଷଣା କରାଯିବ।

Share