ଚୋରା ଚାଲାଣ ରୋକିପାରୁନି ଅବକାରୀ ବିଭାଗ, ରାଜସ୍ବ ଆଦାୟରେ ଖୁସ୍‌

ଭବାନୀପାଟଣା,୧ା୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଦେଶୀ ଓ ବିଦେଶୀ ମଦର ଚାହିଦା ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି। ଜିଲାର ମୁଖ୍ୟାଳୟ ହେଉ ଅବା ଗାଁ ଯୁଆଡେ ଆଖି ବୁଲାଇଲେ ମଦ ମିଳିବା ସହଜ ହୋଇଯାଉଛି। ସବୁଠାରୁ ରୋଚକପୂର୍ଣ୍ଣ କଥା ହେଲା ମଦ ପିଉଥିବା ବ୍ୟକ୍ତି ଟିକେ ଦୂରକୁ ଯାଇ ସରକାରୀ ଭାଟି କିମ୍ବା ବିଦେଶୀ ମଦ ଦୋକାନରୁ ମଦ ଆଣି ପିଇବା ଅପେକ୍ଷା ହାତପାଆନ୍ତାରେ ମଦ କିଣିବାକୁ ପସନ୍ଦ କରୁଛନ୍ତି। ତେଣୁ କୋଚିଆ ହୁଅନ୍ତୁ କି ଚୋରା ମଦବେପାରୀଙ୍କୁ ଧରି ସାବାଡ଼ କରିବା ସମ୍ଭବ ହେଉନାହିଁ ବୋଲି ଖୋଦ ଅବକାରୀ ଅଧୀକ୍ଷକ ରଞ୍ଜନ ନାୟକ ମତ ରଖିଛନ୍ତି।
ଜିଲାରେ ମଦ ବେପାରରେ କିଛି ନୀତିନିୟମ ରହିଥିବା ଅନୁଭବ ହେଉନାହିଁ। କେଉଁଠି ନକଲି ମଦର କାରଖାନା ଚାଲୁଛି ତ କିଏ ବିଲ ନ ଦେଇ ମଦ ବିକ୍ରି କରୁଛି। ବିକ୍ରିବଟାରେ କୌଣସି ଅଙ୍କୁଶ ନାହିଁ। ତଥାପି ଏହି ଜିଲା କ୍ରମାଗତ ଭାବେ ଅବକାରୀ ରାଜସ୍ବ ଆଦାୟରେ ରେକର୍ଡ ସୃଷ୍ଟି କରିଆସୁଛି। ୨୦୧୯ରେ ସରକାରଙ୍କ ଅବକାରୀ ବିଭାଗ କଳାହାଣ୍ଡି ପାଇଁ ୪୨କୋଟି ଟଙ୍କାର ଟାର୍ଗେଟ ଦେଇଥିଲେ। ହେଲେ ରାଜସ୍ବ ଆଦାୟ ହୋଇଥିଲା ୪୩କୋଟିରୁ ଊଦ୍ଧର୍‌ବ ଟଙ୍କା। ଚଳିତ ଆର୍ଥିକବର୍ଷ ପାଇଁ ଟାର୍ଗେଟ ୭୪ କୋଟି ଥିବାବେଳେ ଜାନୁଆରୀ ସୁଦ୍ଧା ୫୮କୋଟି ଟଙ୍କା ଆଦାୟ ସରିଛି। ମାର୍ଚ୍ଚ ଶେଷରେ ରାଜସ୍ବ ୭୮କୋଟିରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ଅଧିକାରୀ ଜଣାଇଛନ୍ତି। କଳାହାଣ୍ଡି ଏକ କୃଷିପ୍ରଧାନ ଜିଲା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ମଦର ବହୁଳ ବିକ୍ରି ଦ୍ୱାରା ଟାର୍ଗେଟଠାରୁ କେବଳ ରାଜସ୍ବ ଆଦାୟ ବୃଦ୍ଧି ହେଉଛି ତା’ ନୁହେଁ; ହିଂସାକାଣ୍ଡ, ଦୁର୍ଘଟଣା ଓ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି କରିଚାଲିଛି। ଜିଲାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୧୫୦ରୁ ଊର୍ଦ୍ଧ୍ୱ ମୁଣ୍ଡ ଗଡୁଛି। ମଦ ପିଇ ଗାଡି ଚାଳନା ହିଁ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବା କୁହାଯାଉଛି। ଅବକାରୀ ମାନୁଆଲକୁ ଭିତ୍ତି କରି ନିୟମାନୁସାରେ କାର୍ଯ୍ୟ କରାଯାଉନି। ଜିଲାରେ ଅନ-ସପ୍‌ ୨୨ଟି ଥିବାବେଳେ ଅଫ୍‌-ସପ୍‌ ୩୪ଟି ରହିଛି। ନିୟମାନୁଯାୟୀ ମଦ ବିକ୍ରି ପରେ ବିଲ ଦିଆଯିବା କଥା। ତାହା କାଁ ଭାଁ କେଉଁଠି ଦିଆଯାଉଥିବା ବେଳେ ଅନ୍ୟଠି ବିଲ ଆଦୌ ଦିଆଯାଉନାହିଁ। ବିଦେଶୀ ମଦକୁ ବାଦ୍‌ ଦେଲେ ଭବାନୀପାଟଣା ସହରରେ ପାନ ଦୋକାନ, ଗଳିକନ୍ଦିରେ ଦେଶୀ ମଦ ବିକ୍ରି କରାଯାଉଛି। ଜିଲାର ୧୩ଟି ବ୍ଲକରେ ଦେଶୀ ମଦ ବିକ୍ରି ବୃଦ୍ଧି ପାଇଛି। ଚୋରାରେ ରନ୍ଧା ମଦ ପ୍ରସ୍ତୁତ କରାଯାଉଛି। ଅବକାରୀ ବିଭାଗ ଅକସ୍ମାତ କୌଣସି ସୂଚନା ପାଇଲେ ଚଢ଼ାଉ କରି ଦେଶୀ ରନ୍ଧା ମଦ ଜବତ କରିବା ସହ ପୋଚ ନଷ୍ଟ କରି କେବଳ ଦାୟିତ୍ୱ ତୁଲାଉଛି। ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ୨୨୪୭ଟି ଅବକାରୀ ମାମଲା ହୋଇଥିବାବେଳେ ୧୬୨୧ ଜଣଙ୍କୁ ଗିରଫ କରାଯାଇଛି। ୫୭୧୯୧୦ କେଜି ପୋଚ, ବେଆଇନ ରନ୍ଧା ମଦ ୩୮୯୨୭ ଲିଟର, ବେଆଇନ ସରକାରୀ ଦେଶୀ ମଦ ୮୦୧୬ ଲିଟର ଜବତ ହୋଇଛି। କିନ୍ତୁ ନକଲି ମଦ ବହୁଳ ଭାବେ ପ୍ରସ୍ତୁତ ଚାଲିଥିବା ସତ୍ତ୍ୱେ ଧରାପଡିଛି କେବଳ ୧୧୧ ଲିଟର। ସପ୍ତାହେ ପୂର୍ବେ ମୁଖିଗୁଡ଼ାର ନକଲି ମଦର କାରଖାନା ଉପରେ ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଧରାପଡିଥିଲା। ଜିଲାରେ ନକଲି ମଦ ଓ ଗଳିକନ୍ଦିରେ ଯେଉଁଭଳି ମଦ ବିକ୍ରି ଚାଲିଛି ସେଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri