ଚୋରା ଚାଲାଣ ରୋକିପାରୁନି ଅବକାରୀ ବିଭାଗ, ରାଜସ୍ବ ଆଦାୟରେ ଖୁସ୍‌

ଭବାନୀପାଟଣା,୧ା୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଦେଶୀ ଓ ବିଦେଶୀ ମଦର ଚାହିଦା ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି। ଜିଲାର ମୁଖ୍ୟାଳୟ ହେଉ ଅବା ଗାଁ ଯୁଆଡେ ଆଖି ବୁଲାଇଲେ ମଦ ମିଳିବା ସହଜ ହୋଇଯାଉଛି। ସବୁଠାରୁ ରୋଚକପୂର୍ଣ୍ଣ କଥା ହେଲା ମଦ ପିଉଥିବା ବ୍ୟକ୍ତି ଟିକେ ଦୂରକୁ ଯାଇ ସରକାରୀ ଭାଟି କିମ୍ବା ବିଦେଶୀ ମଦ ଦୋକାନରୁ ମଦ ଆଣି ପିଇବା ଅପେକ୍ଷା ହାତପାଆନ୍ତାରେ ମଦ କିଣିବାକୁ ପସନ୍ଦ କରୁଛନ୍ତି। ତେଣୁ କୋଚିଆ ହୁଅନ୍ତୁ କି ଚୋରା ମଦବେପାରୀଙ୍କୁ ଧରି ସାବାଡ଼ କରିବା ସମ୍ଭବ ହେଉନାହିଁ ବୋଲି ଖୋଦ ଅବକାରୀ ଅଧୀକ୍ଷକ ରଞ୍ଜନ ନାୟକ ମତ ରଖିଛନ୍ତି।
ଜିଲାରେ ମଦ ବେପାରରେ କିଛି ନୀତିନିୟମ ରହିଥିବା ଅନୁଭବ ହେଉନାହିଁ। କେଉଁଠି ନକଲି ମଦର କାରଖାନା ଚାଲୁଛି ତ କିଏ ବିଲ ନ ଦେଇ ମଦ ବିକ୍ରି କରୁଛି। ବିକ୍ରିବଟାରେ କୌଣସି ଅଙ୍କୁଶ ନାହିଁ। ତଥାପି ଏହି ଜିଲା କ୍ରମାଗତ ଭାବେ ଅବକାରୀ ରାଜସ୍ବ ଆଦାୟରେ ରେକର୍ଡ ସୃଷ୍ଟି କରିଆସୁଛି। ୨୦୧୯ରେ ସରକାରଙ୍କ ଅବକାରୀ ବିଭାଗ କଳାହାଣ୍ଡି ପାଇଁ ୪୨କୋଟି ଟଙ୍କାର ଟାର୍ଗେଟ ଦେଇଥିଲେ। ହେଲେ ରାଜସ୍ବ ଆଦାୟ ହୋଇଥିଲା ୪୩କୋଟିରୁ ଊଦ୍ଧର୍‌ବ ଟଙ୍କା। ଚଳିତ ଆର୍ଥିକବର୍ଷ ପାଇଁ ଟାର୍ଗେଟ ୭୪ କୋଟି ଥିବାବେଳେ ଜାନୁଆରୀ ସୁଦ୍ଧା ୫୮କୋଟି ଟଙ୍କା ଆଦାୟ ସରିଛି। ମାର୍ଚ୍ଚ ଶେଷରେ ରାଜସ୍ବ ୭୮କୋଟିରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ଅଧିକାରୀ ଜଣାଇଛନ୍ତି। କଳାହାଣ୍ଡି ଏକ କୃଷିପ୍ରଧାନ ଜିଲା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ମଦର ବହୁଳ ବିକ୍ରି ଦ୍ୱାରା ଟାର୍ଗେଟଠାରୁ କେବଳ ରାଜସ୍ବ ଆଦାୟ ବୃଦ୍ଧି ହେଉଛି ତା’ ନୁହେଁ; ହିଂସାକାଣ୍ଡ, ଦୁର୍ଘଟଣା ଓ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି କରିଚାଲିଛି। ଜିଲାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୧୫୦ରୁ ଊର୍ଦ୍ଧ୍ୱ ମୁଣ୍ଡ ଗଡୁଛି। ମଦ ପିଇ ଗାଡି ଚାଳନା ହିଁ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବା କୁହାଯାଉଛି। ଅବକାରୀ ମାନୁଆଲକୁ ଭିତ୍ତି କରି ନିୟମାନୁସାରେ କାର୍ଯ୍ୟ କରାଯାଉନି। ଜିଲାରେ ଅନ-ସପ୍‌ ୨୨ଟି ଥିବାବେଳେ ଅଫ୍‌-ସପ୍‌ ୩୪ଟି ରହିଛି। ନିୟମାନୁଯାୟୀ ମଦ ବିକ୍ରି ପରେ ବିଲ ଦିଆଯିବା କଥା। ତାହା କାଁ ଭାଁ କେଉଁଠି ଦିଆଯାଉଥିବା ବେଳେ ଅନ୍ୟଠି ବିଲ ଆଦୌ ଦିଆଯାଉନାହିଁ। ବିଦେଶୀ ମଦକୁ ବାଦ୍‌ ଦେଲେ ଭବାନୀପାଟଣା ସହରରେ ପାନ ଦୋକାନ, ଗଳିକନ୍ଦିରେ ଦେଶୀ ମଦ ବିକ୍ରି କରାଯାଉଛି। ଜିଲାର ୧୩ଟି ବ୍ଲକରେ ଦେଶୀ ମଦ ବିକ୍ରି ବୃଦ୍ଧି ପାଇଛି। ଚୋରାରେ ରନ୍ଧା ମଦ ପ୍ରସ୍ତୁତ କରାଯାଉଛି। ଅବକାରୀ ବିଭାଗ ଅକସ୍ମାତ କୌଣସି ସୂଚନା ପାଇଲେ ଚଢ଼ାଉ କରି ଦେଶୀ ରନ୍ଧା ମଦ ଜବତ କରିବା ସହ ପୋଚ ନଷ୍ଟ କରି କେବଳ ଦାୟିତ୍ୱ ତୁଲାଉଛି। ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ୨୨୪୭ଟି ଅବକାରୀ ମାମଲା ହୋଇଥିବାବେଳେ ୧୬୨୧ ଜଣଙ୍କୁ ଗିରଫ କରାଯାଇଛି। ୫୭୧୯୧୦ କେଜି ପୋଚ, ବେଆଇନ ରନ୍ଧା ମଦ ୩୮୯୨୭ ଲିଟର, ବେଆଇନ ସରକାରୀ ଦେଶୀ ମଦ ୮୦୧୬ ଲିଟର ଜବତ ହୋଇଛି। କିନ୍ତୁ ନକଲି ମଦ ବହୁଳ ଭାବେ ପ୍ରସ୍ତୁତ ଚାଲିଥିବା ସତ୍ତ୍ୱେ ଧରାପଡିଛି କେବଳ ୧୧୧ ଲିଟର। ସପ୍ତାହେ ପୂର୍ବେ ମୁଖିଗୁଡ଼ାର ନକଲି ମଦର କାରଖାନା ଉପରେ ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଧରାପଡିଥିଲା। ଜିଲାରେ ନକଲି ମଦ ଓ ଗଳିକନ୍ଦିରେ ଯେଉଁଭଳି ମଦ ବିକ୍ରି ଚାଲିଛି ସେଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri