Categories: ଫୁରସତ

ରାସ୍ତା ନ ଛାଡିବାରୁ ମେଣ୍ଢାପଲଙ୍କ ଉପରେ ଚଢ଼ି ଚାଲିଗଲା କୁକୁର

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ମେଣ୍ଢାପଲଙ୍କ ଉପରେ କୁକୁର ଚଢ଼ି ଚାଲିଯାଇଥିବା ଦେଖିବାକୁ ମିଳୁଛି। ରାସ୍ତାରେ ଏତେ ମେଣ୍ଢା ଥିଲେଯେ, କୁକୁରକୁ ରାସ୍ତା ନ ଦେବାରୁ ସେ ସେମାନଙ୍କ ଉପରେ ଚଢ଼ି ପଳାଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share