ଜେଲ୍‌ରୁ ଖଲାସ ହୋଇ ଫେରି ପାରିଲେନି ଘରକୁ

ଚୌଦ୍ୱାର,୯ା୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ମଣ୍ଡଳ କାରାଗାର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଆଜୀବନ ସଜା କାଟୁଥିବା କଏଦୀ ବୁଧବାର ସାରେ ମୁକୁଳିବା ପରେ ରାତିସାରା ଜେଲ ପରିସର ବାହାରେ ରାତି କଟାଇଛନ୍ତି। ୨ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ଆଉ ଜଣେ ଗୁରୁବାର ସକାଳେ କଟକ ବଡମେଡିକାଲକୁ ଏକ ଏନଜିଓ ମାଧ୍ୟମରେ ପଠାଯାଇଛି। ପ୍ରଶ୍ନଉଠୁଛି ଏଠାରେ ଯଦି ରାତି ଭିତରେ ୨ଜଣଙ୍କ ସହ କିଛି ଅଘଟଣ ଘାଟିଥାନ୍ତା କିଏ ଦାୟୀ ରହିଥାନ୍ତା। ଏ ନେଇ ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଶୁଭକାନ୍ତ ମିଶ୍ରଙ୍କୁ ପଚାରିବାରୁ ବୁଧବାର ୬ଜଣ ଆଜୀବନ ସଜା କାଟୁଥିବା କଏଦୀମାନଙ୍କୁ ଖଲାସ କରାଯାଇଥିଲା। ଉକ୍ତ କାଏଦୀମାନଙ୍କର ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା କିନ୍ତୁ ଏହି ୨ ଜଣଙ୍କ ପରିବାର ଲୋକେ କରୋନା କଟକଣା ପାଇଁ ଏମାନଙ୍କୁ ନେବାକୁ ଆସି ନ ଥିଲେ। ଗୁରୁବାର ସକାଳେ ଜେଲ କର୍ତ୍ତୃପକ୍ଷ ଏନେଇ ଚୌଦ୍ୱାର ପୋଲିସକୁ ଖବର ଦେଲାପରେ ପୋଲିସ ପକ୍ଷରୁ ଏକ ଏନ୍‌ଜିଓ ସହାୟତାରେ ୨ଜଣଙ୍କୁ ମେଡିକାଲ ପଠାଯାଇଥିବା ସୂଚନା ଦେଇଛନ୍ତି।