ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି ହୋଟେଲ ଏବଂ ଉଠାଦୋକାନୀଙ୍କ ଉପରେ ପଡିଛି। ସିଲିଣ୍ଡର ମିଳୁ ନ ଥିବା ଏବଂ କଳାବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବାରୁ ଏହାମଧ୍ୟରେ କିଛି ହୋଟେଲ ବନ୍ଦ ହୋଇଯାଇଛି। କିଛି ହୋଟେଲ କାଠ ଓ କୋଇଲା ଚୁଲାକୁ ଫେରି ଯାଇଛନ୍ତି। ଏଭଳି ସମୟରେ ବଲାଙ୍ଗୀର ସହରର ଜଣେ ହୋଟେଲ ମାଲିକ ନିଜ ବୁଦ୍ଧି ଏବଂ ଜ୍ଞାନ ପ୍ରୟୋଗ କରି ଏକ ବିକଳ୍ପ ଚୁଲା ‘ଜେଟ୍‌ ଷ୍ଟୋଭ’ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି। ଏହି ଚୁଲା ପୋଡା ମୋବିଲ ଏବଂ ଡିଜେଲ ମିଶ୍ରିତ ତେଲରେ ଚାଲୁଛି। ଏହା ଏଲ୍‌ପିଜି ଠାରୁ ଢ଼େର ଶସ୍ତା ଏବଂ ଅଧିକ ଭଲ ବୋଲି ହୋଟେଲ ମାଲିକ ଜଣକ କହିଛନ୍ତି।
ବଲାଙ୍ଗୀର ସହର ବିକ୍ରମ ଛକରୁ ରେଲୱେ ଷ୍ଟେଶନ ରାସ୍ତାରେ ରହିଛି ରଘୁ ହୋଟେଲ। ଏହି ହୋଟେଲର ମାଲିକ ସରୋଜ କୁମାର ସାହୁ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ନିଜେ ଏକ ‘ଜେଟ୍‌ ଷ୍ଟୋଭ’ ତିଆରି କରି ସେଥିରେ ହୋଟେଲ ଚଳାଉଛନ୍ତି। ସରୋଜ କହିଛନ୍ତି, ସିଲିଣ୍ଡର ନ ମିଳିବାରୁ ସେ ଚିନ୍ତାରେ ପଡିଥିଲେ। ହୋଟେଲ ବନ୍ଦ ହୋଇଯିବା ଭୟ ତାଙ୍କୁ ଘାରିଥିଲା। ତେବେ ଏହି ଭୟ ଓ ଚିନ୍ତା ତାଙ୍କୁ ବିକଳ୍ପ ଚୁଲା ତିଆରି ପାଇଁ ପ୍ରେରଣା ଯୋଗାଇଥିଲା। ୟୁଟ୍ୟୁବ୍‌ରେ ବିକଳ୍ପ ଇନ୍ଧନ ଏବଂ ରନ୍ଧନ ଚୁଲା ଖୋଜୁ ଖୋଜୁ କମ୍‌ କାଠରେ ଚାଲୁଥିବା କିଛି ଚୁଲା ଦେଖିବାକୁ ପାଇଥିଲେ।
ଏହାପରେ ସେ ଘରେ ଥିବା ଏକ ଲୁହାର ହେମ ଦସ୍ତାକୁ ନେଇ ଏହା ମଝିରେ ସେ ନିଜେ ତିଆରି କରିଥିବା ଏକ ସ୍ବତନ୍ତ୍ର ବର୍ଣ୍ଣରକୁ ୱେଲଡିଂ କରିବାକୁ ଗ୍ୟାରେଜ୍‌ବାଲାଙ୍କୁ କହିଥିଲେ। ଏହି ସ୍ବତନ୍ତ୍ର ଚୁଲା ପ୍ରସ୍ତୁତ କରିବା ପରେ ସେଇ ବର୍ଣ୍ଣରକୁ ଡିଜେଲ ମିଶ୍ରିତ ପୋଡା ମୋବିଲ ଆସିବା ପାଇଁ ଏକ ସ୍ବତନ୍ତ୍ର ପାଇପ୍‌ ଏବଂ ପୋଡା ମୋବିଲ ରହିବା ଟାଙ୍କି ପ୍ରସ୍ତୁତ କରିଥିଲେ। ବର୍ଣ୍ଣର ତଳକୁ ଏକ ଭେକ୍ୟୁମ୍‌ ପାଇପ ଲଗାଇ ଏୟାର ଥ୍ରୋ ବ୍ୟବସ୍ଥା କରିଥିଲେ। ପୋଡା ମୋବିଲ ରହିଥିବା ଟାଙ୍କିରୁ ବର୍ଣ୍ଣରକୁ ଡିଜେଲ ମିଶ୍ରିତ ପୋଡା ମୋବିଲ ପାସ୍‌ କରିବା ପରେ ବର୍ଣ୍ଣର ଉପରେ ଦିଆସିଲି ଜଳାଇ ଅଗ୍ନିସଂଯୋଗ କରାଯାଉଛି। ଏହାପରେ ଇଲେକ୍ଟ୍ରିରେ ଚାଲୁଥିବା ଭେକ୍ୟୁମ୍‌ ମେଶିନକୁ ଅନ୍‌ କରିବା ପରେ ଏହି ଚୁଲା ଗ୍ୟାସ ବର୍ଣ୍ଣରଠାରୁ ଅଧିକ କ୍ଷୀପ୍ର ଗତିରେ ଜଳିଉଠୁଛି। ଏହି ଚୁଲାର ନାଁ ସେ ନିଜେ ‘ଜେଟ ଷ୍ଟୋଭ’ ଦେଇଛନ୍ତି। ଏଥିରେ ଗତ ୩/୪ ଦିନ ହେଲା ସରୋଜ ତାଙ୍କର ହୋଟେଲ ସୁରୁଖୁରୁରେ ଚଳାଉଥିବା କହିଛନ୍ତି। ଗୋଟିଏ ଦିନର ମଧ୍ୟାହ୍ନ ଏବଂ ରାତ୍ର ଭୋଜନ ପ୍ରସ୍ତୁତ କରିବା ପାଇଁ ପ୍ରାୟ ଅଢ଼େଇ ଲିଟର ଡିଜେଲ ଏବଂ ୫ ଲିଟର ପୋଡା ମୋବିଲର ଆବଶ୍ୟକତା ପଡୁଛି। ଏଥିପାଇଁ ତାଙ୍କୁ ଦୈନିକ ୪୦୦ରୁ ୫ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ପୂର୍ବରୁ ଏଲପିଜି ସିଲିଣ୍ଡରରେ ତାଙ୍କୁ ଦୈନିକ ପ୍ରାୟ ୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଏବେ ପ୍ରାୟ ଅଧା ଟଙ୍କାରେ ତାଙ୍କର ହୋଟେଲ ସୁରୁଖୁରୁରେ ଚାଲୁଛି ବୋଲି ସେ କହିଛନ୍ତି। ତେବେ ମାର୍କେଟରୁ ପୋଡା ମୋବିଲ ସଂଗ୍ରହ କରିବାକୁ ତାଙ୍କୁ ଟିକେ ଅତିରିକ୍ତ ପରିଶ୍ରମ କରିବାକୁ ପଡୁଛି ବୋଲି ସେ କହିଛନ୍ତି। ସରୋଜ କହିଛନ୍ତି, ଯେଉଁ ଜ୍ଞାନ କୌଶଳ ପ୍ରୟୋଗ କରି ସେ ଏହି ଚୁଲା ତିଆରି କରିଛନ୍ତି ତାକୁ ଆହୁରି ଅଧିକ ଉନ୍ନତି କରିବେ ଏବଂ ଉକ୍ତ ଫମୁର୍ଲାକୁ ସେ ପେଟେଣ୍ଟ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହାହେଲେ ଅଳ୍ପ ଇନ୍ଧନରେ ଲୋକ ଘରେ ଏବଂ ହୋଟେଲରେ ଏହାକୁ ବ୍ୟବହାର କରିପାରିବେ ବୋଲି ସେ ଆଶା ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri