ସ୍ବାମୀଙ୍କ ମାଡ଼ ସହି ନ ପାରି ଘର ଛାଡ଼ିଲେ ସ୍ତ୍ରୀ

ରସୁଲପୁର,୧୧ା୭(ରଞ୍ଜିତ ରାଉତ): ସ୍ବାମୀଙ୍କ ମାଡ଼ ସହ୍ୟ କରି ନ ପାରି ସ୍ବୀ ଘର ଛାଡ଼ିଛନ୍ତି। ଏଥିସହିତ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ସେ ୧୦ କି.ମି. ଊର୍ଦ୍ଧ୍ୱ ରାସ୍ତା ଚାଲିଚାଲି ଆସିଛନ୍ତି। ଏଭଳି ଘଟଣା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଞ୍ଚାୟତ କୃଷ୍ଣପଡା ଗ୍ରାମରେ ଘଟିଛି। ଗ୍ରାମର ଆଲୋକ ବେହେରା ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ଟିକିଲି ଓରଫ୍‌ ଇପ୍ସିତା ପ୍ରିୟଦର୍ଶିନୀ ବେହେରାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।
ଢେଙ୍କାନାଳ ଜିଲା ଭୁବନ ଗ୍ରାମର ମହିଳା ଟିକିଲିଙ୍କ ଅଭିଯୋଗ ମୁତାବାକ, ୫ବର୍ଷ ତଳେ ସେ କୃଷ୍ଣପଡ଼ା ଗ୍ରାମର ଅଲୋକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ପୁଅ ରହିଛି। ହେଲେ ଅଲୋକ ବିନା କାରଣରେ ତାଙ୍କୁ ନାନା ସମୟରେ ମାରଧର କରୁଛନ୍ତି। ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରୁଛନ୍ତି। ଶରୀରର ସମ୍ବେଦନଶୀଳ ଅଂଶକୁ ମାଡ ମାରିବାକୁ ପଛାଉନାହାନ୍ତି। ଏଭଳି ବାରମ୍ବାର ମାରଧରକୁ ସହ୍ୟ କରି ନ ପାରି ସୋମବାର ଅପରାହ୍ନରେ ଟିକିଲି ଘରୁ ପଳାଇ ଆସିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ଆସି ୧୦ କି.ମି.ରୁ ଊର୍ଦ୍ଧ୍ୱ ଚାଲିବା ପରେ ଥାନା ନ ପାଇ ଭୋଟକା ପଞ୍ଚାୟତର ବଣିଛକ ନିକଟରେ ପହଞ୍ଚତ୍ଥିଲେ। ଚାଲି ଚାଲି ଥକି ପଡିବାରୁ ଛରେ ଥିବା ଏକ ଦୋକାନ ବାରଣ୍ଡାରେ ବିଶ୍ରାମ ନେଇଥିଲେ। ଲୋକଙ୍କୁ ଦେଖି ଟିକିଲି କାନ୍ଦିବାକୁ ଲାଗିଥିଲେ। କାନ୍ଦିବାର କାରଣ ସମ୍ପର୍କରେ ଲୋକେ ଅବଗତ ହୋଇ ତାଙ୍କ ବାପଘର ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ମା’ କୁନି ବେହେରା ଓ ବାପା ଲକ୍ଷ୍ମୀଧର ବେହେରା ସନ୍ଧ୍ୟାରେ ଛକରେ ପହଞ୍ଚତ୍ଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟିକିଲି ଓ ତାଙ୍କ ମା’ବାପା କୁଆଖିଆ ଥାନାରେ ପହଞ୍ଚତ୍ ଅଭିଯୋଗ କରିଛନ୍ତି। ଝିଅଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସାଙ୍ଗରେ ଘରକୁ ନେଇଯିବେ ବୋଲି ବାପା ଲକ୍ଷ୍ମୀଧର ପ୍ରକାଶ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଟିକିଲିଙ୍କ ସ୍ବାମୀଙ୍କୁ ଥାନାକୁ ଡାକି ତଦନ୍ତ ଚଳାଇଛି। ମାତ୍ର ଟିକିଲିଙ୍କ ସ୍ବାମୀ ସହ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri