ମା’ଙ୍କ ଦୁଃଖ ସହି ପାରିଲେନି ପୁଅ: ମେସେଜ୍‌ରେ ATM ପାସଓ୍ବାର୍ଡ ଲେଖି ନେଲେ ଚରମ ନିଷ୍ପତ୍ତି

ସମ୍ବଲପୁର, ୨୫।୧୦(ପ୍ରମୋଦ ବହିଦାର/ସୁନୀଲ ମହାନ୍ତି): ରୋଗ ଯନ୍ତ୍ରଣାରେ ଛଟପଟ ମା’ଙ୍କ ଦୁଃଖ ସହିତ ନ ପାରି ପୁଅ ଆତ୍ମହତ୍ୟା କରିବା ଭଳି ଏକ ଲୋମହର୍ଷକ ଖବର ମିଳିଛି। ପୁତ୍ର ସୌରଭ ସମ୍ବିତ ତ୍ରିପାଠୀ(୨୨)ଙ୍କ ଶବକୁ ବୁର୍ଲା ପାୱାର ଚ୍ୟାନେଲରେ ଚିପିଲିମା ନିକଟରୁ ଶନିବାର ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।
ସୂଚନା ଅନୁସାରେ, ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ମା’ଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରିଥିଲେ। ତେବେ ମା’ଙ୍କ ଅସହ୍ୟ ଯନ୍ତ୍ରଣା ଦେଖି ସୌରଭ ଭାଙ୍ଗି ପଡ଼ିଥିଲେ। ସେ ମା’ଙ୍କୁ ଭିମ୍‌ସାରରେ ଏକାକୀ ଛାଡ଼ିଦେଇ ବୁଧବାର ରାତିରେ ହଠାତ କୁଆଡ଼େ ଚାଲି ଯାଇଥିଲେ। ପରେ ସେ ତାଙ୍କ ମା’ଙ୍କ ମୋବାଇଲକୁ ମା’, ମୁଁ ତୁମ ଦୁଃଖ ଦେଖ ପାରୁନି। ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି ବୋଲି ଏକ ଭାବବିହ୍ବଳ ବାର୍ତ୍ତା ପଠାଇଥିଲେ। ଯାହା ସୌରଭଙ୍କ ଆତ୍ମହତ୍ୟା ସନ୍ଦେହ ଘନୀଭୂତ ହୋଇଥିଲା।
ଫଳରେ ପରିବାର ଲୋକ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ଅନୁସନ୍ଧାନ କରିବା ସହ ସିସିଟିଭି କ୍ୟାମେରା ଯାଞ୍ଚ କରି ସୌରଭ ପାୱାର ଚ୍ୟାନେଲ ପଟେ ଯାଇ ଆଉ ଫେରି ନ ଥିବା ନିଶ୍ଚିତ ହେବାପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଅଗ୍ନିଶମବାହିନୀ ସହାୟତାରେ ଶୁକ୍ରବାରଠାରୁ ପାୱାର ଚାନେଲରେ ଖୋଜାଖୋଜି ଆରମ୍ଭ କରିଥିଲା। ରାତି ଅନ୍ଧାରରେ ଖୋଜିବା କଷ୍ଟକର ହେବାରୁ ଶୁକ୍ରବାର ଖୋଜାଖୋଜିକୁ ବନ୍ଦ ରଖାଯାଇ ଶନିବାର ସକାଳେ ପୁଣି ଖୋଜିବା ଆରମ୍ଭ କରି ଚିପିଲିମା ନିକଟରୁ ସୌରଭଙ୍କ ଶବକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶବକୁ ପୋଲିସ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri