Posted inଖେଳ

ଆଇପିଏଲ୍‌ରୁ ଓହରିଲେ ଅମ୍ପାୟର ମେନନ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)- ଭାରତର ଟପ୍‌ ଅମ୍ପାୟର ନୀତୀନ ମେନନ ଚଳିତ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ତାଙ୍କ ପରିବାରର ୨ ସଦସ୍ୟ କୋଭିଡ୍‌ ସଂକ୍ରମଣରେ ଥିବା ଜଣାପଡ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଭାରତରୁ ଅଷ୍ଟ୍ରେଲିଆକୁ ବିମାନଯାତ୍ରା ବନ୍ଦ ଘୋଷଣା ପରେ ଅଷ୍ଟ୍ରେଲୀୟ ଅମ୍ପାୟର ପଲ୍‌ ରିଫେଲ ନିଜ ଦେଶକୁ ଫେରିଯିବା ଚେଷ୍ଟା କରି ବିଫଳ ହୋଇଛନ୍ତି। ଖବର ଅନୁସାରେ ଇନ୍ଦୋର ବାସିନ୍ଦା ମେନନଙ୍କ ସ୍ତ୍ରୀ ଓ ମା’ କରୋନା ସଂକ୍ରମିତ ହୋଇଛନ୍ତି। ଆଇସିସି ଏଲିଟ୍‌ ପ୍ୟାନେଲ ଅଫ୍‌ ଅମ୍ପାୟର୍ସ ତାଲିକାରେ ମେନନ ଏକମାତ୍ର ଭାରତୀୟ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ବେଳେ ତାଙ୍କ କାର୍ଯ୍ୟଦକ୍ଷତାର ଉଚ୍ଚ ପ୍ରଶଂସା କରାଯାଇଥିଲା। ପରିବାରରେ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମେନନ ବର୍ତ୍ତମାନ ମାନିସକ ସ୍ତରରେ ମ୍ୟାଚ ପରିଚାଳନା କରିବା ଅବସ୍ଥାରେ ନ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ଭାରତରେ କରୋନା ମହାମାରୀ ଏହାର କାୟାବିସ୍ତାର କରି ଚାଲିଥିବାରୁ ଅଷ୍ଟ୍ରେଲିଆ ସରକାର ଭାରତରୁ ତାଙ୍କ ଦେଶକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ରିଫେଲ ତେଣୁ ଦୋହା ବାଟ ଦେଇ ସ୍ବଦେଶ ଫେରିଯିବାକୁ ଉଦ୍ୟମ କରିଥିଲେ। ନିଜେ ଜଣେ ଅଷ୍ଟ୍ରେଲୀୟ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ରିଫେଲ ବର୍ତ୍ତମାନ ଅହମଦାବାଦସ୍ଥିତ ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି। ସେ କହିଛନ୍ତି ତାଙ୍କ ଦେଶରେ ଦୁଇଜଣ ଖେଳାଳି ଦୋହା ବାଟ ଦେଇ ସ୍ବଦେଶ ଫେରିଯିବାରେ ସଫଳ ହୋଇଛନ୍ତି। ମାତ୍ର ମୋ ବେଳକୁ ଏହି ରାସ୍ତା ବନ୍ଦ ହୋଇଯାଇଛି। ତେଣୁ ମେ’ ୩୦ରେ ଟୁର୍ନାମେଣ୍ଟ ଶେଷ ହେଲା ପରେ ଯାଇ ସେ ଅଷ୍ଟ୍ରେଲିଆ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri