ଦ କପିଲ ଶର୍ମା ଶୋ’ ଛାଡିଲେ ସୁମୋନା!

ଦ କପିଲ ଶର୍ମା ଶୋ’ ବନ୍ଦ ହେବା ନେଇ କିଛି ଦିନ ହେଲାଣି ଚର୍ଚ୍ଚା ଜୋର ଧରିଛି। ପ୍ରଯୋଜକଙ୍କ ପକ୍ଷରୁ ଶୋ’ ବନ୍ଦ ହେଉଥିବା ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ବର୍ତ୍ତମାନ ଶୋ’କୁନେଇ ଏକ ନୂଆ ଖବର ଆସିଛି, ଯାହା ଦର୍ଶକଙ୍କୁ ଶକ୍ତ ଝଟକା ଦେଇଛି । ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ଶୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଛି। ସୁମୋନା ଏକ ନୂଆ ଶୋ’ରେ ଯୋଗ ଦେଇଛନ୍ତି। ନୂଆ ଶୋ’ ଲାଗି ସେ କପିଲଙ୍କ ଶୋ’ ଛାଡ଼ୁଥିବା କୁହାଯାଉଛି। ସୁମୋନାଙ୍କ ନୂଆ ଶୋ’ର ପ୍ରୋମୋ ମଧ୍ୟ ରିଲିଜ ହୋଇଛି। ଏହା ପରଠାରୁ ସୁମୋନା କପିଲ ଶର୍ମା ଶୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର୍‌ ଧରିଛି। ସୁମୋନା ଏବେ ଏକ ବଙ୍ଗାଳୀ ଟିଭି ଶୋ’ରେ ନଜର ଆସିବେ। ଜି ଜେଷ୍ଟର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ବଙ୍ଗାଲ ଶୋନା’ ନାମକ ଏକ ଶୋ’ର ପ୍ରୋମୋ ରିଲିଜ କରାଯାଇଛି। ମାତ୍ର ଏବେ ଯାଏ କପିଲ କିମ୍ବା ସୁମୋନାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Share