ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ: ଉମେଶ ପାଣିଗ୍ରାହୀ ଜିଲା ଟପ୍ପର

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମାଲକାନଗିରି ସଦରମହକୁମାର ତିନୋଟି ଆବାସିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଛି। ସେହିପରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ମୋଟ୍‌ ୧୬୦ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୬୯ ଜଣ ପାସ୍‌ କରିଛନ୍ତି। ଉମେଶ କୁମାର ପାଣିଗ୍ରାହୀ ୫୨୨ ମାର୍କ (୮୭ ପ୍ରତିଶତ) ରଖି ଜିଲା ଟପ୍ପର ହୋଇଛନ୍ତି। ଘଡ଼ାଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ମୋଟ୍‌ ୧୯୯ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ୧୨୬ ଜଣ ପ୍ରଥମ, ୬୦ ଜଣ ଦ୍ୱିତୀୟ, ୧୩ ଜଣ ତୃତୀୟ ସ୍ଥାନରେ ପାସ୍‌ ହୋଇଛନ୍ତି। ତେବେ ୧୨୬ ଜଣ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୧୧ ଜଣ ପିଲା ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି।

ଘଡ଼ାଇ ବିଜ୍ଞାନ ମହାବିଦ୍ୟାଳୟର ସୁଭଶ୍ରୀ ପାଲ୍‌ ୫୧୪ ମାର୍କ ରଖି ୮୫.୬ ପ୍ରତିଶତରେ ଟପ୍ପର ହୋଇଛନ୍ତି। ସେହିପରି ଓଁ ଭୂର୍ଭୁବ ସ୍ବଃ ମହାବିଦ୍ୟାଳୟର ମୋଟ୍‌ ୫୫ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ଉକ୍ତ ବିଦ୍ୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ପ୍ରଥମ ସ୍ଥାନ, ୨୨ ଜଣ ଦ୍ୱିତୀୟ ସ୍ଥାନ ଓ ୮ ଜଣ ତୃତୀୟ ସ୍ଥାନରେ ପାସ୍‌ ହୋଇଛନ୍ତି। ୨ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏହି ମହାବିଦ୍ୟାଳୟର ଭାନୁପ୍ରସାଦ ପାତ୍ର ୫୧୮ ମାର୍କ ସହ ୮୬.୩ ପ୍ରତିଶତ ନମ୍ବର ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ସେହିପରି ସତ୍ୟନାରାୟଣ ମହାବିଦ୍ୟାଳୟରେ ମୋଟ୍‌ ୧୦୮ ଜଣ ପରୀକ୍ଷା ଦେଇଥିବା ବେଳେ ଏହି ମହାବିଦ୍ୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ ପ୍ରଥମ, ୫୧ ଜଣ ଦ୍ୱିତୀୟ ଓ ୮ ଜଣ ତୃତୀୟ ସ୍ଥାନରେ ପାସ୍‌ ହୋଇଛନ୍ତି। ଏହି ମହାବିଦ୍ୟାଳୟର ଆଲୋକ ପଦ୍ଦାର ୮୧.୬୬ ପ୍ରତିଶତ ୪୯୦ ମାର୍କ ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ସେହିପରି କାଲିମେଳା ସତ୍ୟନାରାୟଣ ମହାବିଦ୍ୟାଳୟର ମୋଟ୍‌ ୨୮ ଜଣ ପରୀକ୍ଷା ଦେଇଥିବା ବେଳେ ଏହି ମହାବିଦ୍ୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ବାବୁଲୁ ମଣ୍ଡଳ ୪୯୩ ମାର୍କ ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ଏହି ମହାବିଦ୍ୟାଳୟରେ ୯ ଜଣ ପ୍ରଥମ ସ୍ଥାନ, ୧୨ ଜଣ ଦ୍ୱିତୀୟ ସ୍ଥାନ ଓ ୭ ଜଣ ତୃତୀୟ ସ୍ଥାନରେ ପାସ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri