Posted inଖେଳ

ଅଲ୍‌ଟିମେଟ ଖୋ ଖୋ ଉଦଘାଟିତ

କଟକ,୨୫।୧୨ (ସୁପ୍ରିୟା ପ୍ରିୟଦର୍ଶିନୀ): ଅଲ୍‌ଟିମେଟ ଖୋଖୋର ଦ୍ୱିତୀୟ ସିଜିନର ଉଦ୍ଘାଟନୀ ମ୍ୟାଚରେ ବିଜୟୀ ହୋଇଛି ଡିଫେଣ୍ଡିଂ ଚାମ୍ପିୟନଓଡ଼ିଶା ଜଗରନଟ୍ସ। ପ୍ରଥମ ସିଜିନର ଟାଇଟଲ ବିଜେତା ଓଡିଶା ୩୫-୨୭ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରିଛି। ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଆଲ୍ଟିମେଟ ଖୋ ଖୋ ଦ୍ୱିତୀୟ ସଂସ୍କରଣ ଉଦଘାଟିତ ହୋଇଯାଇଛି। ସମୁଦାୟ ୬ଟି ଦଳ ଏଥିରେ ଭାଗ ନେଇଛନ୍ତି। ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଖେଳା ଯିବ। ଖୋ ଖୋ ଇଣ୍ଡିଆ ସଭାପତି ସୁଧାଂଶୁ ମିତ୍ତଲ, ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ସିଇଓ ତେଞ୍ଜିଙ୍ଗ ନିୟୋଗି ଓ କମିଶନର ଏବଂ ଓ ତଥା ଭାରତ ମହିଳା ଖୋ ଖୋ ଦଳର ଅଧିନାୟିକା ନସରିନ ସେଖ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସିଏମସି ମେୟର ସୁବାସ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ରବିବାରଠାରୁ ଆରମ୍ଭ ହେଇଥିବା ଏହି ଇଭେଣ୍ଟର ପ୍ରଥମ ଦିନରେ ୨ଟି ମ୍ୟାଚ ହୋଇଥିଲା। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ୧୬ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୩୩ ଜଣ ଉଦୀୟମାନ ଯୁବକଙ୍କ ସମେତ ମୋଟ ୧୪୫ ଜଣ କ୍ରୀଡାବିତ୍‌ ଆଗାମୀ ୨୧ ଦିନ ମଧ୍ୟରେ ଏହି ଉତ୍ସାହଜନକ ପ୍ରତିଯୋଗିତାରେ ନଜର ଆସିବେ।
ପ୍ରଥମ ଦିନରେ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ରାଜସ୍ଥାନ ୱାରିୟର୍ସକୁ ୩୫ -୨୭ରେ ହରାଇଥିଲା। ରାଜସ୍ଥାନ ଟସ ଜିତି ଡିଫେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। ବିଜୟ ହାଜାରେ, ଦିଲରାଜ ସିଂ ଏବଂ ଜଗନ୍ନାଥ ମୁର୍ମୁ ପ୍ରଥମ ବ୍ୟାଚରେ କୋର୍ଟକୁ ଓହ୍ଲାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇ ମିନିଟରୁ କମ ସମୟ ମଧ୍ୟରେ ତିନିଜଣଙ୍କୁ ଆଉଟ କରି ୬-୦ ଆଗୁଆ ରହିଥିଲା। ଏହା ପରେ ନନ୍ଦନ, ବୁଚନ୍ନଗରି ରାଜୁ ଏବଂ ଅକ୍ଷୟ ଗୋନାପୁଲେ ମଇଦାନକୁ ଓହ୍ଲାଇଥିଲେ । ପାୱାର ପ୍ଲେ ସହିତ ଓଡ଼ିଶା ଏହାର ଜବାବ ଦେଇଥିଲା ଏବଂ ୨.୩୩ ମିନିଟ ବାକି ଥିବାବେଳେ ୧୦-୦ ଅଗ୍ରଣୀ ନେଇଥିଲ। ପରବର୍ତ୍ତୀ ବ୍ୟାଚରେ ରାଜସ୍ଥାନର ଅଧିନାୟକ ମଜହର ଜାମଦାର, ସୌରଭ ଗାଡେ ଏବଂ ନୀଲେଶ ପାଟିଲ ସାମିଲ ହୋଇଥିଲେ। ଏହି ପର୍ଯ୍ୟାୟ ଶେଷ ହେବା ବେଳକୁ ଓଡିଶା ୧୬-୦ ରେ ଆଗରେ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଡିଫେଣ୍ଡ କରିବାକୁ ଓଡ଼ିଶା ବାହାରିଥିଲା। ଏଥିରେ ଗୌତମ ଏମ କେ, ବିଶାଲ ଏବଂ ରୋହନ ପ୍ରଥମ ବ୍ୟାଚରେ ଓହ୍ଲାଇଥିଲେ। ଏହି ସମୟରେ ରାଜସ୍ଥାନ ସ୍କାଏ ଡାଇଭରୁ ଦୁଇଟି ପଏଣ୍ଟ ହାସଲ କରିଥିଲା। ୩.୪୧ ମିନିଟ ବେଳକୁ ସ୍କୋର ୧୭-୬ ହୋଇଯାଇଥିଲା। ଅକ୍ଷୟ ମସାଲ ୮ ପ୍ୟାଣ୍ଟ ସ୍କୋରକରି ଓଡ଼ିଶା ଜଗରନଟ୍ସ ବିଜୟରେ ବୃହତ ଯୋଗଦାନ ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ତେଲୁଗୁ ଯୋଦ୍ଧା ସଂଘର୍ଷପୂର୍ଣ୍ଣ ୪୬-୪୪ ପଏଣ୍ଟରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଛି। ଏକଦା ମୁମ୍ବାଇ ୨୬-୨୨ରେ ଆଗୁଆ ରହିଥିଲେ ମଧ୍ୟ ଯୋଦ୍ଧା ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ମ୍ୟାଚ ଜିତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri