ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍‌ କ୍ଲବ୍‌ରେ ଆଶ୍ରୟ ନେବେ ୟୁକ୍ରେନ୍‌ ଜନସାଧାରଣ…

କାଇଭ୍‌, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ ଯଦି ରୁଷିଆ ଆକ୍ରମଣ କରେ, ତେବେ ୟୁକ୍ରେନୀୟମାନେ ଏକ ଷ୍ଟ୍ରିପ କ୍ଲବ୍‌ରେ ଲୁଚି ରହିବାର ଯୋଜନା କରିଛନ୍ତି। ଯେଉଁଠାରେ ପ୍ରବେଶ ପାଇଁ ୧୦୦ ପାଉଣ୍ଡ ଏଣ୍ଟ୍ରି ଫି ରହିଛି। ରୁଷିର ସମ୍ଭାବ୍ୟ ଆକ୍ରମଣ ହେଲେ ସୁରକ୍ଷା ଦୃଷ୍ଟିରୁ ପେଣ୍ଟହାଉସ ଜେଣ୍ଟଲମେନ କ୍ଲବକୁ କାଇଭ ଅଧିକାରୀମାନେ ଏକ ବୋମା ଆଶ୍ରୟସ୍ଥଳ ଭାବରେ ତାଲିକାଭୁକ୍ତ କରିଛନ୍ତି।

ଦ ସନ୍‌ ଖବରକାଗଜ ରିପୋର୍ଟ ଅନୁଯାୟୀ, କ୍ଲବଟି କାଇଭ ସହରର ମଧ୍ୟଭାଗରେ ଅବସ୍ଥିତ। ଏହା ସବୁବେଳେ ସୁନ୍ଦର ଝିଇମାନଙ୍କ ଦ୍ୱାରା ପରିପୂର୍ଣ୍ଣ ରହିଥାଏ। ଜଣେ ମହିଳା ସୁରକ୍ଷାକର୍ମୀ ଭାବରେ କ୍ଲବର ଦ୍ୱାରଦେଶରେ ଲୋକଙ୍କୁ ସ୍ବାଗତ କରିଥାନ୍ତି। ରୁଷିଆ ସହିତ ୟୁକ୍ରେନର ସୀମାରେ ଉତ୍ତେଜନା ବଢ଼ିବା ସହିତ ଏହି ବେସମେଣ୍ଟ ସାଇଟ ୟୁକ୍ରେନୀୟମାନଙ୍କ ପାଇଁ ଲୁଚି ରହିବା ପାଇଁ ଏକ ନିରାପଦ ସ୍ଥାନ ହୋଇପାରେ ବୋଲି କୁହାଯାଉଛି।

ସମ୍ଭାବ୍ୟ ବୋମା ଆଶ୍ରୟସ୍ଥଳର ଏକ ତାଲିକା ୟୁକ୍ରେନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏଥିରେ ଫାର୍ମାସି, ବାର୍‌ ଏବଂ କପି ଦୋକାନ ଭଳି ସ୍ଥାନକୁ ଅନ୍ତର୍ଭୁକ୍ତ କରାଯାଇଛି। ପେଣ୍ଟହାଉସ ଜେଣ୍ଟେଲମେନ କ୍ଲବ କାଇଭ ମେୟର ଭିଟାଲି କ୍ଲିଚକୋଙ୍କୁ ଏକ ବୋମା ଆଶ୍ରୟସ୍ଥଳ ତାଲିକା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତିି।

ସେ କହିଛନ୍ତି କ୍ଲବ୍‌ ମ୍ୟାନେଜର ଏଠାକୁ ଆସୁଥିବା ଅତିଥିମାନଙ୍କଠାରୁ ୧୦୦ ପାଉଣ୍ଡ ଏଣ୍ଟ୍ରି ଫି ଆଦାୟ କରନ୍ତି। ଦ ସନ୍‌ ଖବରକାଗଜ ତାଙ୍କୁ ପଚାରିଥିଲେ ଯଦି ରୁଷିଆ ଆକ୍ରମଣ କରେ ତେବେ ସାଧାରଣ ଲୋକଙ୍କୁ ଏଠାରେ ଲୁଚାଇ ପାରିବେ କି? ଏହାର ଉତ୍ତରରେ ମ୍ୟାନେଜର କହିଛନ୍ତି, ଫି ଦେବାକୁ ତ ପଡିବ।

ସେ କହିଥିଲେ, ’ମୁଁ ଆପଣଙ୍କୁ କହି ପାରିବି ନାହିଁ ଯେ ଆମକୁ ବୋମା ଆଶ୍ରୟସ୍ଥଳ ଭାବେ ତାଲିକାଭୁକ୍ତ କରାଯାଇଛି କି ନାହିଁ, କିନ୍ତୁ ଏଠାକୁ ଆସୁଥିବା ଲୋକଙ୍କୁ ଏକ ଦେୟ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri