ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ପଠାଯାଉଛି ରକ୍ତାକ୍ତ ପ୍ୟାକେଟ, ଚିଠି ସହ ମିଳୁଛି ପ୍ରାଣୀଙ୍କ ଆଖି

କ୍ୱିଭ,୩ ।୧୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ପ୍ରାୟ ୧୦ ମାସ ହେବ ଯୁଦ୍ଧ ଲାଗି ରହିଛି । ଏଥିରେ ଉଭୟ ଦେଶର ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲେ ବି କେହି ପଛକୁ ହଟିବାକୁ ଚାହୁଁ ନାହାନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନର ଚମକୁଥିବା ସହ ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇ ସାରିଛି । ଏହା ପରେ ବି ଉଭୟ ଦେଶ ହାର ମାନିବାକୁ ଅରାଜି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ଛୋଟ ଦେଶ ହୋଇ ମଧ୍ୟ ୟୁକ୍ରେନ୍ ମୁଣ୍ଡ ନୁଆଁଇବାକୁ ରାଜି ନୁହେଁ । ଏହାରି ଭିତରେ ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ଟାର୍ଗେଟ କରିଛି ରୁଷିଆ ।
ସ୍ପେନ ସହ ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକେନ୍ ଦୂତାବାସକୁ ପଶୁପକ୍ଷୀ ‘ରକ୍ତାକ୍ତ ପ୍ୟାକେଟ ଏବଂ ଲେଟର ବୋମା । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଉକ୍ତ ରକ୍ତାକ୍ତ ପ୍ୟାକେଟକୁ ଏକ ଭୟଭୀତ ଓ ସୁଚିନ୍ତିତ ଆତଙ୍କବାଦୀ ଅଭିଯାନ ବୋଲି ବର୍ଣ୍ଣନା କରିଛନ୍ତି । ୱାଶିଂଟନ ପୋଷ୍ଟର ସୂଚନା ଅନୁଯାୟ, ଏହି ଘଟଣା ପଛରେ ରୁଷିଆର ଷଡଯନ୍ତ୍ର ଥାଇପାରେ ବୋଲି ଅନୁମାନ କରାଯାଉଛି ।
ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି, ନେଦଲ୍ୟାଣ୍ଡସ, ପୋଲାଣ୍ଡ, କ୍ରୋଏସିଆ, ଇଟାଲୀ ଓ ଅଷ୍ଟ୍ରେଲିଆର ଦୂତାବାସ ସହ ଚେକ ଗଣରାଜ୍ୟର ନେପ୍ଲସ ଓ ବ୍ରାନୋ ସ୍ଥିତ ୟୁକ୍ରେନର ବାଣିଜ୍ୟ ଦୂତାବାସରେ ଏହି ରକ୍ତାକ୍ତ ପ୍ୟାକେଟ ମିଳିଛି । ରୋମରେ ଥିବା ୟୁକ୍ରେନ ଅଧିକାରୀ ୟେଭେଗେନିଆ ଭୋଲୋଶେଙ୍କୋ କହିଛନ୍ତି ଯେ ତାଙ୍କ ଦୂତାବାସରେ ପ୍ରାପ୍ତ ଏକ ପାର୍ସଲ ମଧ୍ୟରେ ମାଛର ଆଖି ରହିଛି । ଚେକ ପୋଲିସ କହିଛି ଏଠାରେ ଥିବା ୟୁକ୍ରେନର ବାଣିଜ୍ୟ ଦୂତାବାସରେ ମଳିଥିବା ଲଫାପାରେ ପ୍ରାଣୀଙ୍କ ଟିସୁ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri