Categories: ଫୁରସତ

ଡିସେମ୍ବର ୨୫ରେ ୟୁକ୍ରେନ୍‌ ପାଳିଲା ଖ୍ରୀଷ୍ଟମାସ୍‌

କ୍ୱିଭ୍‌: ୟୁକ୍ରେନ୍‌ ପ୍ରଥମଥର ପାଇଁ ଚଳିତବର୍ଷ ଡିସେମ୍ବର ୨୫କୁ ଖ୍ରୀଷ୍ଟମାସ୍‌ ଭାବେ ପାଳନ କରିଛି। ରୁଷିଆରେ ଅର୍ଥୋଡକ୍ସ ବିଶ୍ୱାସୀ ପ୍ରତିବର୍ଷ ଏହି ଦିନକୁ ଜାନୁୟାରୀ ୭ରେ ପାଳୁଥିଲେ। ତେବେ ୟୁକ୍ରେନ୍‌ ସରକାର ଗତ ଜୁଲାଇରେ ଏକ ଆଇନ ପାସ୍‌ କରି ଏହି ତାରିଖକୁ ବଦଳାଇଛନ୍ତି। ପୂର୍ବରୁ ୟୁକ୍ରେନ୍‌ ରୁଷିଆର ସମସ୍ତ ଉତ୍ସବ ଦିନକୁ ପାଳୁଥିଲା। ୟୁକ୍ରେନ୍‌ ସଂଯୁକ୍ତ ରାଷ୍ଟ୍ରର ଦିବସ ଅନୁସାରେ ସମସ୍ତ ଉତ୍ସବ ପାଳନ କରିବ ବୋଲି ରାଷ୍ଟପତି ଭ୍ଲାଡିମିର ଜେନେସ୍କି ରବିବାର ସାରେ ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ଜରିଆର ଖ୍ରୀଷ୍ଟମାସ୍‌ ବାର୍ତ୍ତା ଦେଇଥିଲେ। ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ୟୁକ୍ରେନ ଖ୍ରୀଷ୍ଟମାସ୍‌ ପାଳନ କରିବ ବୋଲି ନିଷ୍ପତ୍ତି ହୋଇଛି। ରୁଷିଆନ୍‌ ଅର୍ଥୋଡକ୍ସ ଚର୍ଚ୍ଚ ୟୁକ୍ରେନ୍‌ ପରମ୍ପରାଠାରୁ ପ୍ରବର୍ତ୍ତିତ। ତେବେ ରୁଷିଆନ୍‌ ଅର୍ଥୋଡକ୍ସ ଚର୍ଚ୍ଚ ପୁରୁଣା ଜୁଲିଆନ କ୍ୟାଲେଣ୍ଡର ବ୍ୟବହାରସ୍ବରୂପ ଉତ୍ସବ ପାଳୁଛି। ୟୁକ୍ରେନ୍‌ର ଏହି ନିଷ୍ପତ୍ତିକୁ ସମର୍ଥନ କରିବା ଉଚିତ୍‌। କାରଣ ପରିବର୍ତ୍ତନ ସବୁବେଳେ କଷ୍ଟ ହୋଇଥାଏ, ଯାହାକୁ ସମର୍ଥନ ମିଳୁ ବୋଲି ୟୁକ୍ରେନ୍‌ର ତରୁଣ ଡ୍ୟାନିସ୍‌ କହିଛନ୍ତି। ତେବେ ୟୁକ୍ରେନ୍‌ର କିଛି ଲୋକ ଏବେ ମଧ୍ୟ ରୁଷିଆର ଅର୍ଥୋଡକ୍ସ ଚର୍ଚ୍ଚ ଏବଂ ଖ୍ରୀଷ୍ଟମାସ୍‌ ଦିନକୁ ପାଳନ କରୁଛନ୍ତି।

Share